ପୁଣିଥରେ ଫସିଗଲେ ଏକତା କପୁର, ଦେବା ପାଇଁ ପଡିପାରେ କୋଟି କୋଟି ଟଙ୍କାର ଦଣ୍ଡ……

Spread the love

ବିଗ ବସର ୧୩ ତମ ସଂସ୍କରଣର ଏବଂ ମୁମ୍ବାଇର ହିନ୍ଦୁସ୍ତାନୀ ଭାଉ ଏକତାଙ୍କ ୱେବ ସିରିଜ ଏକ୍ସଏକ୍ସଏକ୍ସ ଅନସେନ୍ସଡ଼ ୨କୁ ନେଇ ଏକ ଲିଗାଲ ନୋଟିସ ପଠାଇଛନ୍ତି ।

Google

ବିଗ ବସର ୧୩ ତମ ସଂସ୍କରଣର ଏବଂ ମୁମ୍ବାଇର ହିନ୍ଦୁସ୍ତାନୀ ଭାଉ ବଲିଉଡ ଏବଂ ଟିଭି ଜଗତର ପ୍ରସିଦ୍ଧ ପ୍ରଡୁସର ଏକତା କପୁର ଏବଂ ଏକତାଙ୍କ ମାଆ ଶୋଭା କପୁରଙ୍କ ଉପରେ ଏଫଆଇଆର ଦାଖଲ କରିଛନ୍ତି । ବିକାଶ ପାଠକ ଓରଫ ହିନ୍ଦୁସ୍ତାନୀ ଭାଉ ଖାର ପୋଲିସ ଥାନାରେ ଏକତା ଏବଂ ଶୋଭା କପୁରଙ୍କ ନାମରେ ଅଭିଯୋଗ ଦାଖଲ କରିଛନ୍ତି ।

୧୦୦ କୋଟି ଟଙ୍କାର ଜୋରିମାନା ଦେବା ପାଇଁ ପଡିପାରେ

Google

ହିନ୍ଦୁସ୍ତାନୀ ଭାଉ ଏକତାଙ୍କ ୱେବ ସିରିଜ ଏକ୍ସଏକ୍ସଏକ୍ସ ଅନସେନ୍ସଡ଼ ୨ କୁ ନେଇ ଏକ ଲିଗାଲ ନୋଟିସ ପଠାଇଛନ୍ତି । ଯାହାଫଳରେ ଏକତାଙ୍କୁ ଶହେ କୋଟି ଟଙ୍କାର ଜୋରିମାନା ଦେବା ପାଇଁ ପଡିପାରେ । ଏହି ଖବରର ସୂଚନା ହିନ୍ଦୁସ୍ତାନୀ ଭାଉଙ୍କ ଓକିଲ ଅଲି କାଶିଫ ଖାନ ଦେଇଛନ୍ତି ।

ୱେବ ସିରିଜରୁ ଆପତ୍ତି ଜନକ ଦୃଶ୍ୟ ହଟାଇବା ପାଇଁ କୁହାଯାଇଛି

Google

ଓକିଲ ଅଲି କାଶିଫ ଖାନ କହିଛନ୍ତି ଏହି ୱେବ ସିରିଜରେ ସେନାର ଅପମାନ କରାଯାଇଛି ଯାହାଫଳରେ ଆମେ ଏକତାଙ୍କୁ ଲିଗାଲ ନୋଟିସ ପଠାଇଛୁ । ନୋଟିସ ଅନୁସାରେ ଏକତାଙ୍କୁ ଶହେ କୋଟି ଟଙ୍କାର ଜୋରିମାନା ଭାରତ ସରକାରଙ୍କୁ ଦେବା ପାଇଁ ପଡିବ । ଏହା ସହ ଏକତାଙ୍କୁ ଏହି ନିୟୁଡ଼ ୱେବ ସିରିଜର ସମସ୍ତ ଆପତ୍ତି ଜନକ ଦୃଶ୍ୟକୁ ହଟାଇବା ପାଇଁ ପଡିବ ।

Alt ବାଲାଜିକୁ ବ୍ୟାନ କରିବା ପାଇଁ ହାଇକୋର୍ଟରେ ଅର୍ଜି ଦିଆଯାଇଛି

Google

ଏହା ବ୍ୟତୀତ ଏକତା କପୁରଙ୍କୁ ଏହି ପ୍ରତିଜ୍ଞା କରିବା ପାଇଁ ପଡିବ ଯେ ଭବିଷ୍ୟତରେ ସେନାର ଏହିପରି ଅପମାନ କରିବେ ନାହିଁ । ଯଦି ଏକତା ୧୪ ଦିନ ମଧ୍ୟରେ ଏହି ଲିଗାଲ ନୋଟିସର ଉତ୍ତର ଦିଅନ୍ତି ନାହିଁ ତେବେ ଏକତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଆମେ Alt ବାଲାଜିକୁ ବ୍ୟାନ କରିବା ପାଇଁ ହାଇକୋର୍ଟରେ ଅର୍ଜି ଦେଇଛୁ ।

ଏକତା କପୁର କଣ କହିଛନ୍ତି

Google

ନିଜର ୱେବ ସିରିଜ ଟ୍ରିପଲ ଏକ୍ସକୁ ନେଇ ଟ୍ରୋଲ ହୋଇଥିବା ଏକତା କପୁର ନିରବ ରହିଛନ୍ତି । ଏକତା ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଜଣେ ନାଗରିକ ଏବଂ ସଂଗଠନ ରୂପରେ ଆମେ ଭାରତୀୟ ସୈନ୍ୟ ବାହିନୀର ସଂମ୍ମାନ କରୁଛୁ ।

ଆମେ ବଳାତ୍କାର କରିବା ଧମକରେ ମୁଣ୍ଡ ନୁଆଁଇବୁ ନାହିଁ

Google

ଆମକୁ କୌଣସି ସନ୍ଦେହ ନାହିଁ ଯେ ଭାରତୀୟ ସୈନିକ ଆମର ସୁରକ୍ଷା ନିମନ୍ତେ କାର୍ଯ୍ୟ କରୁଛନ୍ତି । ଯଦି ମାନ୍ୟତା ପ୍ରାପ୍ତ ସଂଗଠନରୁ ଆମକୁ କ୍ଷମା ପ୍ରାଥନା କରିବା ପାଇଁ କୁହାଯାଏ ତେବେ ଆମେ ନିଃସନ୍ଦେହ କ୍ଷମା ପ୍ରାଥନା ମାଗିବୁ । ଆମେ ସାମାଜିକ ବିରୋଧୀ ଦ୍ୱାରା ବଳାତ୍କାର ହେବାର ଧମକରେ ଡରି ଆତ୍ମସମର୍ପଣ କରିବୁ ନାହିଁ । କହିବା ପାଇଁ ଚାହୁଁଛୁ ମଧ୍ୟପ୍ରଦେଶରେ ମଧ୍ୟ ସୈନ୍ୟ ବାହିନୀର ଅପମାନ କରିଥିବା ଯୋଗୁଁ ଏକତା କପୁରଙ୍କ ଵିରୋଧରେ ଅଭିଯୋଗ ଦାଖଲ ହୋଇଥିଲା ।