ଏହି ତିନୋଟି ଜିନିଷକୁ ଅପମାନ କରିଲେ, ଆପଣ ଜୀବନ ସାରା କରିଥିବା ପୁଣ୍ୟ ସମ୍ପୁର୍ଣରୂପେ ନଷ୍ଟ ହୋଇଯାଇଥାଏ !!

Spread the love

ଆମ ଶାସ୍ତ୍ରରେ ଏଭଳି ତିନୋଟି ଜିନିଷ ବିଷୟରେ କୁହାଯାଇଛି କି, ଯାହାର ଅପମାନ କରିବା ମାତ୍ରେ ଆମେ କରିଥିବା ସାରା ପୁଣ୍ୟ ଧ୍ବଂସ ହେଇଯାଇଥାଏ ଓ ଆପଣଙ୍କୁ ପାପ ଲାଗିଥାଏ । ଆପଣ ଯଦି ଏହି ତିନୋଟି ଜିନିଷକୁ ଅପମାନ କରିଲେ, ଆପଣ ଯେତେ ପୁଣ୍ୟ କାମ କରିଲେ ମଧ୍ୟ କିଛି ଲାଭ ହେବନାହିଁ ।

ଗାଈ ର ଅପମାନ –

ଶାସ୍ତ୍ରରେ ଗାଈକୁ ବହୁତ ପବିତ୍ରତା କୁହାଯାଇଛି ଏହି କାରଣରୁ ଲୋକମାନେ ଗାଈକୁ ପୂଜା କରିଥାନ୍ତି । ଏଭଳି କୁହାଯାଇଥାଏ କି, ଗାଇରେ ଭଗବାନ ବାସ କରିଥାନ୍ତି ଓ ଗାଈର ସେବା କରିଲେ ପୁଣ୍ୟ ମିଳିଥାଏ । ଏତିକି ହିଁ ନୁହେଁ ଗାଈକୁ ପଞ୍ଚଭୂତର ମାତା ମଧ୍ୟ କୁହାଯାଏ । ପୁରାଣରେ କୁହାଯାଇଛି କି, ଯିଏ ଗାଈର ଅପମାନ କରିଥାଏ, ସେ କେତେ ତୀର୍ଥର ଦର୍ଶନ କରିଲେ ମଧ୍ୟ ଓ ଯେତେ ପବିତ୍ର ନଦୀ ମାନଙ୍କରେ ସ୍ନାନ କରିଲେ ମଧ୍ୟ ପାପ ଦୁରେଇ ନଥାଏ । ତେଣୁ କେବେମଧ୍ୟ ଗାଈର ଅପମାନ କରନ୍ତୁନାହିଁ । ଗାଈର ସେବା କରିଲେ ଆପଣ କରିଥିବା ଅନେକ ପାପ ଗୁଡିକ ରୁ ମୁକ୍ତି ପାଇପାରିବେ ।

ଗାଈର ସେବା କିଭଳି କରିବା –

ଆଜିକାଲି ପ୍ରତ୍ୟେକ ସହରରେ ଗୌ ସାଲା ଥାଏ । ସେଠାକୁ ଯାଇ ରୁଟି ଦେଇପାରିବେ ନଚେତ ସେଠାକୁ ଯାଇ ଗୌ ସାଲା ରେ ସଫାସୁତରା କରିଲେ ପୁଣ୍ୟ ଅର୍ଜନ କରିପାରିବେ ।

ଗାଈର ଅପମାନ କିଭଳି ହେଇଥାଏ –

ଯଦି ଆପଣ କୌଣସି ଗାଈକୁ ଭୋକିଲା ରେ ଥିବା ଦେଖି ମଧ୍ୟ ତାକୁ ଖାଇବାକୁ ନଦେବେ ତେବେ ଗାଈକୁ ଅପମାନ କରିବା ଭଳି ହେଇଥାଏ । ଏହିଭଳି ଯଦି ଆପଣ ଗାଈକୁ ମାରିଥାନ୍ତି, ତେବେ ଆପଣଙ୍କୁ ପାପ ଲାଗିବ ।

ତୁଳସୀ ଗଛ –

ତୁଳସୀ ଏକ ପବିତ୍ର ଗଛ ଅଟେ, ଓ ଏହି ଗଛକୁ ପୂଜା କରିଲେ ପୁଣ୍ୟ ପ୍ରାପ୍ତ ହେଇଥାଏ । କିନ୍ତୁ ଏହି ଗଛର ଅପମାନ କରିଲେ ଆପଣ ପାପର ଭାଗିଦାରୀ ହେଇଯିବେ । ବିଷ୍ଣୁ ପୁରାଣରେ ଗାଈକୁ ଉଲ୍ଲେଖ କରି କୁହାଯାଇଛି କି, ଏହି ଗଛକୁ ଅପମାନ କରିଲେ ଭଗବାନ କ୍ରୋଧିତ ହେଇଯାନ୍ତି । ତେଣୁ ନିଜ ଜୀବନରେ ଏହି ଗଛକୁ କେବେ ମଧ୍ୟ ଅପମାନ କରନ୍ତୁ ନାହିଁ ।

ତୁଳସୀ ଗଛ କେତେ ପବିତ୍ରତା ଅଟେ –

ତୁଳସୀ ଗଛ କେତେ ପବିତ୍ରତା ଅଟେ ଏହାର ଆପଣ ଅନୁମାନ ଲଗେଇପାରିବେ କି ତୁଳସୀ ଗଛ ଥିଲେ ନକରାତ୍ମକ ଉର୍ଜ୍ଜା ଘର ଭିତରକୁ ଆସିପାରି ନଥାଏ । ଭଗବାନ ବିଷ୍ଣୁ ଙ୍କୁ ଏହି ଗଛର ପତ୍ରକୁ ଅର୍ପିତ କରିବା ବହୁତ ଶୁଭ ବୋଲି କୁହାଯାଇଛି । ଯେଉଁମାନେ ତୁଳସୀ ଗଛ ର ପୂଜା କରିଥାନ୍ତି ସେମାନଙ୍କୁ ପୁଣ୍ୟ ମିଳିଥାଏ ।

ତୁଳସୀ ଗଛର କିପରି ହେଇଥାଏ ଅପମାନ –

ତୁଳସୀ ଗଛକୁ ଘରେ ଲଗେଇ ତାହାର ପୂଜା ନକରିଲେ ଆପଣଙ୍କୁ ପାପ ଲାଗିଥାଏ । ସେହିଭଳି ରାତିରେ ଏହି ଗଛର ପତ୍ରକୁ କାଡ଼ିବା ଉଚିତ ନୁହେଁ । ଏହି ଗଛର ଆଖପାଖରେ ସଫାସୁତରା ରଖିବା ଉଚିତ ଓ ଏହି ଗଛ ପାଖକୁ ଜୋତା ପିନ୍ଦି କରି ଗଲେ ଗଛର ଅପମାନ ହେଇଥାଏ । ପୂଜା କରିବା ସମୟରେ ଆପଣ ତୁଳସୀ ପତ୍ରକୁ କେବେମଧ୍ୟ ଶ୍ରୀ ଗଣେଶ ଓ ଶିବ ଭଗବାନଙ୍କୁ ଚଢ଼େଇବେ ନାହିଁ ।

ଗଙ୍ଗା ନଦୀର ଅପମାନ –

ଗଙ୍ଗା ନଦୀ ଭାରତର ପବିତ୍ର ନଦୀ ମାନଙ୍କରେ ଏକ ଅଟେ ଓ ଏହି ନଦୀ ବିଷୟରେ ଶିବ ମହାପୁରାଣ ରେ ଲେଖାଯାଇଛି କି, ଯେଉଁ ଲୋକମାନେ ଏହି ନଦୀର ପାଣିରେ ସ୍ନାନ କରିଥାନ୍ତି ସେମାନଙ୍କ ପାପ ନଷ୍ଟ ହେଇଯାଇଥାଏ । ସେହିଭଳି ଏହି ନଦୀର ଅପମାନ କରିଲେ ତାକୁ ଯେଉଁ ପାପ ମିଳିଥାଏ, ତାହାଠାରୁ କେବେମଧ୍ୟ ମୁକ୍ତି ମିଳି ନଥାଏ । ଏଥିପାଇଁ ଗଙ୍ଗାଜଳର ବ୍ୟବହାର ଠିକ୍ ରୂପେ କରିବା ଆବଶ୍ୟକ ।

କିପରି ହେଇଥାଏ ଗଙ୍ଗାଜଳର ଅପମାନ –

ଆପଣ ଘର ଭିତରେ ସେହିଭଳି ଜାଗା ମାନଙ୍କରେ ଗଙ୍ଗାଜଳକୁ ରଖିବେ ନାହିଁ, ଯେଉଁଠାରେ କି ମଦ ଭଳି ଜିନିଷ ରଖିଥିବେ । ଏହି ଜଳକୁ କେବେମଧ୍ୟ ଅପବିତ୍ର ହାତରେ ଛୁଅନ୍ତୁ ନାହିଁ । ପୂଜା କରିବାବେଳେ ଏହି ଜଳକୁ ବ୍ୟବହାର କରିବା ସମୟରେ ଏହି ଜ୍ଵଳର ବୋତଲ କୁ ସିଧାସଳଖ ପୃଥିବୀ ଉପରେ ରଖନ୍ତୁ ନାହିଁ ।