ଏକ ନମ୍ବର ଥିବା କମ୍ପାନୀର ଏହି ଫୋନ ଅଧିକ ମାତ୍ରାରେ ସୃଷ୍ଟି କରୁଛି Radiation

Spread the love

Radiation (ବିକିରଣ) ସୃଷ୍ଟି କରୁଥିବା ସ୍ମାର୍ଟ ଫୋନର ଲିଷ୍ଟ ଜାରିକରିଲେ ।

ଜର୍ମାନୀର ଫେଡରଲ୍ ଅଫିସ ଅଫ ରେଡ଼ିଏସନ ପ୍ରୋଟେକ୍ସନ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ସାରା ଦୁନିଆର ଲୋକଙ୍କୁ ଆଶ୍ଚର୍ଯ୍ୟରେ ପକେଇ ଦେଇଛି । ଏହି ରିପୋର୍ଟରେ କୁହାଯାଇଛି କି, ଚୀନରେ ତିଆରି ହେଉଥିବା ସ୍ମାର୍ଟ ଫୋନ କମ୍ପାନୀର ସାଓମି ଓ ୱାନପ୍ଲସ୍ ସ୍ମାର୍ଟ ଫୋନ ସବୁଠାରୁ ଅଧିକ ବିକିରଣ ସୃଷ୍ଟି କରିଥାଏ । ଦକ୍ଷିଣ କରିଆର କମ୍ପାନୀ ସାମସଙ୍ଗର ସ୍ମାର୍ଟ ଫୋନରୁ ସବୁଠାରୁ କମ ବିକିରଣ ସୃଷ୍ଟି ହୋଇଥାଏ ।

ରିପୋର୍ଟ ଆଙ୍କନର ଆଧାରରେ ଷ୍ଟେଟିଷ୍ଟା ସବୁଠାରୁ ଅଧିକ ଓ ସବୁଠାରୁ କାମ ବିକିରଣ ସୃଷ୍ଟି କରୁଥିବା ସ୍ମାର୍ଟ ଫୋନ ର ଲିଷ୍ଟ ତିଆରି କରିଲେ । ଏହି ଲିଷ୍ଟ ଅନୁଯାଇ ସାଓମି ର ମି ଏ1 ଓ ୱାନପ୍ଲସ ର 5t ଅଧିକ ମାତ୍ରାରେ ବିକିରଣ ସୃଷ୍ଟି କରିଥାଏ ।

ମୋବାଇଲ ଫୋନ ରୁ ଯେଉଁ ବିକିରଣ ବାହାରି ଥାଏ ତାହାକୁ specific observation (ଏସ୍.ଏ.ଆର୍) ରେଟ କୁହାଯାଏ ଓ ଏହାକୁ ପ୍ରତି କିଲୋଗ୍ରାମ କୁ ୱାଟ୍ ରେ ମପା ଯାଏ । ଭାରତରେ ଏସ୍.ଏ.ଆର୍ ର ସୀମା ୧.୬୦ ୱାଟ୍ ପ୍ରତି କିଲୋଗ୍ରାମ ହୋଇଥାଏ । ଯେତେବେଳେ କି, ମି ଏ1 ର ଏସ୍.ଏ.ଆର୍ ୧.୭୫ ୱାଟ୍ ପ୍ରତି କିଲୋଗ୍ରାମ ହୋଇଥାଏ ଓ 5t ର ୧.୬୮ ୱାଟ୍ ପ୍ରତି କିଲୋଗ୍ରାମ ହୋଇଥାଏ ।

ଷ୍ଟେଟିଷ୍ଟା ଲିଷ୍ଟ ର ସବୁଠାରୁ ଅଧିକ ବିକିରଣ ସୃଷ୍ଟି କରୁଥିବା ୧୬ ଟି ସ୍ମାର୍ଟ ଫୋନ ରୁ ସାଓମି, ୱାନପ୍ଲସ୍, ଏଚଡ଼ିସି, ଗୁଗଲ, ଅପ୍ପଳ, ଜେଡ଼ଡ଼ିଇ ଭଳି ବ୍ରାଣ୍ଡସ ସାମିଲ ଅଛି । ଏହି ଲିଷ୍ଟ ର top ୫ ରେ ସାଓମି ଓ ୱାନପ୍ଲସ୍ ର ଦୁଇ – ଦୁଇ ଟି ସ୍ମାର୍ଟ ଫୋନ ସାମିଲ ଅଛି ।

ଏଭଳି ବିକିରଣ ର ଉପସ୍ଥିତି ଜାଣିପାରିବେ –

ନିଜ ମୋବାଇଲ୍ ଫୋନ ରୁ କେତେ ବିକିରଣ ବାହାରୁଛି ତାହା ଜାଣିବା ପାଇଁ ନିଜ ସ୍ମାର୍ଟ ଫୋନ ରେ *#୦୭# ଡ଼ାଏଲ କରନ୍ତୁ । ଏହି କୋଡ଼ ଡ଼ାଏଲ୍ କରିବା ତୁରନ୍ତ ବିକିରଣ ସହ ଜଡିତ ସବୁ ତଥ୍ୟ ନିଜ ମୋବାଇଲ screen ରେ ଦେଖାଇବ । ଯଦି ଆପଣଙ୍କ ସ୍ମାର୍ଟ ଫୋନ ର ଏସ୍.ଏ.ଆର୍ ୧.୬ ୱାଟ୍ ପ୍ରତି କିଲୋଗ୍ରାମ ଠାରୁ ଅଧିକ ହେଉଥିଲେ ସେହି ସ୍ମାର୍ଟ ଫୋନ କୁ ତୁରନ୍ତ ବଦଳାଇ ଦିଅନ୍ତୁ ।