ଶୀତ ଦିନେ ନିଶ୍ଚିତ ଖାଆନ୍ତୁ ଏହି ତିନିଟି ଶାଗ , ରୋଗ ଆପଣଙ୍କ ଠାରୁ ଦୂରରେ ରହିବ !

Spread the love

ଯେମିତିକି ଆପଣମାନେ ଜାଣନ୍ତି ଥଣ୍ଡା ପାଗରେ ଆମେ ଗରମ ଜିନିଷ ଖାଇବାକୁ ପସନ୍ଦ କରି ଥାଉ ହେଲେ ଆମ ଶରୀର ଗରମ ହୋଇ ରହିବ କିନ୍ତୁ କଣ ଆପଣମାନେ ଜାଣନ୍ତି କି ଏହି ଶୀତ ଦିନରେ କଣ କଣ ଗରମ ଜିନିଷ ଆସିଥାଏ । ଆଜ୍ଞା ହଁ, ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଏମିତି 3 ଟି ଶାଗ ନେଇ ଆସିଛୁ, ଯାହାର ସାହାର୍ଯ୍ୟରେ ଆପଣ ଥଣ୍ଡା ପାଗରେ ନିଜ ଶରୀରକୁ ଗରମ ରଖିପାରିବେ ।

ସୋରିଷ ଶାଗ : ଆପଣ ସମସ୍ତେ ଜାଣିଥିବେ ସୋରିଷ ଶାଗ ବିଷୟରେ, ଆପଣମାନଙ୍କ ମଧ୍ୟରୁ ବହୁତ ଲୋକ ଏହି ସୋରିଷ ଶାଗ ଖାଇଥିବେ ମଧ୍ୟ । ଆପଣମାନଙ୍କୁ କହିଦେଉଛୁ ଯେ, ଥଣ୍ଡା ପାଗରେ ଏହି ଶାଗ ଖାଇଲେ ଆମ ଶରୀର ଗରମ ହୋଇ ରହିବ । ଆପଣ ଜାଣବା ନିହାତି ଜରୁରୀ, ଏହି ଶାଗରେ କେଲରୀ, ଫେଟ, କାର୍ଵହାଇଡ୍ରେଡ଼, ଫାଇବର, ସୁଗର, ପଟେସିୟମ୍, ଭିଟାମିନ A,C,D,B-12, ମେଗ୍ନେସିୟମ୍, ଆଇରନ ଏବଂ କ୍ୟାଲସିୟମ୍ ଭରପୁର ମାତ୍ରାରେ ଥାଏ ।

ବଥୁଆ ଶାଗ : ଆପଣ ସମସ୍ତେ ବଥୁଆ ଶାଗ ବିଷୟରେ ତ ଜାଣିଥିବେ, ଆମେ ସମସ୍ତେ ଜାଣୁ ଯେ ବଥୁଆ ଶାଗ ଆମେ ଘରେ ଖାଦ୍ୟ ତିଆରିରେ ବ୍ୟବହାର କରୁ । କିନ୍ତୁ ଆପଣ ମାନେ ଏହା ଜାଣି ନଥିବେ ଯେ ବଥୁଆ ଶାଗକୁ ସେବନ କଲେ ଆମ ଶରୀର ଗରମ ରହିଥାଏ । ତ ଯଦି ଆପଣ ଚାହାନ୍ତି ଯେ ଥଣ୍ଡା ପାଗରେ ଆପଣଙ୍କ ଶରୀର ଗରମ ହୋଇ ରହୁ ବୋଲି ତା’ହେଲେ ବଥୁଆ ଶାଗକୁ ସେବନ କରି ପାରିବେ ।

ସବୁଜ ଚଣା ବା ମଟର : ଆମେ ସମସ୍ତେ ସବୁଜ ଚଣା ବା ମଟର ବିଷୟରେ ଜାଣୁ, ଯେମିତିକି ଆପଣମାନେ ଜାଣନ୍ତି ଯେ ସବୁଜ ଚଣା ବା ମଟର ଆମ ଶରୀର ପାଈଁ କେତେ ଳାଭ ପ୍ରଦ ହୋଇଥାଏ । କିନ୍ତୁ ଆପଣ ମାନେ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ସବୁଜ ଚଣାର ପତ୍ର, ସବୁଜ ଚଣା ଠାରୁ ବହୁତ ଳାଭଦାୟକ ଅଟେ । ଆପଣମାନଙ୍କୁ କହି ଦେଉଛୁ ଯେ ସବୁଜଚଣାର ପତ୍ରକୁ “ପ୍ରୋଟିନ”ର ରାଜା ବୋଲି କୁହାଯାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ।