ଏହି ଗୋଟିଏ ପତ୍ରର ସେବନ ଦ୍ୱାରା ଆପଣଙ୍କ ଜୀବନରେ କେବେ ବି କୌଣସି ରୋଗ ହେବନାହିଁ ।

Spread the love

କଥାରେ ଅଛି “ଶରୀରମ୍ ବ୍ୟାଧିହ” । ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହାନ୍ତି, ଯିଏ ଛାତିରେ ହାତ ରଖି କହିପାରିବ ଯେ, ମୁଁ ନିରୋଗୀ । ଯେପରି ଧରାପୃଷ୍ଟରେ ଜନ୍ମ ହେଲା ମୃତ୍ୟୁ ଯେପରି ସୁନିଶ୍ଚିତ ଠିକ ସେହିପରି ପ୍ରତ୍ୟେକ ଶରୀରରେ ରୋଗ ରହିବା ସୁନିଶ୍ଚିତ । ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ କିଛି ନା କିଛି ରୋଗ ରହିଥାଏ । ଆଜି ଏହି ଅନୁଛେଦରେ ଆମେ ଏହିପରି ଏକ ପାତ୍ର ବିଷୟରେ କହିବୁ, ଯାହା ସମସ୍ତ ପ୍ରକାର ରୋଗରୁ ଦୂରେଇ ରଖିଥାଏ । ମେର୍ସିଙ୍ଗା ବା ବୃସଙ୍ଗ ପତ୍ର ଏହି ପତ୍ର କେବଳ ବସ୍ନା ପାଇଁ ବ୍ୟବହାର କରାଯାଇ ନ ଥାଏ, ଏହା ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଅନେକ ପ୍ରକାରର ରୋଗ ପାଇଁ ଏହି ପତ୍ର ବ୍ୟବହାର କରାଯାଇଥାଏ ।

୧) କେଶ : –

ଯଦି ଆପଣଙ୍କୁ କେଶର ସମସ୍ୟା ଥାଏ, ଯେପରିକି କେଶ ଝଡ଼ିବା, ଧଳା ହେବା, ରୂପୀ ହେବା; ତେବେ ଆପଣ ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ଏହି ପତ୍ରର ବ୍ୟବହାର କରିପାରିବେ । ଆପଣ ଏହି ପତ୍ରକୁ ସେବନ କରିପାରିବେ କିମ୍ବା ପେଷ୍ଟ କରି କେଶରେ ଲଗାଇ ପାରିବେ କିମ୍ବା ଏହି ପତ୍ରର ତେଲକୁ ଗରମ କରି ନିଜ କେଶରେ ଲଗାଇ ପାରିବେ । ନଚେତ ଏହି ପତ୍ରକୁ ପାଣିରେ ପକାଇ ଅଧଘଣ୍ଟା ଫୁଟାଇ ସେହି ପାଣି ଦ୍ୱାରା ନିଜ କେଶକୁ ସଫା କରିପାରିବେ । ଏହାଦ୍ୱାରା ଆପଣଙ୍କ କେଶର ସମସ୍ତ ସମସ୍ୟା ଦୁରେଇ ଯିବ ।

୨) ପେଟ : –

ବୃସଙ୍ଗ ପତ୍ର ସେବନ କରିବା ଦ୍ଵାରା ଶରୀର ଶୀତଳ ବା ଥଣ୍ଡା ରହିଥାଏ । ତେଣୁ ଏହି ପାତ୍ର ଅନେକ ରୋଗ ନିମନ୍ତେ ରାମବାନ ସଦୃଶ ଅଟେ । ଯଦି ଆପଣଙ୍କୁ ପେଟମୋଡ଼ା, ଅତିସାର ବା ପେଟର କୌଣସି ସମସ୍ୟା ଅଛି; ତାହାଲେ ଆପଣଙ୍କୁ ବୃସଙ୍ଗ ପତ୍ରର ବ୍ୟବହାର କରିବାକୁ ପଡ଼ିବ । ଏହି ପତ୍ର ସେବନ କରି ନିଜର ଓଜନ ମଧ୍ୟ କମେଇ ପାରିବେ । କାରଣ ଏଥିରେ ଥିବା ଫାଇବର ଶରୀରରେ ଥିବା ଅଧିକ ଫେଟ୍ କୁ ବାହାର କରି ଦେଇଥାଏ ।

୩) ଚର୍ମ : –

ଯଦି ଆପଣଙ୍କୁ ଚର୍ମ ଜନିତ କିଛି ସମସ୍ୟା ଅଛି, ଯେମିତିକି ଚେହେରାରେ ବ୍ରଣ, କଳା ଦାଗ, ଚେହେରା ତେଲିଆ ଇତ୍ୟାଦି…, ଯଦି ଆପଣଙ୍କ ଚେହେରାରୁ ଏହି ସବୁ ସମସ୍ୟା ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି; ତେବେ ଏହି ପତ୍ରକୁ ବ୍ୟବହାର କରନ୍ତୁ । ବୃସଙ୍ଗ ପତ୍ରର ପେଷ୍ଟକୁ ନିଜ ଚେହେରାରେ ଲଗାନ୍ତୁ । ଏହି ପେଷ୍ଟକୁ ପ୍ରସ୍ତୁତ କରିବା ଆଗରୁ ବୃସଙ୍ଗ ପତ୍ରକୁ ପ୍ରଥମେ ଖରାରେ ଶୁଖାନ୍ତୁ ଓ ପେଷ୍ଟ କରନ୍ତୁ । ସେଥିରେ ଗୋଲାପ ଜଳ, ମୁଲତାନ ମାଟି ଓ ନଡ଼ିଆ ତେଲ ମିଶାନ୍ତୁ । ଏହାକୁ ଭଲ ରୁପେ ମିଶାଇବା ପରେ ଏହାକୁ ଆପଣଙ୍କ ଚେହେରାରେ ଲଗାଇବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୁରେଇ ଯାଇଥାଏ ।

୪) କୋଳେଷ୍ଟ୍ରୋଲ : –

ଆଜିକାଲି ଅଧିକାଂଶ ଲୋକଙ୍କ ଶରୀରରେ କୋଳେଷ୍ଟ୍ରୋଲର ପରିମାଣ ବଢିବାକୁ ଲାଗୁଛି । ଯେଉଁଥି କାରଣରୁ ଲୋକଙ୍କୁ ଅନେକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡୁଛି । ଯଦି ଆପଣ ନିଜ ଶରୀରରୁ ଖରାପ କୋଳେଷ୍ଟ୍ରୋଲକୁ କମେଇବାକୁ ଚାହୁଁଛନ୍ତି ଓ କୋଳେଷ୍ଟ୍ରୋଲକୁ ନିଜ ଶରୀରରେ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି; ତେବେ ବୃସଙ୍ଗ ପତ୍ରର ସେବନ ନିଶ୍ଚୟ କରନ୍ତୁ ।

୫) ବୃକକ ବା ଯକୃତ : –

ବୃସଙ୍ଗ ପତ୍ର ବୃକକ ବା ଯକୃତ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯଦି ଆପଣ ନିଜ ବୃକକ ଓ ଯକୃତକୁ ଭଲରେ ରଖିବାକୁ ଚାହୁଁଛନ୍ତି, ତେବେ ବୃସଙ୍ଗ ପତ୍ରର ସେବନ କରନ୍ତୁ । ଏହି ପତ୍ରଟି ଆପଣଙ୍କ ଶରୀରର ସବୁ ପ୍ରକାରର ଇଂଫେକ୍ସିଅନ ଠାରୁ ଦୂରେଇ ରଖିଥାଏ । ଏହା ହାଡକୁ ଶକ୍ତ କରିଥାଏ ଓ ଏହି ପତ୍ର ଆପଣଙ୍କ ଆଖିର ଦୃଷ୍ଟି ଶକ୍ତିକୁ ମଧ୍ୟ ବଢ଼େଇ ଥାଏ ।

ଗରମ ଦିନ ହେଉ ବା ବର୍ଷା ଦିନ, ଏହି ପତ୍ରକୁ ଆପଣ ସବୁଦିନ ବ୍ୟବହାର କରିପାରିବେ । ଏହି ପାତ୍ର ସମସ୍ତ ପ୍ରକାରର ରୋଗ ଠାରୁ ଦୂରେଇବା ପାଇଁ ଏହା ସକ୍ଷମ ଅଟେ । ତେଣୁ ଏହି ପତ୍ରକୁ ଆଜିଠାରୁ ସେବନ କରିବା ଆରମ୍ଭ କରିଦିଅନ୍ତୁ ।