ଏହି 5ଟି କାରଣରୁ ଲିଭର୍ ସମ୍ପୂର୍ଣ୍ଣ ରୂପେ ଖରାପ ହୋଇଥାଏ, ନିଶ୍ଚିତ ଜାଣନ୍ତୁ ଅନଚେତ ଅସୁବିଧାରେ ପଢ଼ିପାରନ୍ତି !

Spread the love

ଲିଭର ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଯାହାକି ଆମ ଶରୀରକୁ ସିଧା ସଳଖ ପ୍ରଭାବିତ କରି ଥାଏ । ଏଥିପାଇଁ ଏହାକୁ ସୁସ୍ଥ ରଖିବା ବହୁତ ଜରୁରୀ ଅଟେ । ସେଇ 5ଟି ଜିନିଷ ବିଷୟରେ ଜାଣନ୍ତୁ ଯାହାକି ଆମ ଲିଭରକୁ ଖରାପ କରି ଦେଇ ଥାଏ ।

୧) ଚିନି :- ଚିନି ପିଲା ଠୁ ବୁଢା ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କ ପସନ୍ଦ । କିନ୍ତୁ ଚିନି ଖାଇବା ଦ୍ୱାରା ଆମ ଲିଭର୍ ଉପରେ କୁପ୍ରଭାବ ପଡିଥାଏ । ମଦ୍ୟ ପାନ ଦ୍ୱାରା ଲିଭର୍ ଉପରେ ଯେତିକି ପରିମାଣରେ କ୍ଷତି ସହ୍ୟ କରିଥାଏ ସେତିକି ହିଁ କ୍ଷତି ପହଞ୍ଚାଇ ଥାଏ ଚିନି ସେବନ କରିବା ଦ୍ୱାରା । ବିଶେଷ କରି ରିଫାଇଣ୍ଡ ସୁଗର ବା ଚିନି, କର୍ଣ ସିରଫ ଆଦି ଆଦି ସେବନ କରିବା ଦ୍ୱାରା ଆପଣଙ୍କ ଲିଭର ଅତ୍ୟଧିକ କ୍ଷତି ହୋଇଥାଏ ।

୨) ମସଲା :- ଅଧିକ ଲଙ୍କା ଆଉ ମସଲା ମସଲି ଲିଭର୍ ର ସବୁଠାରୁ ବଡ ଶତ୍ରୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ଆପଣ ବି ପ୍ରତି ଦିନ ଲଙ୍କା ଆଉ ଅଧିକ ମସଲାଦିଆ ଖାଦ୍ୟ ଖାଇ ଥାନ୍ତି ବା ଆବଶ୍ୟକତା ଠାରୁ ବେଶୀ ମସଲାର ପ୍ରୟୋଗ କରିଥାନ୍ତି ତେବେ ଲିଭର୍ ଉପରେ ଏହାର କୁପ୍ରଭାବ ପଡିବ ଏବଂ ଲିଭର୍ ଜନିତ ଅନେକ ସମସ୍ୟାର ସମ୍ମୁଖୀନ ହେବେ ।

୩) ମଦ୍ୟପାନ :- ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଯେଉଁମାନେ ମଦ୍ୟପାନ କରିନ୍ତି, ସେମାନେ ନିଜ ମଦ୍ୟପାନର ମାତ୍ରାକୁ ନିୟନ୍ତ୍ରଣ କରନ୍ତୁ ଅର୍ଥବା କମ୍ ବା ସୀମିତ ମାତ୍ରାରେ ହିଁ ଯଥାସମ୍ଭବ ଠିକ ହୋଇଥାଏ, ବଋଂ ଅଧିକ ମଦ୍ୟପାନ କରିବା କୌଣସି ଅଭିଶାପ ଠାରୁ କମ୍ ନୁହେଁ । ଏହା ଲିଭର୍ ପାଇଁ ବିଷ ଭଳିଆ କାମ କରି ଥାଏ ।

୪) ଭିଟାମିନ ସପ୍ଲିମେଣ୍ଟ :- ଯଦି ଆପଣ ଭିଟାମିନ ସପ୍ଲିମେଣ୍ଟର ସେବନ କରିଥାନ୍ତି, ତେବେ ରହି ଯାଆନ୍ତୁ ଏହା ଆପଣଙ୍କର ଲିଭର୍ କୁ ବହୁତ ମାତ୍ରାରେ ଖରାପ କରିଥାଏ । ଖାସ୍ କରି ଭିଟାମିନ A ର ଅଧିକ ପ୍ରୟୋଗ ଦ୍ୱାରା ଲିଭର୍ କୁ ବହୁତ ଖରାପ ପ୍ରଭାବ ପକେଇ ଥାଏ ।

୫) ସୋଫ୍ଟ ଡ୍ରିଂକ୍ସ ବା କୋଲ ଡ୍ରିଂକ୍ସ:- କୋଲ ଡ୍ରିଂକ୍ସ କେବଳ ମନକୁ ହିଁ ସମ୍ୟକ ଆନନ୍ଦ ଦେଇଥାଏ । ଏହି ପ୍ରକାରର ଡ୍ରିଂକ୍ସ ଆପଣଙ୍କର କୌଣସି ଲାଭ କରି ନ ଥାଏ ବରଂ ବହୁତ ଜୋରରେ ଆପଣଙ୍କର ଲିଭର ବହୁ ମାତ୍ରାରେ ଏହାର କୁପ୍ରଭାବ ପଡିଥାଏ । ଏକ ରିସର୍ଚ୍ଚ ଅନୁସାରେ, ଯେଉଁ ଲୋକମାନେ ସୋଫ୍ଟ ଡ୍ରିଂକ୍ସର ସେବନ ଅଧିକ କରିଥାନ୍ତି, ତାଙ୍କୁ ସିରୋସିସ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ ।

ନିଜକୁ ସୁସ୍ଥ ରଖିବା ପାଇଁ ଓ ନିଜ ଲିଭର୍ କୁ ସୁସ୍ଥ ରଖିବା ପାଇଁ ଏହି ପାଞ୍ଚଟି ଜିନିଷର ବ୍ୟବହାର କମାଇ ଦିଅନ୍ତୁ । ଆପଣଙ୍କ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ସୁସ୍ଥ ରହିଲେ ଆପଣ ମଧ୍ୟ ସୁସ୍ଥ ରହିବେ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ଏବଂ Share କରି ଅନ୍ୟଙ୍କୁ ଜଣାନ୍ତୁ । !!ଜୟ ଜଗନ୍ନାଥ!!