ଏହି କାରଣ ଯୋଗୁ କିଡନୀରେ ହୋଇଥାଏ ଷ୍ଟୋନ, ଆଜି ହି ଏହି ଅଭ୍ୟାସକୁ ତ୍ୟାଗ କରନ୍ତୁ।

Spread the love

କିଡନୀରେ ଷ୍ଟୋନ ସେତେବେଳେ ହୁଏ ଯେତେବେଳେ ୟୁରିନରେ କ୍ୟାଲସିୟମ ଅକ୍ସଲେଟ ଓ ୟୁରିକ ଏସିଡ୍ ର ମାତ୍ରା ଅଧିକ ହୋଇଯାଏ । ଶୀତ ଦିନେ ବାହାରର ତାପମାତ୍ରା କମ ହୋଇଯାଏ, ଏଥିପାଇଁ ବାଷ୍ପୀକରଣ ବି କମ ହୋଇଥାଏ, କିନ୍ତୁ ପାଣି କମ ପିଇବା ଦ୍ୱାରା ଷ୍ଟୋନ ହେବାର ସମ୍ଭାବନା ଅଧିକ ହୋଇଯାଏ । ଏହା ଏଥିପାଇଁ ହୁଏ, କାରଣ ୟୁରିନ ସାଥିରେ ଲବଣ ମଧ୍ୟ ଶରୀରରୁ ନିର୍ଗତ ହୋଇଯାଏ । କିନ୍ତୁ ପାଣି କମ ପିଇବା ଦ୍ୱାରା ଲବଣର ଏହି କଣିକା ଗୁଡିକ କିଡନୀ ଓ ମୂତ୍ର ମାର୍ଗର ଅନ୍ୟ ଭାଗରେ ଯାଇକି ଏକତ୍ରିତ ହୋଇ ରହିଯାଏ ଓ ଏକ ଷ୍ଟୋନ ବା ପଥରୀର ନିର୍ମାଣ ହୋଇଥାଏ ।

କାହିଁକି ହୁଏ ଷ୍ଟୋନ ?

କିଡନୀରେ ଷ୍ଟୋନ ହେବାର କୌଣସି ନିଶ୍ଚିତ କାରଣ ନାହିଁ, ଏହା ବହୁତ ଥର କିଡନୀର ମେକେନ୍ଇଯିମରେ ଅସୁବିଧା ଆସିବ ଦ୍ୱାରା ହୋଇଥାଏ । ଏହି କାରଣ ଯୋଗୁ ୟୁରିନରେ କିଛି ରସାୟନ ପଦାର୍ଥର ମାତ୍ରା ଅଧିକ ହୋଇଥାଏ ଓ ତାହା ଜମା ହୋଇ ପଥରୀର ରୂପ ନେଇଥାଏ । ଏହା ଅଧିକାଂଶ ମିନେରଲସ ଓ ଲବଣରେ ହୋଇଥାଏ । ଏହା କିଡନୀରେ ତିଆରି ହୋଇଥାଏ, କିନ୍ତୁ ମୂତ୍ର ମାର୍ଗର କୌଣସି ବି ଭାଗକୁ ଯାଇ, ଯେପରି କିଡନୀ ମୂତ୍ର ବାହିନୀ ବା ମୂତ୍ରାଶୟକୁ ଯାଇ ତାହାକୁ ପ୍ରଭାବିତ କରିଥାଏ ଓ ସେଠାରେ ବି ତିଆରି ହୋଇଥାଏ ।

ଏଦ୍ୱାରା ହେଉଥିବା ଅସୁବିଧା :

କହିବାକୁ ଗଲେ ଅଧିକାଂଶ କିଡନୀ ଷ୍ଟୋନ କିଡନୀ ରେ ହି ରହିଥାଏ ଓ ଯଦି ସେଗୁଡିକୁ ବାହାର କରିବାର ଅଛି ତେବେ କିଡ୍ନୀ ର ଅପରେସନ କରିବାକୁ ପଡେ। ଏହା ବେଳେବେଳେ ମୂତ୍ର ସହିତ ମୂତ୍ରମାର୍ଗ ରେ ଅନ୍ୟ ଭାଗରେ ଅଟକି ଯାଇଥାଏ, ଯାହାଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ଥାଏ ଓ ୟୁରିନ ପାସ ହେବାର ମଧ୍ୟ କଷ୍ଟ ହୋଇଥାଏ । ଏହା ଯୋଗୁ ପେଟ ବହୁତ ଜୋର ସେ କଷ୍ଟ ହୋଇଥାଏ। କିନ୍ତୁ ସମୟ ପୂର୍ବରୁ ଏହାକୁ ବାହାର କରିଦେଲେ ଶରୀର ର କିଛି କ୍ଷତି ହୁଏ ନାହିଁ ।

ଏହି ଖାଦ୍ୟ ଖାଇବା ଯୋଗୁ ହୋଇଥାଏ ପଥରୀ:

ଶୀତଦିନେ ବେସି ଗ୍ରୀନ ଭେଜିଟେବଲ ଖାଇବା ଦ୍ୱାରା ଶରୀର ରେ କ୍ୟାଲସିୟମ ଅକ୍ସାଇଡ ର ପରିମାଣ ବଢିଯାଏ ଯାହାଦ୍ୱାରା ପଥରୀ ହୋଇଥାଏ। ଯଦି ଆପଣ ଥରେ ଏହାର ଶିକାର ହୋଇଛନ୍ତି ତେବେ ଆପଣଂକୁ ବିଶେଷ ଧ୍ୟାନ ଦେବା ଦରକାର । ଶୀତଦିନେ ଆପଣ ଏହି ପରି ଖାଦ୍ୟ ପାଳଙ୍ଗ, ବିଟ,କମ ଖାଆନ୍ତୁ ।

ଏହି କଥା ପ୍ରତି ଧ୍ୟାନ ରଖନ୍ତୁ :

୧- ଯଥେଷ୍ଟ ପରିମାଣରେ ପାଣି ଓ ତରଳ ପଦାର୍ଥ ର ସେବନ କରନ୍ତୁ ।

୨- ଓଜନ ବଢିବାକୁ ଦିଅନ୍ତୁ ନାହିଁ ।

୩- ଡାଇବେଟିଜ ଥିଲେ ସୁଗର ଲେଭେଲ କୁ କଂଟ୍ରୋଲ କରନ୍ତୁ ।

୪-ପ୍ରତିଦିନ ବ୍ୟାୟାମ କରନ୍ତୁ ।

୫-ଯଦି କିଛି ଲକ୍ଷଣ ଦେଖାଯାଏ ତ ତୁରନ୍ତ ଡାକ୍ତର ଙ୍କୁ ଦେଖାନ୍ତୁ ।

୬- ପୂର୍ବରୁ ଯଦି ଏହାର ଶିକାର ହୋଇଛନ୍ତି ତେବେ ବିଶେଷ ଧ୍ୟାନ ଦିଅନ୍ତୁ ।