ଏହି ଜାଗାମାନଙ୍କରେ ଭୁଲରେ ମଧ୍ୟ ଦିଅନ୍ତୁ ନାହିଁ ନିଜ ଆଧାର କାର୍ଡ ନମ୍ବର, ନଚେତ ବ୍ୟାଙ୍କ ଖାତାରୁ ସବୁ ଟଙ୍କା ଖାଲି ହେଇପାରେ ।

Spread the love

ସରକାର, ଆଧାର କାର୍ଡ ଲୋକମାନଙ୍କ ସୁବିଧା କରିବା ପାଇଁ କରିଛନ୍ତି । ଆଧାର କାର୍ଡ କରିବାରେ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଦେଶରୁ ଭ୍ରଷ୍ଟାଚାର ଓ କଳାବଜାରକୁ ସମ୍ପୂର୍ଣ ରୁପେ ସମାପ୍ତ କରିବା । ଭାରତର ସବୁ ନାଗରିକଙ୍କ ଆଧାର କାର୍ଡ ଭିନ୍ନ ଭିନ୍ନ ହେଇଥାଏ ।

ସରକାର, ଗାଇଡ଼ଲାଇନରେ ଏହା ଘୋଷଣା କରିଛନ୍ତି ଯେ, ଦୈନନ୍ଦିନ ପ୍ରତି କାର୍ଯ୍ୟ କରିବା ପାଇଁ ଆଧାର କାର୍ଡକୁ ଲିଙ୍କ କରିବା ଆବଶ୍ୟକ । ଆଧାର କାର୍ଡରେ ଆମ ବ୍ୟାଙ୍କ account ନମ୍ବର ଓ ନିଜର ସମସ୍ତ ଗୋପନୀୟ ତଥ୍ୟ ରହିଥାଏ । ଗୋଟିଏ ଆଧାର କାର୍ଡର ନମ୍ବର ମାଧ୍ୟମରେ, ହେକର୍ସମାନେ ଆପଣଙ୍କ ସମ୍ପୂର୍ଣ ତଥ୍ୟକୁ ହାସଲ କରିପାରିବେ । ତେଣୁ ନିଜ ଆଧାର କାର୍ଡର ନମ୍ବରକୁ ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ । ବେଳେବେଳେ ଆପଣଙ୍କୁ ଜଣାଣ ନମ୍ବରୁର call କରି କେହି ଆପଣଙ୍କୁ ଆଧାର କାର୍ଡର ନମ୍ବରକୁ ମାଗି ପାରନ୍ତି । ଆପଣ ଯଦି ସେମାନଙ୍କୁ ନିଜ ଆଧାର କାର୍ଡ଼ର ନମ୍ବର ଦିଅନ୍ତି, ତେବେ ସେମାନେ ଗୋଟିଏ Duplicate sim କରନ୍ତି ଏବଂ OTPକୁ ସହଜରେ ହାସଲ କରିଦିଅନ୍ତି ଓ accountରୁ ସବୁ ଟଙ୍କାକୁ ଖାଲି କରି ଦିଅନ୍ତି । ତେଣୁ ନିଜ ଆଧାର କାର୍ଡ଼ ନମ୍ବର କୌଣସି ମଧ୍ୟ ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ ।

ଆଜିକାଲି WhatsAppରେ ବହୁତ ଗୁଡ଼ାଏ ଲିଙ୍କ send କରି ସେହି ଲିଙ୍କକୁ click କରିବାକୁ କୁହନ୍ତି । ସେହି ଲିଙ୍କ ତଳେ ଲେଖନ୍ତି କି, ଆପଣ ଏଠାରେ ଟଙ୍କା ଜିତିବାର ସମ୍ଭାବନା ଅଛି । ବହୁତ ଲୋକମାନେ ଟଙ୍କା ମିଳିବ ବୋଲି click କରିଦିଅନ୍ତି । ସେହି ଲିଙ୍କକୁ click କରିଲେ ସେଠାରେ ଆପଣଙ୍କ ମୋବାଇଲ ନମ୍ବର, account ନମ୍ବର ଓ ଆଧାର କାର୍ଡ଼ର ନମ୍ବର ମାଗିଥାଏ । ଆପଣ ଅଜାଣତରେ ସବୁ ତଥ୍ୟକୁ ସେହି ଅଜଣା ବ୍ୟକ୍ତିକୁ ଦେଇ ଦିଅନ୍ତି । ଯଦି ଆପଣ ଏଭଳି କରନ୍ତି, ତେବେ ଆପଣଙ୍କ accountରୁ ସବୁ Balance ଖାଲି ହୋଇଯାଇପାରେ । ତେଣୁ ଆପଣଙ୍କୁ କିଏ ଆଧାର କାର୍ଡ଼ ନମ୍ବର ମାଗିଲେ କୁହନ୍ତୁ ନାହିଁ ଓ WhatsAppର ଲିଙ୍କଗୁଡିକୁ click କରନ୍ତୁ ନାହିଁ !

ଆଶା କରୁଛୁ ଅନୁଛେଦଟି ନିଷ୍କିତ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ମଧ୍ୟ ଶେୟାର କରି ସେମାନଙ୍କୁ ସଚେତନ କରନ୍ତୁ । ଆପଣଙ୍କ ଗୋଟିଏ ଶେୟାର ହୁଏତ ଅନ୍ୟ କେହି ଠକାମିମାନଙ୍କ ଠାରୁ ବଞ୍ଚି ପାରନ୍ତି । ଧନ୍ୟବାଦ !

!!ଜୟ ଜଗନ୍ନାଥ !!