ଏହି ଗୋଟିଏ ଭୁଲ୍ ପାଇଁ ମହିଳାମାନଙ୍କର ପ୍ରତ୍ୟେକ ମାସରେ ହୋଇଥାଏ ମାସିକ ଧର୍ମ ।

Spread the love

ଆମ ଧର୍ମଗ୍ରନ୍ଥ ମାନଙ୍କରେ ଏଭଳି କିଛି କଥାର ବର୍ଣ୍ଣନା କରାଯାଇଛି ଯାହାର କଳ୍ପନା ମଧ୍ୟ ଆମେ କରିପାରିବା ନାହିଁ । ଏହି କଥା ତ’ ଆମେ ସମସ୍ତେ ଜାଣିଥାଉ କି, ମହିଳାମାନଙ୍କର ପ୍ରତ୍ୟେକ ମାସରେ ମାସିକ ଧର୍ମ ହୋଇଥାଏ । ଯାହାକୁ ବୈଜ୍ଞାନିକମାନେ ଏହାକୁ ସାଧାରଣ ପ୍ରକ୍ରିୟା ବୋଲି ମାନିଥାନ୍ତି । କିନ୍ତୁ ଆମ ଧର୍ମପ୍ରଥା ରେ ଏହାକୁ ମହିଳାଙ୍କ ଦୁର୍ବଳତା ବୋଲି କୁହାଯାଇଛି । ପ୍ରତ୍ୟେକ ଲୋକଙ୍କ ମନରେ ଏହି ଭାବନା ନିଶ୍ଚୟ ଆସିଥାଏ ଯେ, ମହିଳାମାନଙ୍କୁ କାହିଁକି ପ୍ରତ୍ୟେକ ମାସ ଏହି ପୀଡ଼ା ଭଗିବାକୁ ପଡ଼ିଥାଏ । ଏହାର କାରଣ କଣ ହୋଇଥାଏ । ତେବେ ଚାଲନ୍ତୁ ବନ୍ଧୁଗଣ ଏବେ ଆମେ ଜାଣିବା କି, ଆମ ହିନ୍ଦୁ ଧର୍ମରେ କଣ ଏହାର କାରଣ କୁହାଯାଇଛି ?

ପୌରାଣିକ କଥା ଅସନୁସାରେ ଦେବରାଜ ଇନ୍ଦ୍ର ମହିଳାଙ୍କୁ ଏହି ଅଭିଶାପ ଦେଇଛନ୍ତି ବୋଲି କୁହାଯାଇଛି । ଭାଗବତ ପୁରାଣ ଅନୁସାରେ ଥରେ ଗୁରୁ ବୃହସ୍ପତି ଇନ୍ଦ୍ର ଦେବଙ୍କ ଉପରେ ରାଗି ଗଲେ । ଯାହାର ଫାଇଦା ନେଇ ଅସୁରମାନେ ଦେବଲୋକ ଉପରେ ଆକ୍ରମଣ କରିଦେଇଥିଲେ । ଏହି କାରଣରୁ ଇନ୍ଦ୍ର ଦେବଙ୍କୁ ନିଜ ଗଦି ଛାଡ଼ି ଯିବାକୁ ପଡିଥିଲା । ଅସୁରମାନଙ୍କ ଠାରୁ ବଞ୍ଚିବା ପାଇଁ ଇନ୍ଦ୍ରଦେଵ ସୃଷ୍ଟିର ରଚୟିତା ବ୍ରହ୍ମାଙ୍କ ପାଖକୁ ସାହାଯ୍ୟ ମାଗିବାକୁ ଯାଇଥିଲେ । ସେତେବେଳେ ଭଗବାନ ବ୍ରହ୍ମା କହିଲେ ହେ ଇନ୍ଦ୍ରଦେବ ଏଥିପାଇଁ ତୁମକୁ ଗୋଟିଏ ବ୍ରହ୍ମ ଜ୍ଞାନୀର ସେବା କରିବାକୁ ପଡିବ । ଯଦି ସେ ତମର ସେବାରେ ପ୍ରସନ୍ନ ହୋଇଯିବେ ତେବେ ତୁମକୁ ପୁଣିଥରେ ସ୍ୱର୍ଗଲୋକ ମିଳିଯିବ ।

ବ୍ରହ୍ମା ଭଗବାନଙ୍କ କହିବା ଅନୁସାରେ ଇନ୍ଦ୍ରଦେବ ଗୋଟିଏ ବ୍ରହ୍ମ ଜ୍ଞାନୀଙ୍କ ସେବା କରିବାକୁ ଲାଗିଲେ । କିନ୍ତୁ ଇନ୍ଦ୍ରଦେଵ ଜାଣିନଥିଲେ କି, ସେ ଯାହାର ସେବା କରୁଥିଲେ ସେ ଜ୍ଞାନୀର ମାତା ଅସୁର ଅଟନ୍ତି । ଯେଉଁ କାରଣରୁ ସେହି ଜ୍ଞାନୀର ଅସୁରମାନଙ୍କ ସହିତ ଅଧିକ ସମ୍ପର୍କ ଥିଲା । ଏଥିପାଇଁ ସେହି ଜ୍ଞାନୀ, ଇନ୍ଦ୍ରଦେବ ଦେଉଥିବା ସବୁ ଯଜ୍ଞ ସାମଗ୍ରୀ ଦେବତାମାନଙ୍କୁ ଦେବା ବଦଳରେ ଅସୁରମାନଙ୍କୁ ଅର୍ପିତ କରିଦେଉଥିଲେ । ଯେତେବେଳେ ଇନ୍ଦ୍ରଦେବ ଏହି କଥା ଜାଣିଦେଲେ ତେବେ ସେ ବହୁତ ରାଗିଗଲେ ଓ ସେହି ଜ୍ଞାନୀର ହତ୍ୟା କରିଦେଲେ । ସେତେବେଳେ ଭଗବାନ ବିଷ୍ଣୁ ବ୍ରହ୍ମହତ୍ୟା ର ପାପରୁ ବଞ୍ଚିବା ପାଇଁ ଉପଦେଶ ଦେଇଥିଲେ କି, ହେ ଇନ୍ଦ୍ର ଏଥିପାଇଁ ତମକୁ ଗଛ, ଜଳ, ଭୂମି ଏବଂ ସ୍ତ୍ରୀଙ୍କୁ ନିଜର ଟିକେ ଟିକେ ପାପ ବାଣ୍ଟିବାକୁ ପଡ଼ିବ । ତାହା ସହିତ ସମସ୍ତଙ୍କୁ ଗୋଟିଏ ଗୋଟିଏ ବରଦାନ ଦେବାକୁ ପଡିବ ।

● ଗଛ –

ବିଷ୍ଣୁ ଭଗବାନଙ୍କ କହିବା ଅନୁସାରେ ଇନ୍ଦ୍ରଦେବ ପ୍ରଥମେ ଗଛକୁ ନିଜର ପାପର କିଛି ଅଂଶକୁ ନେବାକୁ ଅନୁରୋଧ କରିଥିଲେ । ଗଛ ଚାରି ଭାଗରୁ ଗୋଟିଏ ଭାଗ ନେଇଗଲା । ଏହା ବଦଳରେ ତାକୁ ଗୋଟିଏ ବରଦାନ ମିଳିଲା କି, ଗଛ ମରିବା ପରେ ମଧ୍ୟ ସେ ନିଜକୁ ଜୀବିତ କରିପାରିବ ।

● ଜଳ –

ଏହାପରେ ଜଳକୁ ଅନୁରୋଧ କରିବା ପରେ ଜଳ ମଧ୍ୟ ପାପର କିଛି ଭାଗ ନେଇଗଲା । ଏହା ବଦଳରେ ଇନ୍ଦ୍ରଦେବ ଅନ୍ୟ ବସ୍ତୁକୁ ପବିତ୍ର କରିବାପାଇଁ ଶକ୍ତି ପ୍ରଦାନ କରିଲେ । ଏହି କାରଣରୁ ଜଳକୁ ପବିତ୍ର ମାନି ପୂଜାପାଠ ରେ ବ୍ୟବହାର କରାଯାଏ ।

● ଭୂମି –

ଏହିଭଳି ଭୂମି ମଧ୍ୟ କିଛି ପାପର ଅଂଶ ନେଇଗଲା । ଯାହା ବଦଳରେ ଇନ୍ଦ୍ରଦେବ ଭୂମିକୁ ବରଦାନ ଦେଲେ କି, ଭୂମି ଉପରେ ଆସୁଥିବା ଫାଟ ଆପେ ଆପେ ଭରିଯିବ ।

● ସ୍ତ୍ରୀ –

ଶେଷରେ ବାକି ରହିଥିବା ପାପ ଗୁଡ଼ିକୁ ସ୍ତ୍ରୀ ନିଜ ଉପରକୁ ନେଇଗଲା । ଯେଉଁ କାରଣରୁ ସ୍ତ୍ରୀଙ୍କୁ ପ୍ରତ୍ୟେକ ମାସରେ ମାସିକ ଧର୍ମର ପୀଡ଼ା ସହିବାକୁ ପଡ଼ିଥାଏ । କିନ୍ତୁ ଏହା ବଦଳରେ ଇନ୍ଦ୍ରଦେବ ମହିଳାମାନଙ୍କୁ ବରଦାନ ଦେଲେ କି, ପୁରୁଷମାନଙ୍କ ତୁଳନାରେ ମହିଳାମାନେ କାମର ଆନନ୍ଦ ଅଧିକ ନେବେ । ସେତେବେଳେଠାରୁ ହିଁ ମହିଳାମାନଙ୍କ ମାସିକ ଧର୍ମ ହେଉଛି ।