ଏହି ୬ଟି ସ୍ଵପ୍ନ ଧନବାନ ହେବାର ସଂକେତ ଦେଇଥାଏ ।

Spread the love

ଏହି ୬ଟି ସ୍ଵପ୍ନ ଆପଣଙ୍କୁ ଧନୀ, ସମୃଦ୍ଧି ଏବଂ ଲୋକପ୍ରିୟତା ବୃଦ୍ଧିର ସଙ୍କେତ ଦେଇଥାଏ ।

ଶୋଇବା ପୂର୍ବରୁ ଆମେ ଯାହା ଭାବିଥାଉ, ତାହାକୁ ମନରେ କଳ୍ପନା କରି ତା’ର ପ୍ରତିବିମ୍ବକୁ ମନରେ ଭାବି ସେହି ବିଷୟରେ ଯେଉଁ ସବୁ କଥାକୁ ଅନୁଭବ କରୁ, ତାହାକୁ ଆମେ ସାଧାରଣତଃ ସ୍ଵପ୍ନ ବୋଲି କହିଥାଉ । ଏହି ସ୍ଵପ୍ନ ଦ୍ଵାରା ଭଗବାନ ମନୁଷ୍ୟର ନିକଟବର୍ତ୍ତୀ ହୁଅନ୍ତି ବୋଲି ବାସ୍ତୁଶାସ୍ତ୍ରରେ ମଧ୍ୟ ଏହା ଉଲ୍ଲେଖ ଅଛି । ଭଗବାନ ମନୁଷ୍ୟକୁ ସିଧାସଳଖ ସଂକେତ ନ ଦେଇ ଏହି ସ୍ଵପ୍ନ ମାଧ୍ୟମରେ ତା’ର ଭଲ କିମ୍ବା ଖରାପ ସମୟ ଆସୁଥିବାର ସୂଚନା ଦେଇଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବୁ ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥିବା ସେହି ୬ଟି ସଂକେତ ବିଷୟରେ ।

୧. ମୟୁର :

ଆପଣ ଜାଣନ୍ତି ମୟୂର ଦେଖିବାକୁ ଭାରି ସୁନ୍ଦର । ଯଦି ଆପଣ ସ୍ୱପ୍ନରେ ଉଡ଼ୁଥିବା କିମ୍ବା ନାଚୁଥିବା ମୟୁରକୁ ଦେଖନ୍ତି; ତେବେ ଜାଣିନିଅନ୍ତୁ ଯେ, ଅଳ୍ପ କିଛି ଦିନରେ ଆପଣଙ୍କୁ ସୁଖ ପ୍ରାପ୍ତି ହେବାକୁ ଯାଉଛି ।

୨. ଧଳାରଙ୍ଗର ସାପ :

ଧଳାରଙ୍ଗର ସାପକୁ ସ୍ୱପ୍ନରେ ଦେଖିଲେ କିଛି ଲୋକ ଡରି ଯାଇଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଦେଖିବା ଶୁଭ ବୋଲି କୁହାଯାଏ । ଏହାକୁ ସ୍ୱପ୍ନରେ ଦେଖିବା ଅର୍ଥ ଧନପ୍ରାପ୍ତିର ସଂକେତ ହୋଇଥାଏ ।

୩. ଶଙ୍ଖ :

ଯଦି ଆପଣ ସ୍ୱପ୍ନରେ ଶଙ୍ଖ ଦେଖନ୍ତି; ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ପରିବାରର ସୁଖ ଶାନ୍ତି ଆଣିବା ସହ ଆପଣଙ୍କ ପରିବାରର ମଙ୍ଗଳ ମଧ୍ୟ ହୋଇଥାଏ ।

୪. ପେଚା :

ସ୍ୱପ୍ନରେ ପେଚା ଦେଖିବା ଅର୍ଥ ଧନପ୍ରାପ୍ତିର ଗୋଟିଏ ସଂକେତ । କାରଣ ଏହା ମାତା ଲକ୍ଷ୍ମୀଙ୍କର ବାହାନ ହୋଇଥିବା କାରଣରୁ ଏହା ଆପଣଙ୍କ ଜୀବନରେ ଟଙ୍କା, ପଇସାର ସୁଅ ଆସିବାର ସଂକେତ ଦେଇଥାଏ ।

୫. କ୍ଷେତ ବା ଚାଷଜମି :

ଯଦି ଆପଣ ସ୍ୱପ୍ନ ଦେଖିବା ସମୟରେ କୌଣସି କ୍ଷେତ ବା ଚାଷ ଜମିରେ ଦେଖନ୍ତି; ତେବେ ଆପଣଙ୍କୁ ଜୀବନରେ ଅତିଶୀଘ୍ର ସମସ୍ତ ପ୍ରକାରର ସମୃଦ୍ଧି ଏବଂ ଲୋକପ୍ରିୟତା ମିଳିବାକୁ ଯାଉଛି ବୋଲି ସୂଚନା ମିଳିଥାଏ ।

୬. କୋଇଲା :

କୋଇଲାକୁ ମଧ୍ୟ ସ୍ୱପ୍ନରେ ଦେଖିବା ଶୁଭ ବୋଲି ଶାସ୍ତ୍ର ଅନୁସାରେ କୁହାଯାଇଥାଏ । ଏହାକୁ ଦେଖିବା ଅର୍ଥ ଆପଣ ସମସ୍ତ ଅସୁବିଧାର ପରିସ୍ଥିତି ସତ୍ତ୍ୱେ ମଧ୍ୟ ଧନବାନ ହୋଇପାରିବେ ।

ତେବେ ବନ୍ଧୁଗଣ ମନେରଖନ୍ତୁ ଏହି ସବୁ ଜିନିଷ ସ୍ୱପ୍ନରେ ଦେଖିବା ଅର୍ଥ ଆପଙ୍କୁ ଧନଲାଭ ହେବାର ଯୋଗ ରହିଛି ।