ଏହି ଦଶଟି କାରଣରୁ ନିଜର ଦିଅରକୁ ପସନ୍ଦ କରନ୍ତି ଭାଉଜମାନେ ! ଦୁହିଁଙ୍କ ମଧ୍ୟରେ ରହିଥାଏ ଏକ ବିଶେଷ ସମ୍ପର୍କ ।

Spread the love

ଦିଅର ଓ ଭାଉଜଙ୍କ ମଧ୍ୟରେ ରହିଥିବା ସେହି ସମ୍ପର୍କ ଯେଉଁଥିରୁ କି ଆପଣ ଏବେ ପର୍ଯ୍ୟନ୍ତ ଅଜଣା ଅଛନ୍ତି ।

ଦିଅର ଏବଂ ଭାଉଜଙ୍କ ମଧ୍ୟରେ ଏକ ଅଦ୍ଭୁତ ସମ୍ପର୍କ ରହିଥାଏ । ଯେବେ ଗୋଟିଏ ଝିଅ ବିବାହ କରି ନିଜ ଶାଶୂ ଘରକୁ ଯାଇଥାଏ, ତେବେ ସ୍ୱାମୀଙ୍କ ପରେ ନିଜ ଦିଅର ସହିତ ହିଁ ସମସ୍ତ ଜିନିଷକୁ ସେୟାର କରିଥାନ୍ତି । ଗୋଟିଏ ଦିଅର ତାଙ୍କ ଭାଉଜ ପାଇଁ ଛୋଟ ଭାଇ କିମ୍ବା ପୁତ୍ରର ସଦୃଶ ହୋଇଥାଏ । ମାତୃଳାୟରେ ନିଜର ଭାଇ ଏବଂ ଭଉଣୀଙ୍କୁ ଛାଡି ଦେଇ ଆସିବା ପରେ ଶାଶୂ ଘରେ ଦିଅର ତାଙ୍କର ଭାଇର ଭଲ ପାଇବାର ଅଭାବ ପୂରଣ କରିଥାଏ । କେତେକ କ୍ଷେତ୍ରରେ ଯଦି ଦିଅର ଦୁଷ୍ଟ ହୋଇଥାନ୍ତି; ତେବେ ଭାଉଜଙ୍କ ସହିତ ଥଟ୍ଟା ମଜା ମଧ୍ୟ କରିଥାନ୍ତି । ଏହା ଦ୍ଵାରା ତାଙ୍କୁ ମଧ୍ୟ ଶାଶୂ ଘରେ ଗୋଟିଏ ଭାଇ ଏବଂ ବନ୍ଧୁ ମିଳିଯାଏ । ଅଧିକାଂଶ ମାମଲାରେ ଏହି ଦୁଇଜଣ ହିଁ ପରସ୍ପରଙ୍କୁ ସମ୍ମାନ ପ୍ରଦାନ କରିଥାନ୍ତି । ଏହି ସମସ୍ତ କଥାକୁ ଧ୍ୟାନ ଦେଇ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ, ଶାଶୂ ଘରେ ଗୋଟିଏ ଦିଅର ରହିବାର ଆବଶ୍ୟକତା ରହିଛି କାହିଁକି ଏବଂ ଏହା ଦ୍ଵାରା କଣ କଣ ଲାଭ ହୋଇଥାଏ ।

୧) ଗୋଟିଏ ଦିଅର ତା’ ବଡ଼ ଭାଇର ସମସ୍ତ ରହସ୍ୟ ଜାଣିଥାଏ । ଏମିତିରେ ଯଦି ଆପଣ ନିଜ ନିଜ ସ୍ୱାମୀକୁ ଆହୁରି ଅଧିକ ଗଭୀର ଭାବରେ ଜାଣିବା ପାଇଁ ଇଚ୍ଛୁକ; ତେବେ ଦିଅର ଠାରୁ ସମସ୍ତ ରହସ୍ୟ ଜାଣି ପାରିବେ ।

୨) ଘରେ ଗୋଟିଏ ଦିଅର ହିଁ ରହିଥାଏ, ଯାହା ସାଥିରେ କି ଆପଣ ଥଟ୍ଟା ମଜା କରିପାରିବେ । ଆପଣ ତାଙ୍କ ପ୍ରେମିକାଙ୍କ ବିଷୟରେ ପଚାରି ତାଙ୍କୁ ଥଟ୍ଟା ମଧ୍ୟ କରି ପାରିବେ କିମ୍ବା ତାଙ୍କ ସାଥିରେ ଖାଲି ସମୟରେ କଥାବାର୍ତ୍ତା ମଧ୍ୟ କରିପାରିବେ ଏବଂ ଚାହିଁଲେ ହସ ମଜା ମଧ୍ୟ କରିପାରିବେ ।

୩) ଗୋଟିଏ ଦିଅର ପାଇଁ ତା’ ଭାଉଜ ଭଲ ବନ୍ଧୁ ସହିତ ମାତୃ ତୁଲ୍ୟ ମଧ୍ୟ ହୋଇଥାନ୍ତି । ଯେବେ ମଧ୍ୟ ତାଙ୍କୁ ଭୋକ ଲାଗିଥାଏ ଏବଂ ଘରେ କିଛି ଜିନିଷ ମିଳେ ନାହିଁ ବା ଯଦି ସେ ପୀଡ଼ିତ ହୋଇଯାନ୍ତି; ତେବେ ସାହାଯ୍ୟ ପାଇଁ ନିଜ ଭାଉଜ ପାଖକୁ ହିଁ ଆସିଥାନ୍ତି । ଏହା ସହିତ ନିଜର ବ୍ୟକ୍ତିଗତ ଜୀବନର ସମସ୍ୟା ଗୁଡ଼ିକ ପାଇଁ ମଧ୍ୟ ନିଜ ଭାଉଜ ପାଖକୁ ହିଁ ଯାଇଥାନ୍ତି । ଆପଣ ଗୋଟିଏ ମାଁ କିମ୍ବା ବଡ଼ ଭଉଣୀ ଭାବରେ ମଧ୍ୟ ତାଙ୍କର ମାର୍ଗ ଦର୍ଶନ ମଧ୍ୟ କରିପାରିବେ ।

୪) ଆପଣ ନିଜର ଦିଅର ପାଇଁ ଯାହା ମଧ୍ୟ କାମ କରନ୍ତି; ସେ ତାହାର ପ୍ରଶଂସା ନିଶ୍ଚୟ କରିଥାନ୍ତି । ଶାଶୂ ଘରେ ଆପଣଙ୍କ କାମର ଏବଂ ଆପଣଙ୍କ ଉପଲବ୍ଧି ଗୁଡ଼ିକର ପ୍ରଶଂସା କରିବାରେ ଦିଅର ସବୁବେଳେ ଆଗରେ ଥାଏ, ତେବେ ଆପଣ ମଧ୍ୟ ଖୁସି ହୋଇଥାନ୍ତି ।

୫) କେବଳ ଆପଣଙ୍କୁ ତାଙ୍କ ଯତ୍ନ ନେବାକୁ ପଡ଼େ ନାହିଁ ବରଂ ସେ ମଧ୍ୟ ଶାଶୂ ଘରେ ଆପଣଙ୍କ ଆରାମ ପାଇଁ ସମ୍ପୂର୍ଣ୍ଣ ଧ୍ୟାନ ରଖନ୍ତି । ଯଦି ଆପଣଙ୍କୁ ଘରେ କୌଣସି କଷ୍ଟ ହେଉଛି; ତେବେ ଆପଣ ନିଜ ଦିଅରକୁ ବିନା କୌଣସି ସଂକୋଚରେ କହିପାରିବେ ।

୬) ଯେତେବେଳେ ସ୍ୱାମୀ ଘରେ ନଥାନ୍ତି ଏବଂ ଆପଣଙ୍କୁ କୌଣସି କାମରେ ବାହାରକୁ ଯିବାର ଥାଏ, ତେବେ ସେ ଆପଣଙ୍କୁ ଗାଡ଼ିରେ କୌଣସି ଜାଗାକୁ ମଧ୍ୟ ନେଇ ଯାଇପାରିବେ । ଆପଣଙ୍କୁ କୁଆଡ଼େ ମଧ୍ୟ ଯିବାର ଥିଲେ ଖୁସିର ସହିତ ଆପଣଙ୍କୁ ନେଇ ଯିବେ, ସ୍ୱାମୀଙ୍କ ପରି କୌଣସି ବାହାନା ମଧ୍ୟ କରିବେ ନାହିଁ ।

୭) ଶାଶୂ ଘରେ ନୂଆ ବୋହୂର ସବୁଠାରୁ ବଡ଼ ସମସ୍ୟା ହେଉଛି; ସେ ବହୁତ ଶୀଘ୍ର ବୋର୍ ହୋଇଯାନ୍ତି । ଏମିତିରେ ଦିଅର ତାଙ୍କୁ ମନୋରଞ୍ଜନ କରିଥାନ୍ତି । ସେ ନିଜର ମଜାଳିଆ କାର୍ଯ୍ୟଗୁଡ଼ିକ ଦ୍ୱାରା ଭାଉଜଙ୍କୁ ବୋର୍ ହେବାକୁ ଦିଅନ୍ତି ନାହିଁ ।

୮) କେବଳ ଦିଅର ନୁହେଁ ବରଂ ତାଙ୍କର ସାଙ୍ଗମାନେ ମଧ୍ୟ ଆପଣଙ୍କୁ ସମ୍ମାନ ପ୍ରଦାନ କରିଥାନ୍ତି ଏବଂ ଆପଣଙ୍କ କୌଣସି ପ୍ରକାର ସହାୟତା କରିବା ପାଇଁ ସର୍ବଦା ସହଯୋଗ କରି ଥାଆନ୍ତି । ଆପଣଙ୍କ ଦିଅରର ସାଙ୍ଗସାଥୀ ଦଳର ସମସ୍ତ ଝିଅପୁଅ ମାନେ ମଧ୍ୟ ଆପଣଙ୍କ ବନ୍ଧୁ ହୋଇ ପାରିବେ ।

୯) ଦିଅର ଯଦି ସାଥିରେ ଥାଆନ୍ତି; ତେବେ ଘରେ କେତେଗୁଡିଏ ଉତ୍ସବ ଯେପରି ସପ୍ରାଇଜ ପାର୍ଟି ମଧ୍ୟ କରିପାରିବେ । ଆପଣ ତାଙ୍କ ସହିତ ଉତ୍ସବର ସମସ୍ତ ଯୋଜନା ମଧ୍ୟ ପ୍ରସ୍ତୁତ କରି ପାରିବେ ।

୧୦) ଯେବେ ମଧ୍ୟ ଆପଣଙ୍କର କୌଣସି ଭୁଲ ହୁଏ, ତେବେ ଆପଣଙ୍କ ଦିଅର ଆପଣଙ୍କୁ ବଞ୍ଚେଇ ଦିଅନ୍ତି । ଏପରି ଆପଣ ମଧ୍ୟ ନିଜ ଦିଅର ପାଇଁ କରି ପାରିବେ । ଏହିପରି ଭାବରେ ଘରେ ଦୁଇଜଣଙ୍କୁ ପରସ୍ପରର ଭଲ ସହଯୋଗ ମଧ୍ୟ ମିଳିଥାଏ ।