ଗ୍ରୀଷ୍ମ ଦିନରେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟପ୍ରତି ଲାଭଦାୟକ ନା ହାନିକାରକ । ଆସନ୍ତୁ ଏହାର ସତ୍ୟତା ବିଷୟରେ ଜାଣିବା ।

Spread the love

ଖରା ଦିନରେ ଅଣ୍ଡା ଖାଇଲେ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ କି, ଆସନ୍ତୁ ଜାଣିବା ।

ଅଣ୍ଡାରେ ଭରପୁର ମାତ୍ରାରେ ପୌଷ୍ଟିକ ତତ୍ୱ ଥାଏ, ଯାହାକି ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ବହୁତ ସ୍ୱାଦିଷ୍ଟ ମଧ୍ୟ । ଅଣ୍ଡାକୁ ଭିନ୍ନ ଭିନ୍ନ ରୂପେ ରୋଷେଇ କରି ସ୍ୱାଦର ଆନନ୍ଦ ନେଇପାରିବେ ।

ଅଣ୍ଡାରେ ବହୁତ ପୌଷ୍ଟିକ ତତ୍ୱ ଥାଏ, ଯାହାକି ସ୍ୱାସ୍ଥ୍ୟପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଅଧିକାଂଶ ସମୟରେ ଲୋକମାନେ କହିଥାନ୍ତି କି, ଅଣ୍ଡାକୁ ଥଣ୍ଡା ଦିନରେ ହିଁ ଅଧିକ ମାତ୍ରାରେ ଖାଇବା ଉଚିତ ଓ ଥଣ୍ଡା ଦିନରେ ଅଣ୍ଡା ଖାଇବା ସମ୍ପୁର୍ଣ ରୂପେ ବନ୍ଦ କରିଦେବା ଉଚିତ । କିନ୍ତୁ ବାସ୍ତବରେ ଏଭଳି କିଛି ମଧ୍ୟ ନୁହଁ ।

Google

ଆପଣ ଖରା ଦିନରେ ବା ଗ୍ରୀଷ୍ମ ଦିନରେ ସକାଳେ ଅଣ୍ଡାକୁ ସିଝାଇ ଖାଇ ପାରନ୍ତି, ଏଥିରେ କିଛି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇନଥାଏ । ଆପଣ ସକାଳେ ସିଝା ହୋଇଥିବା ଅଣ୍ଡା ଖାଇଲେ ବହୁତ ଶକ୍ତି ମିଳିଥାଏ । କିନ୍ତୁ ଆପଣ ଶୀତ ଦିନରେ ବା ଥଣ୍ଡା ଦିନରେ ଯେତେ ପରିମାଣରେ ଅଣ୍ଡା ଖାଉଥିଲେ, ସେତେ ପରିମାଣରେ ଖାଆନ୍ତୁ ନାହିଁ । ସେହି ପରିମାଣକୁ କମେଇବା ଆବଶ୍ୟକ କାରଣ ଅଣ୍ଡା ଏକ ଗରମ ସୃଷ୍ଟି କରିବା ଖାଦ୍ୟ ଅଟେ ।

Google

ଅଣ୍ଡା ଶରୀରର ତାପମାତ୍ରାକୁ ବଢ଼ାଇ ଥାଏ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଆପଣ ଗୋଟିଏ କଥାକୁ ସବୁବେଳେ ମନେ ରଖନ୍ତୁ, ଆପଣ ପ୍ରତ୍ୟେକ ଦିନ କେବଳ ୨ଟି ଅଣ୍ଡା ହିଁ ଖାଇ ପାରିବେ । ଏହାଠାରୁ ଅଧିକ ଖାଇବା ଉଚିତ ନୁହେଁ କାରଣ ଅଧିକ ଖାଇଲେ ଆପଣଙ୍କ ଶରୀରର ତାପମାତ୍ରା ବଢ଼ିବା ସହ ପେଟର ଅନ୍ତ୍ରରେ ଅସୁବିଧା ହୋଇପାରେ ।

Google

ଖରା ଦିନରେ ସମ୍ପୁର୍ଣ ରୂପେ ଅଣ୍ଡାକୁ ଖାଇବା ବନ୍ଦ କରିବା ଆବଶ୍ୟକ ନୁହେଁ । ଆପଣ ଖରା ଦିନରେ ମଧ୍ୟ ଅଣ୍ଡା ଖାଇ ସ୍ୱାଦର ଆନନ୍ଦ ନେଇପାରିବେ । କିନ୍ତୁ କେବଳ ୨ଟି ହିଁ ଖାଇପାରିବେ, ଏଥିରେ ହିଁ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ ।