କେବଳ କ୍ଷୀର ପିଇବା ଦ୍ୱାରା ଅସ୍ଥିକୁ ଶକ୍ତ କରି ହେବ ତା ନାହିଁ ବରଂ କ୍ଷୀର ପିଇବା ସହ ଏହି ସବୁ ଖାଦ୍ୟ ଖାଇଲେ ଭବିଷ୍ୟତରେ ଅସ୍ଥି ପୀଡ଼ା ହେବ ନାହିଁ ।

Spread the love

ଆମ ଶରୀର ଅସ୍ଥି ଯୋଗୁଁ ସମ୍ପୁର୍ଣ୍ଣ ଓ ଉପଯୁକ୍ତ ଆକାର ପାଇଥାଏ । ଅସ୍ଥି ଯୋଗୁଁ ହିଁ ଆମ ଶରୀରର ସମସ୍ତ ଅଂଶ ଯୋଡି ହୋଇ ରହିଛି । ତେଣୁ ଅସ୍ଥି ସଦାସର୍ବଦା ଶକ୍ତ ଓ ମଜ଼ବୁତ ରହିବା ନିତାନ୍ତ ଆବଶ୍ୟକ । କିନ୍ତୁ ଆଜିକାଲିର ଖରାପ ଜୀବନଶୈଳୀ ଓ ଖରାପ ଖାଦ୍ୟ ପେୟର ବ୍ୟବହାର ଯୋଗୁଁ ଅସ୍ଥି ଦୁର୍ବଳ ହୋଇଯାଇ ଥାଏ । ଯାହାର ଫଳସ୍ୱରୂପ କମ୍ ଆୟୁରେ ମଧ୍ୟ ବିଭିନ୍ନ ପ୍ରକାରର ଅସ୍ଥି ଯନ୍ତ୍ରଣା ଦେଖାଯାଇଥାଏ । ଅସ୍ଥିରେ ଯନ୍ତ୍ରଣା ହେବା ଓ ଅସ୍ଥି ଦୁର୍ବଳ ହେବାର ମୁଖ୍ୟ କାରଣ ହେଉଛି ଅସ୍ଥିରେ କ୍ୟାଲସିୟମର ଅଭାବ । ଆମେ ପ୍ରତିଦିନ ପୃଷ୍ଟିଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଅସ୍ଥି ମଜ଼ବୁତ ହୋଇଥାଏ । ଅନେକ ଭାବନ୍ତି, କ୍ଷୀର ହିଁ ଏକ ମାତ୍ର ସହାରା, ଯାହା ହାଡକୁ ମଜ଼ବୁତ କରିଥାଏ । ହାଡକୁ ମଜ଼ବୁତ କରିବା ପାଇଁ କେବଳ କ୍ଷୀର ନୁହେଁ, ନିମ୍ନ ଲିଖିତ ପଦାର୍ଥ ଗୁଡିକୁ ଖାଇଲେ ଅସ୍ଥିରେ କେବେ ମଧ୍ୟ ଯନ୍ତ୍ରଣା ହେବ ନାହିଁ ।

କ୍ଷୀର ବ୍ୟତୀତ ପାଳଙ୍ଗ ମଧ୍ୟ ଅସ୍ଥିକୁ ମଜ଼ବୁତ କରାଇଥାଏ । ପାଳଙ୍ଗରେ ଆଇରନ, ଭିଟାମିନ K, କ୍ୟାଲସିୟମ ଇତ୍ୟାଦି ଥାଏ, ଯାହା ଅସ୍ଥିକୁ ମଜ଼ବୁତ କରିବାରେ ସହାୟକ ହୁଏ ।

Dry fruit ମଧ୍ୟ ହାଡ ପାଇଁ ବହୁତ ଉପକାରୀ ଅଟେ । ଏହା ବ୍ୟତୀତ ଓଟମିଲ, ଟମାଟୋ, ବିଭିନ୍ନ ପ୍ରକାରର ଚଣା ଇତ୍ୟାଦି ଖାଇବା ଦ୍ୱାରା ହାଡ ମଜ଼ବୁତ ହୋଇଥାଏ । ଅଲିଭ ତେଲ ଖାଦ୍ୟରେ ସାମିଲ କଲେ, ଏହା ହାଡ ପାଇଁ ଉପଯୋଗୀ ଅଟେ । ଅଲିଭ ତେଲରେ ବହୁତ ପରିମାଣରେ ଭିଟାମିନ ଓ ଫାଇଟୋକେମିକଲସ୍ ରହିଛି । ତେଣୁ ଏହା ଖାଦ୍ୟ ରୂପେ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ ।

ସୋୟାବିନରେ ତିଆରୀ ଟୋଫୁ, ଛେନା ସହ ମାଛ, ଅଣ୍ଡା ଓ ଛତୁ ମଧ୍ୟ ଯଥେଷ୍ଟ ଉପକାରୀ ଅଟେ । ଯାହା ଖାଇବା ଦ୍ୱାରା ହାଡ ଓ ଶରୀର ମଜ଼ବୁତ ହୁଏ ଓ ଆଣ୍ଠୁ ଗଣ୍ଠି ବ୍ୟଥା ହୋଇନଥାଏ ।