କେବଳ ଦୁଇଟି ବାଦାମ ଖାଆନ୍ତୁ : ପ୍ରତିଦିନ ଖାଲିପେଟରେ । ସବୁଦିନ ପାଇଁ ଦୂର ହୋଇଯିବ ଏହି ଚାରୋଟି ରୋଗ !

Spread the love

ମଣିଷର ଶରୀର ଏକ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ର ଅଟେ । ଏହି ଚଲାବୁଲା କରୁଥିବା ଯନ୍ତ୍ରରେ କେବେ ମଧ୍ୟ କୌଣସି ପ୍ରକାରର ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଯଦି ଏହି ଅତ୍ୟାଧୁନିକ ମ୍ୟାସିନକୁ ଯତ୍ନ ସହକାରରେ ଅର୍ଥାତ ସମୟ ସମୟରେ ଧ୍ୟାନ ରଖାନଯାଏ, ତା’ହେଲେ ଏହା ଶୀଘ୍ର ଖରାପ ହୋଇନଥାଏ । କିନ୍ତୁ ଆଜିକାଲି ଲୋକମାନେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ନିଜ ଶରୀର ପ୍ରତି ଧ୍ୟାନ ରଖିବାକୁ ସମୟ ପାଇନଥାନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାନ୍ତି ଯେ, ନିଜ ପାଇଁ ସମୟ ବାହାର କରିପାରନ୍ତି ନାହିଁ । ସେଥିପାଇଁ ବହୁତ କମ୍ ବୟସରୁ କୌଣସି ବଡ଼ ରୋଗର ଶିକାର ହୋଇଥାନ୍ତି । ଆଜିକାଲି କମ୍ ବୟସର ପିଲାଙ୍କ ଭିତରେ ମଧ୍ୟ ଏହି ପ୍ରକାରର ରୋଗ ଦେଖିବାକୁ ମିଳୁଛି, ଯାହା ଏକ ନିର୍ଦ୍ଦିଷ୍ଟ ବୟସ ପରେ ହୋଇଥାଏ ।

ଯୁବକ ପିଢ଼ିଙ୍କର ଖାଦ୍ୟ ପାନୀୟ ସହିତ ଅଧିକ ଏକ୍ସପେରିମେଣ୍ଟ :-

ଆଜିକାଲି ଲୋକମାନଙ୍କ ସବୁଠାରୁ ବଡ଼ ଭୁଲ ନିଜ ଖାଦ୍ୟ ପାନୀୟକୁ ନେଇ କରୁଛନ୍ତି । କିଛି ଲୋକଙ୍କୁ ଏହା ମଧ୍ୟ ଜଣାନାହିଁ ଯେ, ସେମାନଙ୍କୁ କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ ଏବଂ କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ ନୁହେଁ । ମାତ୍ର ଏମିତି ମଧ୍ୟ କେତକ ଲୋକ ଅଛନ୍ତି, ଯେଉଁମାନେ ସବୁକିଛି ଜଣାଥିଲେ ମଧ୍ୟ ଭୁଲ କରିଥାନ୍ତି । ଭୁଲ ଖାଦ୍ୟ ପାନୀୟକୁ ନିଜ ଜୀବନରେ ସାମିଲ କରିଥାନ୍ତି । ଆଜିର ଯୁବ ପିଢ଼ି ନିଜର ଖାଦ୍ୟ ପାନୀୟ ସହିତ ଅଧିକ ଏକ୍ସପେରିମେଣ୍ଟ କରୁଛନ୍ତି । ଏହାର ପରିଣାମ ଏହି ଯେ, ସେମାନେ ବହୁତ ଶୀଘ୍ର ମୋଟା ହୋଇଯାନ୍ତି କିମ୍ବା କୌଣସି ସାଙ୍ଘାତିକ ରୋଗର ଶିକାର ହୋଇଥାନ୍ତି ।

ବାଦାମରେ ଥାଏ ଅନେକ ପ୍ରକାରର ଗୁଣ :-

ଆମ ଆଖପାଖରେ ଏମିତି ବହୁତ ପ୍ରୋଟିନ ଯୁକ୍ତ ଖାଦ୍ୟ ଉପଲବ୍ଧ ଥାଏ, ଯାହାକୁ ଆମେ ଦେଖି ମଧ୍ୟ ଅଣଦେଖା କରିଥାଉ । ସେଥିମଧ୍ୟରୁ ଗୋଟିଏ ହେଉଛି ବାଦାମ । ବାଦାମ ଦେଖିବାକୁ ଛୋଟ ହେଲେ ମଧ୍ୟ ତା’ ଭିତରେ ବହୁତ କିଛି ଗୁଣ ରହିଥାଏ । ଯାହା ବିଷୟରେ ବହୁତ ଅଳ୍ପ ଲୋକଙ୍କୁ ଜଣା । ବାଦାମରେ ଭରପୁର ମାତ୍ରାରେ ଫାଇବର, ପ୍ରୋଟିନ, ଫ୍ୟାଟ, ଭିଟାମିନ E, ମ୍ୟାଗନେସିୟମ ରହିଥାଏ । ଏହା ସହିତ କୋପର, ଭିଟାମିନ B ଏବଂ ଫୋସ୍ଫୋରସ ମଧ୍ୟ ବାଦାମରେ ମିଳିଥାଏ । ବାଦାମ କ୍ୟାଲୋରୀ, ଶ୍ୱେତସାର, ଜିଙ୍କ, ଅମେଗା 3 ଏବଂ ଫ୍ୟାଟିଆସିଡରେ ଭରପୁର ଥାଏ ।

ଦୂର ହୋଇଯାଏ ବିଭିନ୍ନ ଶାରୀରିକ ଅସୁବିଧା ! ବାଦାମ ଖାଇବାର ଫାଇଦା :-

ସ୍ୱାସ୍ଥ୍ୟ ପରାମର୍ଶକାରୀଙ୍କ ଅନୁସାରେ ଯଦି ପ୍ରତ୍ୟେକ ବ୍ୟକ୍ତି ନିୟମିତ ସାତ ଦିନ ପର୍ଯ୍ୟନ୍ତ ଦୁଇରୁ ଚାରୋଟି ବାଦାମ ଖାଆନ୍ତି; ତା’ହେଲେ ସେମାନଙ୍କ କିଛି ଶାରୀରିକ ରୋଗ ସବୁଦିନ ପାଇଁ ଦୂର ହୋଇଯାଏ । ଆସନ୍ତୁ ଜାଣିବା ଖାଲି ପେଟରେ ବାଦାମ ଖାଇବାର କଣ ସବୁ ଲାଭ ମିଳିଥାଏ ?

ଖାଲିପେଟରେ ବାଦାମ ଖାଇବା ଦ୍ୱାରା ଦୂର ହୋଇଯାଇଥାଏ ଏହି ଅସୁବିଧା :-

ବାଦାମ ଖାଇବା ଦ୍ଵାରା ଦୂର ହୋଇଥାଏ ଅଣ୍ଟା ବିନ୍ଧା :-

ଆଜିକାଲି ସମୟରେ ଅଧିକାଂଶ ଲୋକ ଅଣ୍ଟା ବିନ୍ଧା ସମସ୍ୟାର ଶିକାର ହୋଇଥାନ୍ତି । ଯଦି ଆପଣ ମଧ୍ୟ ଏହି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି; ତା’ହେଲେ ଆପଣଙ୍କୁ ଅଲଗା କିଛି କାମ କରିବାର ଆବଶ୍ୟକତା ନାହିଁ । ଆପଣ କେବଳ ୭ ଦିନ ପର୍ଯ୍ୟନ୍ତ ବାଦାମର ସେବନ କରନ୍ତୁ; ତା’ହେଲେ ଏହି ସମସ୍ୟା ମୂଳରୁ ଶେଷ ହୋଇଯିବ ।

ବାଦାମ ଖାଇବା ଦ୍ଵାରା ଦୂର ହୋଇଥାଏ ରକ୍ତ ଚାପ :-

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବାଦାମ ଖାଇବା ଦ୍ଵାରା ଉଚ୍ଚ ରକ୍ତଚାପ ମଧ୍ୟ ସବୁଦିନ ପାଇଁ ଭଲ ହୋଇଯାଏ । ବାଦାମ ଖାଇବା ଦ୍ୱାରା ରକ୍ତରେ ଅଲଫା ଟୋକୋଫେରାଲର ପରିମାଣ ବଢ଼ିଯାଇଥାଏ ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ।

ବାଦାମ ଖାଇବା ଦ୍ୱାରା ଦୂର ହୋଇଥାଏ ଡାଇବିଟିସ୍ :-

ବାଦାମ, ରକ୍ତରେ ସୁଗାର ଏବଂ ଇନସୁଲିନ ସ୍ତର ବଢ଼ିବାକୁ ରୋକିଥାଏ । ଏହା ଦ୍ୱାରା ବ୍ୟକ୍ତିର ଡାଇବିଟିସ ନିୟନ୍ତ୍ରିତ ରହିଥାଏ ।

ବାଦାମ ଖାଇବା ଦ୍ୱାରା ଦୂର ହୋଇଥାଏ କଷ୍ଟକଠିନ୍ୟ :-

ସୂଚନା ଅନୁସାରେ ବାଦାମ ଖାଇବା ଦ୍ଵାରା ଶରୀରରେ “ଲାଇପେଜ୍ ଏନଜାଇମ୍”ର ମାତ୍ରା ବଢ଼ାଇଥାଏ । ଏହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଏହା ଦ୍ୱାରା ହଜମ କ୍ରିୟା ଭଲ ହୋଇଥାଏ ଏବଂ କଷ୍ଟକଠିନ୍ୟ (ମଳକଣ୍ଟକ) ଭଳି ସମସ୍ୟାକୁ ଚିରଦିନ ପାଇଁ ଦୂର କରିଦେଇଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ସେୟାର କରି ଅନ୍ୟଙ୍କୁ ମଧ୍ୟ ଜାଣନ୍ତୁ । ଧନ୍ୟବାଦ !