ଏହି ଶସ୍ତା ଦ୍ରବ୍ୟର ସେବନ ଦ୍ୱାରା ମିଳିଥାଏ ଏତେ ସବୁ ଫାଇଦା, ଜାଣନ୍ତୁ……

Spread the love

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଶସ୍ତା ଜିନିଷର ନାମ କହିବାକୁ ଯାଉଛୁ , ଯାହାର ସେବନ ରାତିରେ ଶୋଇବା ପୂର୍ବରୁ ଯଦି ଆପଣ କରୁଛନ୍ତି ତାହାଲେ ଆପଣଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ମିଳିବ । ଏହି ଜିନିଷଟି ଉଭୟ ପୁଅ ଏବଂ ଝିଅ ମାନଙ୍କ ପାଇଁ ହିତକର ହୋଇଥାଏ । ଆସନ୍ତୁ ବିସ୍ତୃତ ଭାବେ ଏହି ବିଷୟରେ ଜାଣିବା ।

Google

ଆମେ ଯେଉଁ ଶସ୍ତା ଜିନିଷଟିର ନାମ କହିବ ପାଇଁ ଚାହୁଞ୍ଚୁ ତାହା ହେଉଛି ଲବଙ୍ଗ । ବନ୍ଧୁଗଣ ଲବଙ୍ଗ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ । ଆୟୁର୍ବେଦ ଉପାୟରେ ଏହାକୁ ପ୍ରୟୋଗ କରିବା ଦ୍ଵାରା ବହୁତ ଛୋଟ-ମୋଟ ସ୍ୱାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ମିଳିଥାଏ । ଆପଣ ମଧ୍ୟ ଯଦି ଏମିତି ସବୁ ଛୋଟ-ମୋଟ ସ୍ୱାସ୍ଥ୍ୟଗତ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଲବଙ୍ଗର ସେବନ କରି ଏହାର ଲାଭ ଉଠାନ୍ତୁ ।

ଲବଙ୍ଗ ସେବନ ଦ୍ୱାରା ପେଟରେ ହେଉଥିବା ଜଳାପୋଡା,ବାନ୍ତି,ଅଜୀର୍ଣ୍ଣ,ଗ୍ୟାସ ପରି ବିଭିନ୍ନ ସମସ୍ୟାରୁ ଉପଶମ ପାଇପାରିବେ । ଏହାର ନିୟମିତ ବ୍ୟବହାର ଦ୍ୱାରା ଛାତିରେ ଜମା ହୋଇଥିବା କଫ, କାଶ ପରି ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ ।

ଯଦି ଆପଣଙ୍କର ମୁଖ ଦୁର୍ଗନ୍ଧ ସମସ୍ୟା ରହିଛି ତେବେ ୧ ରୁ ୨ଟି ଲବଙ୍ଗ ମୁହଁରେ ରଖି ଭଲଭାବେ ଚୋବାନ୍ତୁ । ଏହାଦ୍ୱାରା ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଦୂରେଇଯିବ ।

Google

ଲବଙ୍ଗରେ ମାନିସିକ ଚିନ୍ତାକୁ ଦୂର କରିବା ପରି ଉତ୍ତମ ଗୁଣ ମଧ୍ୟ ଅଛି । ଲବଙ୍ଗ ସହ ଆପଣ ତୁଳସୀ, ପୁଦିନା ଏବଂ ଅଳେଇଚ ବ୍ୟବହାର କରି ମଧ୍ୟ ସୁସ୍ୱାଦୁ ଚାହା ପ୍ରସ୍ତୁତ କରିପାରିବେ ଏବଂ ଏହି ମିଶ୍ରଣକୁ ମହୁ ସାଥିରେ ବ୍ୟବହାର କରି ମଧ୍ୟ ମାନିସିକ ଚିନ୍ତାକୁ ଉପଶମ କରିପାରିବେ ।

ଲବଙ୍ଗରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଭରପୁର ହୋଇ ରହିଛି । ସୁସ୍ଥ ତ୍ୱଚା(ଚର୍ମ) ଏବଂ ଶରୀରକୁ ସୁସ୍ଥ ରଖିବା ପାଇଁ ଆଣ୍ଟିଅକ୍ସିଡ଼ାଣ୍ଟ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ପୋଟାସିୟମ,ସୋଡିୟମ,ଫସଫରସ,ଆଇରନ,ଭିଟାମିନ-ଏ ଏବଂ ଭିଟାମିନ-ସି ପ୍ରଚୁର ମାତ୍ରାରେ ମିଳିଥାଏ ଯାହା ଆମକୁ ସୁସ୍ଥ ଏବଂ ଯୁବା ରଖିବାରେ ସାହାଯ୍ୟକାରୀ ହୋଇଥାଏ ।