ଶାଶୁ ବୋହୂ ଭିତରେ ଥିବା ଫାଟକୁ ଦୂର କରିବାର ସରଳ ଉପାୟ ।

Spread the love

ଶାଶୁ ବୋହୂର ସମ୍ପର୍କ ବହୁତ ସୁନ୍ଦର ସମ୍ପର୍କ ହୋଇଥାଏ । ଏହି ସମ୍ପର୍କ ମାଆ ଝିଅର ସମ୍ପର୍କ ଭଳି ହୋଇଥାଏ । ଏହାକୁ ଯଦି ଆଦରର ସହ ରଖିବା, ତେବେ ଏହି ସମ୍ପର୍କ ଦୁନିଆର ସବୁଠୁ ସୁନ୍ଦର ସମ୍ପର୍କରେ ପରିଣତ ହୋଇପାରିବ । କିନ୍ତୁ ଅଧିକାଂଶ ଏପରି ଦେଖିବାକୁ ମିଳେ ଯେ, ଆରମ୍ଭରେ ଶାଶୁ ବୋହୂ ସମ୍ପର୍କରେ ବହୁତ ଭଲ ପାଇବା ଦେଖାଯାଏ କିନ୍ତୁ ପରବର୍ତ୍ତୀ ସମୟରେ ଏହା ଆସ୍ତେ ଆସ୍ତେ ବିଗିଡିବାକୁ ଲାଗେ । ଆଉ ସମ୍ପର୍କରେ ଦୂରତା ଦେଖାଯାଏ, ତଥା ଭଲ ପାଇବା ବଦଳରେ କଳହ ସୃଷ୍ଟି ହୁଏ ।

ଆଜି ଏହି ପୋଷ୍ଟରେ ଆମେ କିଛି ବାସ୍ତୁ ଟିପ୍ସ ଆଣିଛୁ, ଯାହାଦ୍ୱାରା ଶାଶୁ ବୋହୂର ସମ୍ପର୍କକୁ ମଜବୁତ କରିହେବ ତଥା ଦୁହିଁଙ୍କ ମଧ୍ୟରେ ଥିବା ଫାଟକୁ କମ କରିହେବ । ଏହି ଉପାୟ ସାହାଯ୍ୟରେ ଶାଶୁ ବୋହୂଙ୍କ ମଧ୍ୟରେ ହେଉଥିବା ଝଗଡା ବନ୍ଦ କରାଯାଇ ପାରିବ ।

ଆସନ୍ତୁ ଜାଣିବା ସେହି ବାସ୍ତୁ ଟିପ୍ସ ଗୁଡିକ କଣ-

ଚନ୍ଦନର ମୂର୍ତ୍ତି :- ଯଦି ଆପଣ ଶାଶୁ ବୋହୂଙ୍କ ମଧ୍ୟରେ ଝଗଡା ବନ୍ଦ କରିବାକୁ ଚାହୁଁଛନ୍ତି ତଥା ପରିବାରରେ ଶାନ୍ତି ବଜାୟ ରଖିବାକୁ ଚାହୁଁଛନ୍ତି; ତେବେ ଚନ୍ଦନର ମୂର୍ତ୍ତି ଘରର ସେହି ସ୍ଥାନରେ ରଖନ୍ତୁ, ଯେଉଁଠି ସମସ୍ତଙ୍କ ନଜର ସହଜରେ ସେହି ମୂର୍ତ୍ତି ଉପରେ ପଡୁଥିବ । ଏହି ଉପାୟ କରିବା ଦ୍ୱାରା ନା କେବେଳ ଶାଶୁ ବୋହୂର ଝଗଡା ଦୂର ହୁଏ ବରଂ ପରିବାରର ସମସ୍ତ ବିବାଦ ମଧ୍ୟ ଦୂର ହୋଇଥାଏ ।

ରୋଷେଇ ଘରେ ବ୍ୟବହାର କରନ୍ତୁ ନାହିଁ ଏହି ରଙ୍ଗ :- ଯଦି ଆପଣ ପରିବାରର କଳହ ଦୂର କରିବାକୁ ଚାହୁଁଛନ୍ତି ତଥା ଶାଶୁ ବୋହୂର ସମ୍ପର୍କ ମଜବୁତ କାରିବାକୁ ଚହୁଁଛନ୍ତି; ତେବେ ଆପଣଙ୍କୁ ରୋଷେଇ ଘରେ କଳା ରଙ୍ଗ ବ୍ୟବହାରରୁ ବଂଚିତ ରୁହନ୍ତୁ । ଖାସ୍ କରି ରୋଷେଇ ଘରର କେବିନେଟର ରଙ୍ଗ କାଦାପି କଳା କରନ୍ତୁ ନାହିଁ ।ବୈଜ୍ଞାନିକଙ୍କ ମତ ଅନୁସାରେ, କଳା ରଙ୍ଗରୁ ଆଲଫା ରେଡିଏଣ୍ଟ ବାହାରେ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ରୋଷେଇ ଘରେ କଳା ରଙ୍ଗ ବ୍ୟବହାର କରିବାରୁ ବଞ୍ଚିତ ରୁହନ୍ତୁ ।

ଫୋଟ ଲଗାନ୍ତୁ :- ଶାଶୁ ବୋହୁର ସମ୍ପର୍କରେ ମଧୁରତା ଆଣିବା ପାଇଁ ଆପଣ ଉଭୟଙ୍କ କୋଠରୀରେ ଦୁଇଜଣ ମିଶି କରି ଉଠାଇ ଥିବା ଫୋଟ ଲାଲ ରଙ୍ଗର ଫ୍ରେମରେ ବନ୍ଧାଇ ଲଗାନ୍ତୁ । ଏମିତି କରିବା ଦ୍ୱାରା ଶାଶୁ ବୋହୂଙ୍କ ସମ୍ପର୍କ ନିକଟତର ହୋଇଥାଏ ।

ମାଳା ପିନ୍ଧାନ୍ତୁ :- ଯଦି କୌଣସି କାରଣରୁ ଶାଶୁ ବୋହୂର ସମ୍ପର୍କରେ ଅତ୍ୟାଧିକ ଫାଟ ସୃଷ୍ଟି ହୁଏ, ତେବେ ଏମିତି ପରିସ୍ଥିତିରେ ଉଭୟଙ୍କୁ ଧଳା ସୂତାରେ ରୂପର ଚନ୍ଦ୍ର ମାଳୀରେ ଗୁନ୍ଥି ସୋମବାର ଦିନ ନିଜ ଗଳାରେ ଧାରଣ କରିବା ଆବଶ୍ୟକ । ଏହି ଉପାୟ କରିବା ଦ୍ୱାରା ସମ୍ପର୍କରେ ଉପୁଜୁଥିବା ଫାଟକୁ ଦୂର ହୋଇ ପାରିବ ।

କୋଠରୀର ଦିଗ :- କୋଠରୀର ଦିଗ ଦ୍ୱାରା ମଧ୍ୟ ସମ୍ପର୍କ ଉପରେ ମହତ୍ୱପୂର୍ଣ୍ଣ ପ୍ରଭାବ ପଡିଥାଏ । ଯଦି ଆପଣ ଚାହୁଁଛନ୍ତି ଯେ ଶାଶୁ ବୋହୁଙ୍କ ସମ୍ପର୍କରେ ମଧୁରତା ଦେଖାଯାଉ; ତେବେ ଶାଶୁ ଶଶୁରଙ୍କର କୋଠରୀ ଦକ୍ଷିଣ ପଶ୍ଚିମ ଦିଗରେ ଏବଂ ପୁଅ ବୋହୂର କୋଠରୀକୁ ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖନ୍ତୁ । ଏଗୁଡ଼ିକ ଏମିତି କିଛି ଉପାୟ ଯାହା ସାହାର୍ଯ୍ୟରେ ଆପଣ ଶାଶୁ ବୋହୁ ସମ୍ପର୍କର ଦୂରତକୁ ଦୂର କରି ପାରିବେ ।