ସୂର୍ଯ୍ୟ ପରାଗ ଯୋଗୁଁ ଭୂମିକମ୍ପ ଆସିପାରେ ଏବଂ ରାଶିମାନଙ୍କ ଉପରେ ପଡ଼ିବ ଏହାର ଖରାପ ପ୍ରଭାବ । ଜାଣନ୍ତୁ ଏଥିରୁ ବଞ୍ଚିବାର ଉପାୟ…

Spread the love

୨୧ ଜୁନକୁ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ହେବାକୁ ଯାଉଛି, ଯାହା ସକାଳ ୯ ଟା ୧୫ ମିନିଟରୁ ଆରମ୍ଭ ହେବ ଏବଂ ଦ୍ୱିପ୍ରହର ୩ ଟା ୪ ମିନିଟ ସମୟରେ ସମାପ୍ତ ହେବ । ଏହି ଗ୍ରହଣ ମଙ୍ଗଳ ନକ୍ଷତ୍ରରେ ପଡିବାକୁ ଯାଉଛି ଏବଂ ଏହି ଗ୍ରହଣ ସମୟରେ ମିଥୁନ ରାଶିରେ ସୂର୍ଯ୍ୟ, ବୁଧ, ରାହୁ ଓ ଚନ୍ଦ୍ର ଗତି କରିବେ । ଏହି ଗ୍ରହଣରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଦେଖିବାକୁ ମିଳିବ ଓ କିଛି ସ୍ଥାନରେ ଭୂମିକମ୍ପ ହେବାର ସମ୍ଭାବନା ରହିଛି, ଅର୍ଥାତ ଏହି ସୂର୍ଯ୍ୟ ପରାଗ ଅଶୁଭ ରହିବ । ଏହାର ପ୍ରଭାବ ସବୁ ରାଶି ଉପରେ ପଡ଼ିବ ।

ମେଷ ରାଶି

google

ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ଉପରେ ଏହି ଗ୍ରହଣର ଖରାପ ପ୍ରଭାବ ପଡିପାରେ ଏବଂ ଗୋଡ଼ ଜଡ଼ିତ ସମସ୍ୟା ଦେଖାଦେଇ ପାରେ । ଏଥିପାଇଁ ଆପଣ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ । ଏହା ସହିତ ନିଜ କ୍ରୋଧରେ ନିୟନ୍ତ୍ରଣ ରଖନ୍ତୁ ଓ କ୍ରୋଧରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

କରନ୍ତୁ ଉପାୟ

ସୂର୍ଯ୍ୟ ପରାଗ ସମାପ୍ତ ହେବା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଗୁଡ଼ ଦାନ କରନ୍ତୁ ।

ବୃଷଭ ରାଶି

google

ସୂର୍ଯ୍ୟ ପରାଗ ଯୋଗୁଁ ଏହି ରାଶି ଉପରେ ସେତିକି ଗଭୀର ପ୍ରଭାବ ପଡ଼ିବ ନାହିଁ, ଯଦିଓ ପରାଗ କାରଣରୁ ଆର୍ଥିକ ସମସ୍ୟା ଦେଖାଦେଇପାରେ ଏବଂ ସ୍ୱାସ୍ଥ୍ୟ ଉପରେ ସ୍ୱଳ୍ପ ପ୍ରଭାବ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହେବା ସମ୍ଭାବନା ରହିଛି ।

କରନ୍ତୁ ଉପାୟ

ପରାଗର ପ୍ରଭାବକୁ କମ୍ କରିବା ପାଇଁ ପରାଗ ପରେ ଶ୍ୱେତ ରଙ୍ଗର ବସ୍ତୁ ଦାନ କରନ୍ତୁ ।

ମିଥୁନ ରାଶି

google

ସୂର୍ଯ୍ୟ ପରାଗ ଯୋଗୁଁ ମନ ଅସ୍ଥିର ହୋଇପାରେ ଓ କାର୍ଯ୍ୟ କ୍ଷେତ୍ରରେ ହାନି ଘଟିପାରେ । ଗୃହଜନିତ ସମସ୍ୟା ଦେଖାଦେଇ ପାରେ ଏବଂ ଚିନ୍ତା ବଢ଼ିପାରେ । ଏଥିପାଇଁ ନିଜର ବିଶେଷ ଧ୍ୟାନ ରଖନ୍ତୁ ଓ ନିମ୍ନରେ ପ୍ରଦତ୍ତ ଉପାୟକୁ ଆପଣାନ୍ତୁ ।

କରନ୍ତୁ ଉପାୟ

ବୁଧଙ୍କ ମନ୍ତ୍ର ଜପ କରନ୍ତୁ ଓ ପରାଗ ସମାପ୍ତ ହେବା ପରେ ଭଗବାନ ଗଣେଶଙ୍କୁ ୫ଟି ଲଡୁ ଭୋଗ ଅର୍ପଣ କରନ୍ତୁ ।

କର୍କଟ ରାଶି

google

ପରାଗ ଯୋଗୁଁ ଜୀବନରେ ଚିନ୍ତା ବଢ଼ିପାରେ ଏବଂ ସହନଶୀଳତା ସମାପ୍ତ ହୋଇପାରେ । ଏହା ସହିତ ଆର୍ଥିକ କ୍ଷୟକ୍ଷତି ମଧ୍ୟ ଦେଖାଦେଇ ପାରେ । ଏଥିପାଇଁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

କରନ୍ତୁ ଉପାୟ

ପରାଗ ସମୟରେ “ଓଁ ନମଃ ଶିବାୟଃ” ମନ୍ତ୍ର ଜପ କରନ୍ତୁ ଏବଂ ଗ୍ରହଣ ଶେଷ ହେବା ପରେ କ୍ଷୀର ଦାନ କରନ୍ତୁ ।

ସିଂହ ରାଶି

google

ସିଂହ ରାଶି ଉପରେ ଏହି ପରାଗର ଭଲ ପ୍ରଭାବ ପଡ଼ିବ । ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ଲାଭ ହେବ । ଯଦିଓ ସନ୍ତାନ ପକ୍ଷର ଧ୍ୟାନ ରଖନ୍ତୁ ଓ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

କରନ୍ତୁ ଉପାୟ

ପରାଗ ସମୟରେ ସୂର୍ଯ୍ୟଙ୍କ ମନ୍ତ୍ର ଜପ କରନ୍ତୁ ଓ ଗ୍ରହଣ ସମାପ୍ତ ହେବା ପରେ ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ ।

କନ୍ୟା ରାଶି

google

ଚାକିରୀକୁ ନେଇ ଚିନ୍ତା ବଢ଼ିପାରେ, ଏଥିପାଇଁ କାର୍ଯ୍ୟ କ୍ଷେତ୍ରରେ ସାବଧାନ ରୁହନ୍ତୁ ଓ ଶୀଘ୍ରତା କରି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ସବୁ କିଛି ବୁଝିସୁଝି ନିଷ୍ପତ୍ତି ଗ୍ରହଣ କରନ୍ତୁ ।

କରନ୍ତୁ ଉପାୟ

ପରାଗ ସମୟରେ ବୁଧଙ୍କ ମନ୍ତ୍ର ଜପ କରନ୍ତୁ ଓ ପରାଗ ସମାପ୍ତ ହେବା ପରେ ଗାଈକୁ ଚାରା ଖାଇବାକୁ ଦିଅନ୍ତୁ ।

ତୁଳା ରାଶି

google

ତୁଳା ରାଶି ଉପରେ ଏହି ପରାଗର ଅଶୁଭ ପ୍ରଭାବ ପଡିପାରେ । ଏହି ରାଶିର ବ୍ୟକ୍ତି ମାନେ ନିଜ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ କାରଣ ଆର୍ଥିକ ହାନି ଘଟିପାରେ ।

କରନ୍ତୁ ଉପାୟ

ପରାଗ ସମୟରେ ଶୁକ୍ରଙ୍କ ମନ୍ତ୍ର ଜପ କରନ୍ତୁ, ଏବଂ ପରାଗ ସମାପ୍ତ ହେବା ପରେ ଗରିବ ଲୋକଙ୍କୁ ଶ୍ୱେତ ରଙ୍ଗର ବସ୍ତୁ ଦାନ କରନ୍ତୁ ।

ବିଛା ରାଶି

google

ସୂର୍ଯ୍ୟ ପରାଗ କାରଣରୁ ଚିନ୍ତା ବଢ଼ିପାରେ ଓ ପରିବାର ସହିତ ବିବାଦ ସୃଷ୍ଟି ହୋଇପାରେ । ଏଥିପାଇଁ ମସ୍ତିଷ୍କକୁ ଶାନ୍ତ ରଖନ୍ତୁ । ଅନ୍ୟସ୍ଥଳେ ପୈତୃକ ସମ୍ପତ୍ତି ଓ ନିବେଶର ଲାଭ ପ୍ରାପ୍ତ ଯୋଗ ରହିଛି ।

କରନ୍ତୁ ଉପାୟ

ପରାଗ ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ମନ୍ତ୍ର ଜପ କରନ୍ତୁ ଏବଂ ପରାଗ ସମାପ୍ତ ହେବା ପରେ କ୍ଷୀର ଦାନ କରନ୍ତୁ ।

ଧନୁ ରାଶି

google

ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ କୌଣସି ବ୍ୟକ୍ତି ସହିତ କଳହ ହୋଇପାରେ ଏବଂ ବନ୍ଧୁମାନଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ । ଧନ ସମ୍ବନ୍ଧୀୟ କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ । ଏହା ବ୍ୟତୀତ ଜୀବନ ସାଥି ସହିତ ଭୁଲ ବୁଝାମଣା ହୋଇପାରେ ।

କରନ୍ତୁ ଉପାୟ

ପରାଗ ସମୟରେ ବିଷ୍ଣୁପୁରାଣ ପାଠ କରନ୍ତୁ ଓ ପରାଗ ଶେଷ ହେବା ପରେ ହଳଦୀ ଦାନ କରନ୍ତୁ।

ମକର ରାଶି

google

ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ତ୍ୱଚା ସହ ଜଡ଼ିତ ରୋଗ କିମ୍ବା ଭାଇରାଲ୍ ସଂକ୍ରମଣ ହୋଇପାରେ । ଏଥିପାଇଁ ନିଜ ତ୍ୱଚାର ଧ୍ୟାନ ରଖନ୍ତୁ ଓ ଅଯଥା ବିବାଦରୁ ଦୁରେଇ ରୁହନ୍ତୁ ।

କରନ୍ତୁ ଏହି ଉପାୟ

ପରାଗ ବେଳେ ହନୁମାନ, ଶ୍ରୀକୃଷ୍ଣ ଅଥବା ଶନିଙ୍କ ମନ୍ତ୍ର ଜପ କରନ୍ତୁ, ଏବଂ ପରାଗ ଶେଷ ହେବା ପରେ ଅଶ୍ୱତଥ ବୃକ୍ଷକୁ ପୂଜାର୍ଚ୍ଚନା କରନ୍ତୁ ଏବଂ ବୃକ୍ଷ ମୂଳରେ ତେଲର ଦୀପ ଜାଳନ୍ତୁ ।

କୁମ୍ଭ ରାଶି

google

ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଲାଗି ରହିପାରେ । ଏହା ବ୍ୟତୀତ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇପାରେ ଏବଂ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ସାବଧାନତାର ସହ ଗାଡି ଚଲାନ୍ତୁ । ଗୋଡ଼ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ।

କରନ୍ତୁ ଉପାୟ

ହନୁମାନ ଓ ଶନିଙ୍କ ମନ୍ତ୍ର ଜପ କରନ୍ତୁ । ପରାଗ ସମାପ୍ତ ହେବା ପରେ ଗରିବ ଲୋକଙ୍କୁ ଭୋଜନ କରାନ୍ତୁ ।

ମୀନ ରାଶି

google

ଜୀବନସାଥୀ ସହିତ ବିବାଦ ହୋଇପାରେ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ କାହା ସହିତ କଳହ କରନ୍ତୁ ନାହିଁ । ଅଫିସରେ କୌଣସି ନୂତନ ପଦବୀ ମିଳିପାରେ ।

କରନ୍ତୁ ଏହି ଉପାୟ

ପରାଗ ଲାଗିଥିବା ସମୟରେ ବିଷ୍ଣୁମନ୍ତ୍ର ଜପ କରନ୍ତୁ ଏବଂ ପରାଗସରିବା ପରେ କୌଣସି ମନ୍ଦିରକୁ ଯାଇ ଖାଦ୍ୟ ସାମଗ୍ରୀ ଦାନ କରନ୍ତୁ ।