ଭୂମିକମ୍ପ ଫଳରେ ଫିଲିପାଇନ୍ସର ଏକ ଗଗନଚୁମ୍ବୀ କୋଠାଘର ତଳୁ ବାହାରିଥିଲା ଝରଣା । ଏହି ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ।

Spread the love

ଫିଲିପାଇନ୍ସର ପୂର୍ବ ସମର ପ୍ରାନ୍ତରେ ମଙ୍ଗଳବାର ଦିନ ୬.୫ ରିକ୍ଟର ତୀବ୍ରତା ଅନୁସାରେ ଭୂମିକମ୍ପ ହୋଇଥିଲା । ଲଜୁର ଦ୍ଵୀପରେ ୨୪ ଘଣ୍ଟା ପୂର୍ବରୁ ୬.୧ ତୀବ୍ରତା ବିଶିଷ୍ଠ ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପରେ ୧୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଅଧିକାରୀମାନେ ଏଇ ଖବରର ସୂଚନା ଦେଇଛନ୍ତି ।

ଫିଲିପାଇନ୍ସ ଇଣ୍ଡର୍ସ୍ଟୁଏତ ଆଫ୍ ବାଲ୍କୋନୋଳେଜି ଏବଂ ଶିସ୍ମୋଲୋଜି ଅନୁସାରେ ମଙ୍ଗଳବାର ମଧ୍ୟାହ୍ନ ୧ ଘଣ୍ଟା ୩୭ ମିନିଟ୍ ସମୟରେ ଆସିଥିବା ଭୂମିକମ୍ପର କେନ୍ଦ୍ର ଜୁଲିୟନର ଉତ୍ତର ପଶ୍ଚିମର ଭୂମିରେ ପାଖାପାଖି ୧୯ କିମି ଭିତରେ ୬୩ କିମି ପ୍ରତି ଗଭୀରତରେ ଥିଲା ।

ଭୂମିକମ୍ପର ଝଟକା ମଧ୍ୟ ଏବଂ ଉତ୍ତରୀ ଫିଲିପିନ୍ସ ସହରରେ ଅନିଭୂତ ହୋଇଥିଲା । ଯେଉଁଠି ଲେଟେ ପ୍ରାନ୍ତର ଟକଲୋବାନା, ସମର ପ୍ରାନ୍ତରେ କେତାଗୋଳନ ଏବଂ ବିଷକୋଲ କ୍ଷେତ୍ରରେ ମାବେଷ୍ଟ, ଲେଗାଜେପି ଏବଂ ସୋସୋଗ୍ଲେନ ସାମିଲ ଅଟେ ।

ମିଡିଆ ରିପୋର୍ଟ ଅନୁସାରେ ଭୂମିକମ୍ପ ପରେ ଡରି ଯାଇଥିବା ଲୋକେ ନିଜ ନିଜ ଘରୁ ବାହାରି ଯାଇଥିଲେ । ବର୍ତମାନ ପର୍ଯ୍ୟନ୍ତ ମୃତ ଜୀବିତଙ୍କ ଆକଳନ କରାଯାଇ ନାହିଁ । ଅଧିକାରୀମାନେ କହିଛନ୍ତି; ମଙ୍ଗଳବାର ଦିନ ଭୂମିକମ୍ପରେ ଭାଙ୍ଗି ଯାଇଥିବା ଏକ ଗଗନ ଚୁମ୍ବୀ କୋଠାଘର ତଳେ ଫସି ଯାଇଥିବା ୩୦ ଜଣ ଲୋକଙ୍କୁ ଖୋଜିବା ପାଇଁ
ଚେଷ୍ଠା ଚାଲିଛି ।

ଏହି ଭୂମିକମ୍ପରେ ପୋରକରେ ୧୭ତମ ଶତାଦ୍ଦୀର ଏକ ଚର୍ଚ୍ଚ ମଧ୍ୟ କ୍ଷତିଗ୍ରସ୍ତ ହୋଇପଡିଛି । ଏନ୍.ଡି.ଆର୍.ଆର୍.ଏମ୍.ସି ଅନୁସାରେ ୮୧ ଲୋକ ଆଘାତ ହୋଇଛନ୍ତି ଏବଂ ୧୪ ଜଣ ଲୋକ ନିରୁଧିଷ୍ଠ ହୋଇଛନ୍ତି । ସଡକ, ପୋଲ, ରେଳ ଲାଇନ, କ୍ଲାର୍କ ଇଣ୍ଟରନ୍ୟାସନାଳ ବିମାନ ବନ୍ଦର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ବିମାନ ବନ୍ଦରର ଅଧିକାରୀ ମିଡିଆକୁ ସୂଚନା ଦେଇଛନ୍ତି; ବିମାନ ବନ୍ଦର ବୁଧବାର ପର୍ଯ୍ୟନ୍ତ ବନ୍ଦ ରହିବ । ଭୂମିକମ୍ପରେ ୪୦୦ ରୁ ଅଧିକ ଲୋକ କ୍ଷତି ଗ୍ରସ୍ତ ହୋଇଛନ୍ତି । ପ୍ରାୟ ସ୍ଥାନରେ ତୀବ୍ରତା କମ ଅନୁଭୂତ ହୋଇଥିଲା ।

ଏହି ଭୂମିକମ୍ପ ସମୟର ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଥିରେ ଫିଲିପାଇନ୍ସରେ ଆସିଥିବା ଭୂମିକମ୍ପ ପରେ ଗଗନ ଚୁମ୍ବୀ କୋଠାଘରର ଛାତରୁ ପାଣିର ସୁଅ ଛୁଟିବାରେ ଲାଗିଥିଲା । ଏହି ପାଣି ସୁଅ, ଏହି ଗଗନଚୁମ୍ବୀ କୋଠାଘର ଉପରେ ତିଆରି ହୋଇଥିବା ସୁଇମିଙ୍ଗ ପୁଲରୁ ପାଣି ବାହାରିଥିଲା ।

https://youtu.be/lQhnN2sPPLU