ଇୟର ଫୋନ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଖରାପ ଖବର, ଜାଣିଲେ ଇୟର ଫୋନ ଲଗେଇବା ଛାଡି ଦେବେ

Spread the love

ସାଇନ୍ସ ଆଉ ଗ୍ୟାଜେଟ ଆସିବା ପରେ ଆମ ଜୀବନର ବହୁତ ସମସ୍ୟା ଦୂର ହୋଇ ଯାଇଛି ଆଉ ଆମର ଅନେକ କାମ ସହଜ ହୋଇ ଯାଇଛି । କିନ୍ତୁ ଯଦି ଆମେ ଧ୍ୟାନ ଦେବା ତୋ ଗୋଟେ ପଟେ ଏହା ଆମ ଜୀବନକୁ ବହୁତ ଆରାମ ଦାୟକ ବନେଇ ଦେଇଛି ତୋ ଆଉ ଗୋଟେ ପଟେ ଏହା ଆମ ପାଇଁ ବହୁତ ଗୁଡିଏ ସମସ୍ୟା ବି ସୃଷ୍ଟି କରି ଦେଇଛି । ଆଜିର ଦିନରେ ପିଲା ଠାରୁ ବୁଢା ସମସ୍ତେ ଇୟର ଫୋନ ବ୍ୟବହାର କରୁଛନ୍ତି । ଇୟର ଫୋନ ଆମ ଜୀବନର ଏକ ମୁଖ୍ୟ ଅଂଶ ହୋଇ ଗଲାଣି କିନ୍ତୁ ଏହା ଯେତେ ଲାଭଦାୟକ ସେତେ ବିପଦ ଜନକ ମଧ୍ୟ ଅଟେ ।ଆସନ୍ତୁ ଇୟର ଫୋନ ଯୋଗୁଁ ହେଉଥିବା କିଛି ପାର୍ଶ୍ଵପ୍ରତିକ୍ରିୟା ବିଷୟରେ ଜାଣିବା ।

ଇୟର ଫୋନ ଦ୍ୱାରା ହେଇ ପାରେ ଆମେ ଆବାଜ କୁ ବହୁତ ଭଲ ଭାବରେ ଶୁଣି ପାରି ଥାଉ କିନ୍ତୁ ଏଥିରେ ବହୁତ ଗୁଡିଏ କ୍ଷତି ବି ହୋଇ ଥାଏ । ଆଜି ଆମେ ଆପଣଙ୍କୁ ଏହା ବତେଇବୁ ଯେ ଇୟର ଫୋନ ଅଧିକ ମାତ୍ରା ରେ ବ୍ୟବହାର କଲେ କଣ ସବୁ କ୍ଷତି ହୋଇ ଥାଏ । ଆସନ୍ତୁ ଜାଣିବା ସେଇ ସବୁ ଅସୁବିଧା ବିଷୟରେ ଆଉ ଏହି ପୋଷ୍ଟରେ ଏଥିରୁ ମୁକ୍ତି ପାଇବା ପାଇଁ ବି ଉପାୟ ବତେଇବୁ ।

ଆମର ଶୁଣିବାର ଏକ କ୍ଷମତା ନିର୍ଦ୍ଧାରିତ କରାଯାଇଛି ଯେଉଁଥିରେ କମ୍ ସେ କମ୍ ଆଉ ବେସି ରୁ ବେସି ଶୁଣିବାର ତୀବ୍ରତା ର କଥା କୁହା ଯାଇଛି । ଯଦି ଆପଣ ଇୟର ଫୋନ ର ଅଧିକ ବ୍ୟବହାର କରନ୍ତି ତୋ ଆଉ 90 ରୁ ଅଧିକ ଦେଶିବଲ ରେ ମ୍ୟୁଜିକ ଶୁଣି ଥାନ୍ତି ତେବେ ଆପଣଙ୍କୁ ବତେଇ ଦେଉଛୁ ଯେ ସାଙ୍ଗ ସେ ଦିନ ଆଉ ଦୂର ନାହିଁ ଯେଉଁ ଦିନ ଠାରୁ ଆପଣ ଆପଣଙ୍କର ଶୁଣିବା ଶକ୍ତି ବିଲକୁଲ ହରେଇ ବସିବେ । ଚେଷ୍ଟା କରନ୍ତୁ ଯେ ଲଗାତାର ଇୟର ଫୋନ ରେ ମ୍ୟୁଜିକ ଶୁଣିବା ଠାରୁ ବିରତ ରୁହନ୍ତୁ । ହଁ ଏହି କଥା ମନେ ରଖନ୍ତୁ ଯେ ମୋବାଇଲ ରେ ଗୋଟେ ଲିମିଟ ଦିଆ ଯାଇ ଥାଏ ସେଇ ଲିମିଟ କୁ କ୍ରସ କରନ୍ତୁ ନାହିଁ । କାହିଁକି ନା ସେଠାରେ ବି ଏକ ନୋଟିଫିକେସନ ଦ୍ୱାରା ସୂଚନା ଦିଆ ଯାଇ ଥାଏ ଯେ ଏହା ଠାରୁ ଅଧିକ ଜୋର ରେ ମ୍ୟୁଜିକ ଶୁଣିବା କାନର କ୍ଷତି ହୋଇ ଥାଏ । ଆମର ଶୁଣିବାର ଶକ୍ତି ହ୍ରାସ ପାଇ ଥାଏ ଆଉ ଆମେ କାଲ ବି ହୋଇ ପାରୁ ।

ଯେମିତି ଆମେ ଟୁଥ ପେଷ୍ଟ ଆଉ କାହା ସହିତ ସେଆର କରି ନ ଥାଉ ଠିକ ସେମିତି ଆମର ଇୟର ଫୋନ ବି ଆମ ପରିବାରର ଆଉ କାହା ସହ8ତ ସେଆର କରିବା ଉଚିତ ନୁହେଁ । ଏମିତି କଲେ ଆମେ ଜଣଙ୍କ ଠାରୁ ଆଉ ଜଣଙ୍କୁ ହେଉ ଥିବା ସଂକ୍ରମଣ ରୋଗ ଠାରୁ ନିଜକୁ ଦୂରରେ ରଖି ପାରିବା । ଆଉ ଧ୍ୟାନ ରଖିବେ ଯଦି କାହାର ଇୟର ଫୋନ କୌଣସି ଅତି ଦରକାର ସମୟରେ ବ୍ୟବହାର କରିବାକୁ ପଡେ ତେବେ ଏହାକୁ ଭଲ ଭାବରେ କପଡ଼ାରେ ପୋଛି ବ୍ୟବହାର କରିବେ । କିଛି ଇୟର ଫୋନ ରେ ତୁଳା ଥିବା ଅଂଶ ଖରାପ ହୋଇ ଯାଇ ଥାଏ ଆଉ ଏପରି ଇୟର ଫୋନ ବ୍ୟବହାର କରିବା କୌଣସି ବିପଦ ଠାରୁ କମ୍ ନୁହେଁ । ଏଥିରେ ଆପଣଙ୍କର ଶୁଣିବା ଶକ୍ତି ବି ସବୁ ଦିନ ପାଇଁ ଚାଲି ଯାଇ ପାରେ ।

ଯଦି ଆପଣ ବହୁତ ଉଚ୍ଚ ଆବାଜ ରେ ମ୍ୟୁଜିକ ଶୁଣି ଥାନ୍ତି ତେବେ କାନ ରେ ଯନ୍ତ୍ରଣା ହେବା ଯୋଗୁଁ ବହୁତ ଅସୁବିଧାକୁ ସାମ୍ନା କରିବାକୁ ପଡି ପାରେ । ଏହି କଷ୍ଟ ଦିନକୁ ଦିନ ବଢି ଚାଲି ଥାଏ ଆଉ କିଛି ଦିନ ଗଲା ପରେ ଆପଣଙ୍କର କାନ ଭିତରେ ଭିତରେ ଖରାପ ହୋଇ ସାରି ଥାଏ । ଆଉ ଆପଣଙ୍କର ଶୁଣିବା ଶକ୍ତି ଚାଲି ଯାଇ ପାରେ ତେଣୁ ଏମିତି କିଛି ସମସ୍ୟା ହେଲେ ଆପଣ ତୁରନ୍ତ ଡକ୍ଟରଙ୍କର ପରାମର୍ଶ ନିଅନ୍ତୁ ।