ଭୁଲରେ ମଧ୍ୟ ଏହାକୁ ଅଣଦେଖା କରନ୍ତୁ ନାହିଁ, ଏଗୁଡିକ ପେଟ ଜନିତ କର୍କଟର ମୁଖ୍ୟ ଲକ୍ଷଣ ଅଟେ ।

ସାରା ଦୁନିଆରେ କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ଏପରି ଏକ ରୋଗ ଯେଉଁଥିରେ ଲୋକେ ସବୁଠୁ ଅଧିକ ମୋଟା ହୋଇଯାନ୍ତି ।ବର୍ତ୍ତମାନ କର୍କଟର ସଫଳତାର ସହ ଚିକିତ୍ସା ହୋଇପାରୁଛି କିନ୍ତୁ ଏଥିପାଇଁ ସମୟର ଆବଶ୍ୟକତା ପଡିଥାଏ । ଅଣଦେଖା ଏବଂ କର୍କଟ ବିଷୟରେ ଜ୍ଞାନ ନଥିବା କାରଣରୁ ଏହି ରୋଗରେ ମୃତ୍ୟୁ ସଂଖ୍ୟା ଅଧିକ ରୁ ଅଧିକ ହେବାରେ ଲାଗିଛି । ଯେତେବେଳେ ସମୟ ଥାଇ ଏହାର ଚିକିତ୍ସା କରା ଯାଇଥାଏ, ତେବେ ଏହି ରୋଗରୁ ରୋଗୀକୁ ମୁକ୍ତି ମିଳିଥାଏ । ଯେତେବେଳେ କୌଣସି ବ୍ୟକ୍ତି କର୍କଟର ନାମ ଶୁଣନ୍ତି; ତେବେ ସେମାନଙ୍କ ମନରେ ଭୟ ଭରି ହୋଇ ଯାଇଥାଏ । ଏହା ଏପରି ଏକ ରୋଗ ଅଟେ ଯାହା ଶରୀରର କୌଣସି ଅଙ୍ଗକୁ ମଧ୍ୟ ପ୍ରଭାବିତ କରିପାରେ । ଆଜି ଆମେ ପେଟରେ ହେଉଥିବା କର୍କଟ ବିଷୟରେ କହିବୁ । ଆଜିକାଲିର ସମୟରେ ଲୋକଙ୍କ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ହୋଇଥିବା କାରଣରୁ ଛୋଟ ବୟସରେ ମଧ୍ୟ ଏହିପରି କେତେକ ରୋଗ ଦେଖା ଯାଇଥାଏ ।
ଏହି ପରିପ୍ରେକ୍ଷୀରେ ଲୋକଙ୍କୁ କର୍କଟ ହେବାର ମୁଖ୍ୟ କାରଣ ହେଉଛି; ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହେବା ଫଳରେ, ପେଟରେ ହେଉଥିବା କର୍କଟର ପ୍ରାରମ୍ଭିକ ଲକ୍ଷଣ ସହଜରେ ଜଣା ପଡି ଯାଇଥାଏ । ଏକ ଅଧ୍ୟୟନ ଅନୁସାରେ,
– ଯଦି କୌଣସି ବ୍ୟକ୍ତିକୁ ଛାତିରେ ତିନି ସପ୍ତାହରୁ ଅଧିକ ଜଳାପୋଡା ହେଉଥାଏ କିମ୍ବା ସେହି ବ୍ୟକ୍ତିଙ୍କୁ ଭୋଜନ ଗିଳିବା ସମୟରେ କଷ୍ଟ ଅନୁଭୂତ ହୁଏ; ତେବେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ । ପ୍ରାୟତଃ ଲୋକେ ପେଟର ଲକ୍ଷଣ ବିଷୟରେ ଜାଣି ନଥାନ୍ତି ଯାହା ଫଳରେ ସେମାନଙ୍କ ପେଟରେ କର୍କଟ ହୋଇଥାଏ । ପେଟର କର୍କଟର ଲକ୍ଷଣ ଯେତେ ଶୀଘ୍ର ଜଣା ପଡି ଯାଇଥାଏ, ଏହାର ଚିକିତ୍ସା ମଧ୍ୟ ସେତେ ଶୀଘ୍ର ହୋଇପାରିବ ।
– ବେଳେବେଳେ ପେଟର ଲକ୍ଷଣ ଜାଣିବାରେ ସହଜ ହୋଇଥାଇ ପାରେ । ଯେତେବେଳେ ଆପଣ ଅଜୀର୍ଣ୍ଣର ଶିକାର ହୋଇ ତିନି ସପ୍ତାହ ବିତିଯାଏ, ଖାଦ୍ୟ ଗିଳିବାରେ କଷ୍ଟ ଅନୁଭଵ କରିବା, ବିନା କୌଣସି କାରଣରେ ଓଜନ କମିବା, ଅଧିକ ହାକୁଟି ଆସିବା କିମ୍ବା ଅଳ୍ପ ଖାଦ୍ୟ ଖାଇବା ପରେ ପେଟ ଭର୍ତି ହୋଇଯିବା, ବାନ୍ତି ଆସିବା କିମ୍ବା ପେଟରେ ପୀଡ଼ା ଅନୁଭଵ କରିବା ଆଦି ପେଟ କର୍କଟର ଲକ୍ଷଣ ଅଟେ । ଏକ ପରୀକ୍ଷାରୁ ଜଣା ପଡିଛି ସାଧାରଣତଃ ଲୋକେ ଏହି ସବୁ ଲକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେଇନଥାନ୍ତି । କିଛି ଲୋକ କର୍କଟ ନାମକୁ ହିଁ ଭୟ କରିଥାନ୍ତି; ଯାହାଫଳରେ ସେମାନେ ଏହି ଲକ୍ଷଣ ଗୁଡିକୁ ଅଣଦେଖା କରିଥାନ୍ତି ।
କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ଚର୍ଚ୍ଚା କରିନଥାନ୍ତି । କିଛି ଲୋକ ଏହା ମାନିଥାନ୍ତି, ବୟସ ବଢିବା ସହ ଏହି ସବୁ ଲକ୍ଷଣ ସେମାନଙ୍କ ମଧ୍ୟରେ ଦେଖା ଯାଇଥାଏ । ଆଶା କରୁଛୁ; ଏହି ସବୁ ଲକ୍ଷଣ ଗୁଡିକ ଜାଣିବା ପରେ ଆପଣ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶରେ ନିଜର ଚିକିତ୍ସା କରାଇ ଏହି ଭୟଙ୍କର ରୋଗରୁ ମୁକ୍ତି ପାଇପାରିବେ । କହିବା ପାଇଁ ଗଲେ ପେଟ କର୍କଟ ବହୁତ ବିପଦଜନକ ଅଟେ । ଏଥିରୁ ବଂଚିବା ପାଇଁ ଆପଣଙ୍କୁ ସବଧାନ ରହିବା ଜରୁରୀ ଅଟେ । ଏହାର ପ୍ରାରମ୍ଭିକ ଲକ୍ଷଣ ଗୁଡିକ ଜାଣିବା ପରେ ଡାକ୍ତରଙ୍କ ପରାମର୍ଶରେ ଉଚିତ୍ ଚିକିତ୍ସା କରାଇନେବା ଉଚିତ୍ ଅଟେ ।