କବୀର ସିଂ ଫିଲ୍ମରେ ପ୍ରୀତି ଚରିତ୍ରରେ ଅଭିନୟ କରିବା ପାଇଁ ପ୍ରଥମେ ଏହି ଅଭିନେତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ବର୍ତ୍ତମାନ ଚଳଚ୍ଚିତ୍ରଟି ହିଟ ହେଲାପରେ ଏମିତି ବକ୍ତବ୍ୟ ଦେଇଛନ୍ତି ।

Spread the love

କିୟାରାଙ୍କ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ପ୍ରୀତିର ଭୂମିକା ମିଳିଥିଲା କିନ୍ତୁ ଯାହାପାଇଁ ପ୍ରତ୍ୟାଖ୍ୟାନ କରିଥିଲେ ସେଥିରେ ହେଲେ ଅସଫଳ ।

ସାହିଦ କପୁର ଏବଂ କିୟାରା ଆଡ଼ବାଣୀଙ୍କ ଫିଲ୍ମ କବୀର ସିଂ ବକ୍ସ ଅଫିସରେ ଭଲ ରୋଜଗାର କରିଛି । ବର୍ତ୍ତମାନ ୨୦୦ କୋଟି ଟଙ୍କା ପାର କରି ସାରିଲାଣି । ଆପଣଙ୍କୁ କହି ରଖୁଛୁ ଯେ, ଏହି ଫିଲ୍ମରେ ସାହିଦ ଏବଂ କିୟାରା ଉଭୟଙ୍କ ଭାଗ୍ୟ ଚମକି ଯାଇଛି । ଫିଲ୍ମ କବୀର ସିଂର ସଫଳତାରେ ସମସ୍ତେ ବହୁତ ଖୁସି କିନ୍ତୁ ଏମିତି ମଧ୍ୟ କିଛି ବ୍ୟକ୍ତି ଅଛନ୍ତି; ଯେଉଁମାନେ କି ଫିଲ୍ମରେ ଖୁସି ତ ଅଛନ୍ତି କିନ୍ତୁ ତାଙ୍କ ମନରେ କେଉଁଠି ନା କେଉଁଠି ଦୁଃଖ ମଧ୍ୟ ରହିଛି ।

ଆମେ କଥା ହେବାକୁ ଯାଉଛୁ ବଲିଉଡ ଅଭିନେତ୍ରୀ ତାରା ସୁତାରିୟାଙ୍କ ବିଷୟରେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ତାରା ସୁତାରିୟା ନିଜ ଫିଲ୍ମ କ୍ୟାରିଅର କରନ ଜୋହାରଙ୍କ ଫିଲ୍ମ “ଷ୍ଟୁଡେଣ୍ଟ ଅଫ ଦି ୟିଅର-୨”ରୁ ଆରମ୍ଭ କରିଥିଲେ । କିନ୍ତୁ ଏହି ଫିଲ୍ମଟି ବକ୍ସ ଅଫିସରେ କିଛି ବିଶେଷ ସଫଳତା ହାସଲ କରି ପାରିଲା ନାହିଁ । କରନ ଜୋହାରଙ୍କ ଏହି ଫିଲ୍ମରେ ତାରା ସୁତାରିୟ ଏବଂ ଆହାନା ପାଣ୍ଡେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ତାଙ୍କ ସହିତ ଟାଇଗର ଶୋରଫା ନଜର ଆସିଥିଲେ । ଯଦିଓ ଏହି ତିନି ଜଣଙ୍କର ଅଭିନୟକୁ ଲୋକମାନେ ପସନ୍ଦ କରିଥିଲେ କିନ୍ତୁ “ଷ୍ଟୁଡେଣ୍ଟ ଅଫ ଦି ୟିଅର-୨” ବକ୍ସ ଅଫିସରେ କିଛି ବିଶେଷ ସଫଳତା ଲାଭ କରି ପାରିଲା ନାହିଁ, ଯେଉଁ ଭଳି ସଫଳତାର ଆଶା କରାଯାଇଥିଲା ।

ଅନ୍ୟପଟେ କବୀର ସିଂର ସଫଳତା ପରେ ତାର ସୁତାରିୟା ନିଜ ଭାଗ୍ୟ ଉପରେ ବହୁତ କ୍ରୋଧିତ ହୋଇଥିଲେ । ହଁ ଆଜ୍ଞା, ଏହା ପଛରେ ରହିଥିବା କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କହି ଦେଉଛୁ ଯେ, କବୀର ସିଂ ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ କିୟାରା ଆଡ଼ବାଣୀ ନ ଥିଲେ ବରଂ ତାରା ସୁତାରିୟା ଥିଲେ । କିନ୍ତୁ “ଷ୍ଟୁଡେଣ୍ଟ ଅଫ ଦି ୟିଅର-୨” ବକ୍ସ ଅଫିସରେ ଗତବର୍ଷ ମୁକ୍ତିଲାଭ କରିବାର ଥିଲା କିନ୍ତୁ କିଛି କାରଣ ଯୋଗୁଁ ନିର୍ଦ୍ଦେଶକମାନେ ଏହି ବର୍ଷ ୨୦୧୯ରେ ମୁକ୍ତିଲାଭ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି କାରଣ ଯୋଗୁଁ ତାରା ସୁତାରିୟାଙ୍କୁ ସାହିଦ କପୁରଙ୍କ ସହିତ କବୀର ସିଂ ଚଳଚ୍ଚିତ୍ର ହାତଛଡା କରିବାକୁ ପଡିଥିଲା, ଯାହାପାଇଁ ସେ ପ୍ରକୃତ ପସନ୍ଦ ଥିଲେ ।

କିନ୍ତୁ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ୟିଅର-୨ ପାଇଁ ତାରା ସୁତାରିୟା ଏହି ଫିଲ୍ମଟିକୁ ଦସ୍ତଖତ କରିପାରିଲେ ନାହିଁ । କୁହାଯାଉଥିଲା ଯେ, ଦୁଇଟି ଫିଲ୍ମର ତାରିଖ ଗୋଟିଏ ମେଳରେ ହେଉଥିଲା । ସେଥିପାଇଁ ସେ କରନ ଜୋହାରଙ୍କ ଫିଲ୍ମ “ଷ୍ଟୁଡେଣ୍ଟ ଅଫ ଦି ୟିଅର-୨”କୁ ବାଛିଥିଲେ । କିନ୍ତୁ ଦୁଇଟି ଫିଲ୍ମ ମଧ୍ୟରେ ସଫଳତା ଆକାଶ ପାତାଳର ଫରକ ରହିଛି । ଏହା ଦେଖିଲା ପରେ ତାରାଙ୍କ ମନ ଭିତରେ ପଶ୍ଚାତାପ ନିଶ୍ଚୟ ହେଉଥିବ, ଯେ ସେ କାହିଁକି ଏହି ଫିଲ୍ମଟିକୁ ମନା କଲେ । ନିକଟରେ ହିଁ ତାରା ସୁତାରିୟା ମିଡ଼ିଆ ସମ୍ମୁଖକୁ ଆସିଥିଲେ, ଯେଉଁଠି ତାଙ୍କୁ ଏ ବିଷୟରେ ପଚାରା ଯାଇଥିଲା ଓ ସେ କହିଲେ, କବୀର ସିଂ ସାଉଥର ସୁପରହିଟ ଚଳଚ୍ଚିତ୍ର ଅଧିକାରୀକର ରିମେକ ଅଟେ, ଏହା ହିଟ୍ ହେବା ସୁନିଶ୍ଚିତ ।

ପୁଣି ଯେତେବେଳେ ତାରାଙ୍କୁ କବୀର ସିଂ ଫିଲ୍ମ ପାଇଁ ହୋଇଥିବା ବିବାଦ ବିଷୟରେ ପଚରାଗଲା; ତେବେ ସେ କହିଲେ ଯେ, “ଜଣେ ସାମାଜିକ ପ୍ରାଣୀ ହିସାବରେ ଆମର କିଛି କର୍ତ୍ତବ୍ୟ ରହିଛି, ଯାହା ମୁଁ ଜାଣିଛି ଏବଂ ଜଣେ କଳାକାର ଭାବେ ମଧ୍ୟ ଆମର କିଛି ସ୍ୱତନ୍ତ୍ରତା ରହିଛି ଯାହା ଆମକୁ ମିଳିବା ଦରକାର । ଗୋଟିଏ ଫିଲ୍ମକୁ ଦର୍ଶକ କିଭଳି ରୂପେ ଗ୍ରହଣ କରୁଛନ୍ତି, ଏହା ତାଙ୍କ ଉପରେ ନିର୍ଭର କରେ । ଯଦି ମୁଁ ମୋ ନିଜ କଥା କହିବି; ତେବେ ମୁଁ କବୀର ସିଂ ଏବଂ ଅର୍ଜୁନ ରେଡ୍ଡୀ ଉଭୟଙ୍କ ସମର୍ଥନ କରୁଛି ।

ଆପଣଙ୍କୁ କହି ରଖୁଛୁ ଯେ, ନିକଟରେ ହିଁ ଫିଲ୍ମର ସଫଳତା ପାଇଁ ପାର୍ଟି ରଖାଯାଇଥିଲା; ଯେଉଁଠି ଚଳଚ୍ଚିତ୍ରର ସମସ୍ତ କାଷ୍ଟଙ୍କ ସହିତ ବଲିଉଡର କିଛି କଳାକାର ମଧ୍ୟ ଯୋଗଦାନ କରିଥିଲେ ଏବଂ ପାର୍ଟିରେ ସମସ୍ତେ ବହୁତ ମଜାକରି ଉପଭୋଗ କରିଥିଲେ ।