ଦୂରେଇ ଯିବ ଦରିଦ୍ରତା ଯଦି କରିବେ ଏହି ଖାସ୍ ଉପାୟ

Spread the love

ବହୁତ ଥର ଏମିତି ହୋଇଥାଏ, ଲକ୍ଷେ ଚେଷ୍ଟା କରିବା ପରେ ମଧ୍ୟ ଆର୍ଥିକ ସଙ୍କଟ ବ୍ୟକ୍ତିର ପିଛା ଛାଡେ ନାହିଁ । କିନ୍ତୁ କ’ଣ ଏଥିରୁ ହାର ମାନି ନେବା ଉଚିତ ହେବ କି ? ନା ଏହାର ସମାଧାନ କରିବା ! ଜ୍ୟୋତିଷଶାସ୍ତ୍ରରେ ଲେଖା ଅଛି ଏବଂ ସାମ୍ପ୍ରତିକ ଜ୍ୟୋତିଷଚାର୍ଯ୍ୟଙ୍କ ମତ ଅନୁସାରେ କିଛି ସ୍ୱତନ୍ତ୍ର କାମ ଏବଂ ଉପାୟକୁ କରିଲେ ସମସ୍ତ ପ୍ରକାରର ଦରିଦ୍ରତାକୁ ଦୂର କରାଯାଇ ପାରିବ ।

ମାସର ପ୍ରଥମ ବୁଧବାରର ରାତିରେ କଞ୍ଚା ହଳଦୀର ଗଣ୍ଠିକୁ ବାନ୍ଧିକରି ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ଏବଂ ତା’ପର ଦିନ ତାକୁ ହଳଦିଆ କପଡାର ବାନ୍ଧି କରି ନିଜ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ସେହି ବନ୍ଧା ହୋଇଥିବା କପଡାକୁ ରୂପାର ଏକ କବଚରେ ଭର୍ତି କରି ଗଳାରେ ପିନ୍ଧିଲେ ଦ୍ୱାରା ଆର୍ଥିକ ସଙ୍କଟାବସ୍ଥା ଦୂର ହୋଇଥାଏ । ସେହି ନିଜ ଗଡ଼ରେଜ ବା ସିନ୍ଦୁକରେ ମା’ଆ ଲକ୍ଷ୍ମୀଙ୍କ ଶ୍ରୀ ମନ୍ତ୍ର ଏବଂ ଗୋଟେ ତମ୍ବାର ଟଙ୍କା ରଖିଲେ ମଧ୍ୟ ଆପଣଙ୍କ ସିନ୍ଦୁକରେ ସଦାସର୍ବଦା ଧନ-ଧାନ୍ୟ ଭରି ରହିଥାଏ ।

ଭଜନ କରିବା ପୁର୍ବରୁ କୁକୁର କିମ୍ବା କୌଣସି ଗାଈ ପାଈଁ ଗୋଟିଏ ରୁଟି ବା ଆପଣଙ୍କ ଘରେ ରୋଷେଇ ହୋଇଥିବା ଖାଦ୍ୟର କିଛି ପରିମାଣ ବାହାର କରି ଦିଅନ୍ତୁ । ଏବଂ ପରବର୍ତ୍ତୀ ସମୟରେ ଗାଈ କିମ୍ବା କୁକୁରକୁ ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କୁ କେବେ ବି ଆର୍ଥିକ ସଙ୍କଟ କିମ୍ବା କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ ।

କେବଳ ଗୁରୁବାର ଦିନ ନୁହେଁ ବରଂ ପ୍ରତିଦିନ କଦଳୀ ଗଛରେ ପାଣି ଢଳାନ୍ତୁ ଏବଂ ଘିଅର ଦ୍ଵୀପ ଜଳାନ୍ତୁ ତା’ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ଆଶୀର୍ବାଦ ସ୍ୱରୂପ ହୋଇ ରହିବ । ଆପଣ ଯେତେବେଳେ ଖାଦ୍ୟ ଖାଇବା ପାଈଁ ବସିବେ ସର୍ବପ୍ରଥମେ ଧ୍ୟାନ ରଖିବେ ଯେ, ଆପଣ ଉତ୍ତର ଦିଗକୁ ମୁହଁ କରି ବସିବା ପାଇଁ, ଆପଣଙ୍କୁ କହି ଦେଉଛୁ ଯେ ଏଥିରେ ଧନ ସହିତ ଆପଣଙ୍କର ଆୟ ବି ବଢ଼ିଯିବ ।

ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରିଲେ ବି ମଧ୍ୟ ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ହୋଇ ପାଇଥାଏ ।