ଯଦି ଆପଣ ଦୁର୍ବଳତାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି , ଆପଣାନ୍ତୁ ଏହି 3ଟି ଉପଚାର

Spread the love

ବର୍ତ୍ତମାନ ସମୟରେ ନିଜ ଶରୀରକୁ ହୃଷ୍ଟପୃଷ୍ଟ ବନେଇବା ସମସ୍ତେ ଚାହିଁଥାନ୍ତି । ନିଜ ଶରୀରକୁ ରୋଗଠାରୁ ଦୂରେଇ ରଖିବା ପାଇଁ ଆପଣାଇଥାନ୍ତି ଅନେକ ଉପାୟ କିନ୍ତୁ ବିଭିନ୍ନ ପ୍ରକାରର ଉପାୟ ଆପଣାଇଲେ ମଧ୍ୟ ଶରୀରର ବିକାଶ ହୋଇ ନଥାଏ । ଯେମିତି ଶରୀରର ଓଜନର ବୃଦ୍ଧି ନହେବା । ଏହାର ମୁଖ୍ୟ କାରଣ ଆମର ବଦଳିବାର ଜୀବନଶୈଳୀ । ଵ୍ୟସ୍ତ ଜୀବନ ଶୈଳୀ, ଶରୀର ପ୍ରତି ଧ୍ୟାନ ନ ଦେବା । ଭୋଜନର ଅବହେଳା ଯୋଗୁଁ ଶରୀର ପ୍ରତି ଦୁର୍ବଳତାର ପ୍ରଭାବ ପଡିଥାଏ । ଯାହାର କାରଣରୁ ଶରୀରର ଓଜନ କମିଯାଏ ଏବଂ ଶରୀର ଦୁର୍ବଳ ହେବାରେ ଲାଗିଥାଏ । ଏମିତିରେ ଆମେ ଆପଣଙ୍କୁ ଏମିତି କିଛି ପଦାର୍ଥ ବିଷୟରେ ଜଣାଇବୁ ଯାହାକୁ ଆପଣ ସେବନ କଲେ, ଆପଣଙ୍କ ଶରୀର ବିକାଶ କରିବାରେ ଲାଗିବ ତଥା ଧିରେ ଧୀରେ ଶରୀରର ଓଜନ ବଢ଼ିବାରେ ଲାଗିବ । ଏହା ସହିତ ଆପଣଙ୍କୁ ନିୟମିତ ରୂପରେ ବ୍ୟାୟମ ଓ ଠିକ୍ ଜୀବନଶୈଳୀ ଅପଣାଇବାକୁ ପଡିବ।

■ ବୋତରିଥିବା ସୁଲିଚଣା (Chick-pea):

ସୁଲିଚଣା ଆମ ଶରୀର ପ୍ରତି ପୃଷ୍ଟିକର ପଦାର୍ଥ ହୋଇଥାଏ । ଚଣାରେ ପ୍ରଟିନର ପରିମାଣ ଅଧିକ ରହିଥାଏ । ଯାହା ଆମ ମାଂସପେଶୀକୁ ବିକାଶ କରିବାରେ ସାହାଯ୍ୟ କରିଥାଏ । ଆପଣ ଶରୀରର ଓଜନ ବୃଦ୍ଧି କରିବା ପାଇଁ ଚାହୁଛନ୍ତି ତ ରାତିରେ ଚଣାକୁ ଗୋଟିଏ ଥାଳିରେ ବୋତରାଇ ରଖିଦିୟନ୍ତୁ । ସକାଳେ ଏହାକୁ ସେବନ କରନ୍ତୁ । ଏହା ଆପଣଙ୍କ ଶରୀରର ବିକାଶ ପାଇଁ ଲାଭଦାୟକ ହୋଇଥାଏ ।

■ ସାକୋରକନ୍ଦା ଓ ଅଣ୍ଡା (Sweet potato and Egg) :

ସାକୋରକନ୍ଦାରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ ରହିଥାଏ। ଯାହା ଆମ ଶରୀରର ବିକାଶ ପାଇଁ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରଟିନ ରହିଥାଏ। ଯାହା ଆମ ମାଂସପେଶୀକୁ ଶକ୍ତ ଓ ଶରୀରକୁ ବିକାଶ କରିଥାଏ । ଏଥିପାଇଁ ଆପଣ ପ୍ରତିଦିନ 2 ରୁ 3 ଟି ଅଣ୍ଡା ଓ ସାକୋରକନ୍ଦାର ସେବନ କରିବା ଉଚିତ । ଏହାର ଅଧିକ ଲାଭ ଉଠାଇବା ପାଇଁ ଏହାକୁ ସିଜାଇ ଖାଆନ୍ତୁ ।

■ ମୋଲଟି-ଭିଟାମିନ (Multi-Vitamins and Minerals) :

ଅଜିକାଲି ମିଳାମିଶା ଖାଦ୍ୟରେ ଶରୀରକୁ ଦରକାର ଥିବା ଠିକ୍ ପରିମାଣର ଭିଟାମିନ ଓ ମିନରଲସ ମିଳିପାରୁନି । ଆମେ ଶାରୀରିକ ଓ ମାନସିକ ରୂପେ ଦୁର୍ବଳତା ଅନୁଭବ କରିଥାଉ । ତେଣୁକରି ଆପଣଙ୍କୁ ଦରକାର ମୋଲଟିଭିଟାମିନ। ଯାହା ଆପଣ କୋୖଣସି ମେଡିକାଲ ଷ୍ଟୋରରେ ପାଇ ପାରିବେ ।

ଏହିପରି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚନା, ପୌରାଣିକ, ନୀତି ଶିକ୍ଷା, ପାଇବା ପାଇଁ ଉପରେ ଥିବା Follow Bottomକୁ Click କରନ୍ତୁ ଅଥବା ଆମ Pageକୁ Like କରନ୍ତୁ । ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜାଣନ୍ତୁ । ଭଲ ଲାଗିଲେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ଧନ୍ୟବାଦ !