ଦୁଇଜଣ ଝିଅଙ୍କ ପାଇଁ ନରେନ୍ଦ୍ର ମୋଦୀ ଟ୍ରେନରେ ନିଜ ସିଟ୍ ରୁ ଉଠିବାକୁ ପଡିଥିଲା । ଜାଣନ୍ତୁ ପୁରା ଘଟନା କଣ?

Spread the love

ସବୁ ଜାଗାରେ ମହିଳାଙ୍କ ପାଇଁ ସୁରକ୍ଷାର କଥା ଚାଲିଛି, କିଛି ଲୋକ ହୃଦୟରୁ ମହିଳାଙ୍କୁ ସମ୍ମାନ ଦେଉଛନ୍ତି ତ କିଛି ଲୋକ ମହିଳାଙ୍କୁ ଅପମାନିତ ମଧ୍ୟ କରୁଛନ୍ତି । ଆଜି ଆମେ ଆପଙ୍କୁ ଗୋଟିଏ ସତ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ । ଘଟଣାଟି ହେଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କୁ ଜଣେ ମହିଳାଙ୍କ କାରଣରୁ ନିଜର ସିଟ ଛାଡିବାକୁ ପଡିଥିଲା । ଏହି ଘଟଣାରେ ମହିଳା ଶକ୍ତିର ସମ୍ମାନ ବି ଥିଲା ଆଉ ସମସ୍ୟା ବି ଥିଲା । ସମାଜର ଭଲ ଆଉ ଖରାପ ଏହି ଦୁଇଟି ଜିନିଷ ଏହି ପ୍ରଚଳିତ ଅଛି ।

ଦୁଇ ଜଣ ଝିଅ ଯାହାଙ୍କର ରେଲୱେରେ ମନୋନୀତ ହୋଇଥିଲା । ସେମାନଙ୍କୁ ଦିଲ୍ଲୀରୁ ଗୁଜୁରାଟର ଅଭିମୁଖେ ଟ୍ରେନରେ ଯିବାର ଥିଲା । ଯେଉଁ ଟ୍ରେନରେ ସେମାଙ୍କର ସିଟ ଥିଲା, ସେହି ଟ୍ରେନରେ ଏମିତି କିଛି ଲୋକ ଥିଲେ, ଯେଉଁମାନେ ଝିଅମାନଙ୍କୁ ହଇରାଣ କରୁଥିଲେ, ଯେଉଁଥି ପାଇଁ ଝିଅମାନେ ବହୁତ ଅସୁବିଧାରେ ପଡିଥିଲେ । ତେଣୁ ଝିଅମାନେ ସେହି ଟ୍ରେନରୁ ଓହ୍ଲାଇ ଯିବାକୁ ଚିନ୍ତା କରିଥିଲେ ଓ ଅନ୍ୟ ଗୋଟେ ଟ୍ରେନରେ ଯିବା ପାଇଁ ଚିନ୍ତା କରିଥିଲେ । ଯେତେବେଳେ ସେମାନେ ୨ୟ ଟ୍ରେନରେ ଚଢିବାକୁ ଯିବାବେଳେ ସେମାନେ ଟି.ଟି.ଆଇ ସହ କଥା ହେବା ବେଳେ ଜଣାପଡିଲା ଯେ, ସେହି ଟ୍ରେନରେ ସିଟ ନାହିଁ । ଝିଅମାନେ ଦୁଃଖୀ ହୋଇଯାଇଥିଲେ କିନ୍ତୁ ସିଟ୍ ଥିବା ଟ୍ରେନରେ ସେମାନଙ୍କୁ ହଇରାଣ ହେବାକୁ ପଡିଥିଲା ।

ପରେ ଟି.ଟି.ଆଇ ସେ ଦୁଇ ଜଣ ଝିଅଙ୍କୁ କହିଲେ ଯେ, ସେଇ ଦୁଇ ଯୁବକ ବସିଛନ୍ତି ଯେଉଁମାନେ ସବୁ ଦିନ ଦିଲ୍ଲୀରୁ ଗୁଜରାଟ ପ୍ରାୟ ଯାଉଛନ୍ତି । ସେମାଙ୍କ ପାଖରେ ଆପଣ ବସି ଯାଇପାରିବେ । ସେ ଦୁଇ ଝିଅ ସେଠାକୁ ଗଲେ ଆଉ ନିଜର ସମସ୍ୟା କହିଲେ ଏବଂ ସେଇ ଦୁଇ ଜଣ ଯୁବକ ନିନିଜ ଭିତରେ କଥା ହୋଇ ନିଷ୍ପତି ନେଲେ ଯେ, ଏହି ଦୁଇ ଜଣ ଝିଅଙ୍କୁ କୌଣସି ପ୍ରକାରର ଅସୁବିଧା ହେବାକୁ ଦେବା ନାହିଁ । ନିଜର ସିଟ୍ ଝିଅଙ୍କୁ ଛାଡି ଦେଲେ ଓ ନିଜେ ତଳେ ଚଦର ବିଛେଇ ଶୋଇଗଲେ । ଏହି ଦୁଇ ଯୁବକ ଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମିତ୍ର କଂଗ୍ରେସର ପୂର୍ବତନ ମନ୍ତ୍ରୀ ଶଙ୍କର ସିଂହ ଭାଗୋଲା । ଏହି ଘଟଣା ବିଷୟରେ ସେହି ଝିଅମାନେ ବହୁତ ବର୍ଷ ପରେ କହିଥିଲେ । ସେତେବେଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇସାରି ଥିଲେ । ଶଙ୍କର ସିଂହ ଭଗୋଲେଙ୍କୁ ଯେତେବେଳେ ଏହି ଘଟଣା ବିଷୟରେ ପଚରା ଗଲା ସେ କହିଥିଲେ, ଏପରି ଘଟଣା ଘଟିଥିଲା ।