ମୋବାଇଲ ଯୋଗୁଁ ଗୋଟିଏ ଛୋଟ ଶିଶୁର ହାତକୁ କାଟିବାକୁ ପଡ଼ିଲା । ମାଆ କାନ୍ଦି କାନ୍ଦି କହିଲେ ମୋ ପୁଅକୁ ମୋବାଇଲ

Spread the love

ମୋବାଇଲ ଯୋଗୁଁ ଗୋଟିଏ ଛୋଟ ଶିଶୁର ହାତକୁ କାଟିବାକୁ ପଡ଼ିଲା । ମାଆ କାନ୍ଦି କାନ୍ଦି କହିଲେ ମୋ ପୁଅକୁ ମୋବାଇଲ ନ ଦେଇଥିଲେ ଭଲ ହୁଅନ୍ତା । ଆସନ୍ତୁ ପୁରା ଘଟଣା ବିଷୟରେ ଜାଣିବା ।

ଜୌନପୁର ଜିଲ୍ଲାରେ ରହୁଥିବା ଗୋଟିଏ ୮ ବର୍ଷର ବାଳକ ମୋବାଇଲରେ ଗୀତ ଶୁଣିବା ବହୁତ ମହଙ୍ଗା ପଡ଼ିଗଲା । ମୋବାଇଲ ଅଧିକ ଗରମ ହେବା ଯୋଗୁଁ ସେଥିରେ ଥିବା ବ୍ୟାଟେରୀ ବ୍ଲାଷ୍ଟ ହୋଇଗଲା । ସେହି ବାଳକକୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ପିଲାକୁ ପ୍ରାଥମିକ ଉପଚାର କରାଯାଇଛି । ଘଟଣାରେ ପିଲାର ଡାହାଣ ହାତରେ ଛିନ୍ନଭିନ୍ନ ହୋଇଯାଇଛି । ସେହିଭଳି ଚେହେରା, ପେଟ ଓ ଶରୀରର ଅନ୍ୟ ଭାଗରେ ମଧ୍ୟ ଗଭୀର ଆଘାତ ହୋଇଛି ।

ଡାକ୍ତରଙ୍କ ଅନୁସାରେ, ସଂକ୍ରମନକୁ ରକିବା ପାଇଁ ହାତକୁ କାଟିବାକୁ ପଡ଼ିଥିଲା । ଯଦି ଆପଣ ଚାଇନା ମୋବାଇଲ ବ୍ୟବହାର କରୁଛନ୍ତି; ତେବେ ସାବଧାନ ହୋଇଯାନ୍ତୁ । ଆମେ ଏହା ଏଥିପାଇଁ କହୁଛୁ କାରଣ ଏହି ମୋବାଇଲ ଶସ୍ତା ଅଟେ ଓ ଏହା ବ୍ୟବହାର କରିବାରେ ନିଜ ପାଇଁ ଏବଂ ନିଜ ପରିବାର ପାଇଁ ଆଦୌ ସୁରକ୍ଷା ନୁହେଁ । କେତେବେଳେ କଣ ହେବ କିଛି କହି ହୁଏନି । ଏହାଛଡା ଏଥିରୁ ଅଧିକ ରେଡିଏସନ ବାହାରି ଥାଏ ।

ଯେଉଁ ହାତରେ ପିଲାଟି ଖେଳୁଥିଲା ଓ ମୋବାଇଲ ବ୍ୟବହାର କରୁଥିଲା ଆଜି ସେହି ହାତକୁ କାଟିବାକୁ ପଡ଼ିଲା । ସେହି ପିଲାର ମା’ ଏହା ଭାବି କାନ୍ଦୁଛନ୍ତି ଯେ, ମୋ ପିଲାକୁ ମୋବାଇଲ ନ ଦେଇଥିଲେ ଭଲ ହୁଅନ୍ତା । ଡାକ୍ତର କହିବା ଅନୁସାରେ, ପିଲାର ହାତ ସମ୍ପୁର୍ଣ ରୂପେ ନଷ୍ଟ ହୋଇ ଯାଇଥିଲା । ତେଣୁ ସେହି ହାତକୁ କାଟିବାକୁ ପଡ଼ିଥିଲା ।


.
ଏହି ଘଟଣା ସେମାନଙ୍କ ପାଇଁ ମଧ୍ୟ ଶିକ୍ଷା ଅଟେ, ଯେଉଁମାନେ କି ନିଜ ପିଲାର କାନ୍ଦ ବନ୍ଦ କରିବା ପାଇଁ ବା ଖେଳିବା ପାଇଁ ପିଲାର ହାତରେ ମୋବାଇଲ ଦେଇଥାନ୍ତି । ସେମାନଙ୍କୁ ଏତିକି ମଧ୍ୟ ଜଣା ନଥାଏ କି ମୋବାଇଲରୁ ବାହାରୁଥିବା ରେଡିଏସନ ପିଲାର ମସ୍ତିଷ୍କକୁ କେତେ ମାତ୍ରାରେ ସଙ୍କୁଚିତ କରିଦେଇଥାଏ । ଯେଉଁ ବୟସରେ ପିଲାମାନେ ଖେଳିବା କଥା, ସେହି ବୟସର ପିଲାମାନେ ଆଜି କାଲି ମୋବାଇଲ୍ ପାଇଁ ଜିଦ୍ଦି କରୁଛନ୍ତି । ଯଦି ଆପଣ ଆପଣଙ୍କ ପିଲାର ସୁଖମୟ ଭବିଷ୍ୟତ ଚାହୁଁଛନ୍ତି, ତେବେ ପିଲାମାନଙ୍କୁ ଯେତେ ସମ୍ଭବ ମୋବାଇଲ ଠାରୁ ସେତେ ଦୁରେଇ ରଖନ୍ତୁ ।