ଯଦି ଆପଣ ସ୍ୱପ୍ନରେ ଶିଖରରୁ ପଡିବା ଦେଖୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ ଓ ନିଜର ମୃତ୍ୟୁକୁ ଯଦି ସ୍ୱପ୍ନରେ ଦେଖିବା ତେବେ ଆପଣଙ୍କ ପାଇଁ ଖୁସି ଖବର ଅଟେ ।

Spread the love

ସ୍ୱପ୍ନରେ ଲୋକେ ବିଭିନ୍ନ ପ୍ରକାରର ଜିନିଷ ସବୁ ଦେଖିଥାନ୍ତି । ପ୍ରାୟତଃ ସ୍ୱପ୍ନ ଆପଣଙ୍କୁ ଭବିଷ୍ୟତରେ ଆସୁଥିବା ବିପଦର ସଂକେତ ଦେଇଥାଏ ।

ସ୍ୱପ୍ନ ରାହସ୍ୟଭରା ହୋଇଥାଏ । ସ୍ୱପ୍ନ ପ୍ରତ୍ୟେକ ବ୍ୟକ୍ତି ଦେଖିଥାନ୍ତି । ସ୍ୱପ୍ନରେ ଦେଖୁଥିବା ଘଟଣା ଆପଣଙ୍କୁ ଅସଲି ଜୀବନରେ ଘଟିବା ଭଳି ଜଣାପଡ଼ି ଥାଏ । ବେଳେ ବେଳେ ନିଦ ଭାଙ୍ଗିଯାଇଥାଏ, ସେତେବେଳେ ଅସଲ ଘଟଣା ଆମ ସାମ୍ନାରେ ଆସି ଯାଇଥାଏ ଯେ, ଯାହା ସବୁ ଆମେ ଦେଖୁଥିଲେ ସେ ସବୁ ସ୍ୱପ୍ନ ଥିଲା ବାସ୍ତବ ନୁହେଁ । ବିଜ୍ଞାନ ଅନୁସାରେ ମନୁଷ୍ୟ ଶୋଇବା କ୍ଷଣେ ହିଁ ସ୍ୱପ୍ନ ଦେଖିବା ଆରମ୍ଭ କରିଥାଏ । ସ୍ୱପ୍ନ ଉପରେ ମନୁଷ୍ୟର ନିୟନ୍ତ୍ରଣ ନଥାଏ । ଏଥିପାଇଁ ମନୁଷ୍ୟ କେତେବେଳେ ଭଲ ତ କେତେବେଳେ ଖରାପ ସ୍ୱପ୍ନ ଦେଖିଥାଏ । ପ୍ରତି ସ୍ଵପ୍ନର କିଛି ନା କିଛି ପ୍ରଭାବ ଆମ ଦୈନଦିନ ଜୀବନରେ ପଡିଥାଏ । ପ୍ରାୟତଃ ସ୍ୱପ୍ନ ଆମର ଭବିଷ୍ୟତରେ ଆସୁଥିବା ବିପଦର ସଂକେତ ସୂଚାଇ ଥାଏ । କେହି କେହି ସ୍ୱପ୍ନରେ ସାପ ଦେଖନ୍ତି ତ କେହି କେହି ସ୍ୱପ୍ନରେ ଶିଖରରୁ ପଡିଯିବାର ଦେଖନ୍ତି । ପ୍ରତି ସ୍ଵପ୍ନର କିଛି ନା କିଛି ମହତ୍ତ୍ୱ ରହିଥାଏ । ଆଜି ଆମର ଏହି ଲେଖାରେ ଆପଣଙ୍କୁ ସ୍ଵପ୍ନର ରହସ୍ୟ ବିଷୟରେ ଜଣାଇବୁ ।

ଜାଣନ୍ତୁ ସ୍ୱପ୍ନରେ ଦେଖୁଥିବା ଜିନିଷ ଗୁଡିକର ଅର୍ଥ କଣ ହୋଇଥାଏ :

ସ୍ୱପ୍ନରେ ଯଦି ବିଲେଇ ଦେଖନ୍ତି, ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ କେହି ଧୋକା ଦେଇପାରନ୍ତି ।

ସ୍ୱପ୍ନରେ ନିଜେ ଦୀପ ଜଳାଉଥିବାର ଦେଖିଲେ ଭବିଷ୍ୟତରେ ନୂତନ ସୁଯୋଗ ମିଳିବାର ସମ୍ଭାବନା ରହିଥାଏ ।

ଘରେ ଯଦି ଭଙ୍ଗାରୁଜା ହେଉଥିବାର ଦେଖିଲେ ଭବିଷ୍ୟତରେ ଆପଣ କୌଣସି ଅସୁବିଧାରେ ପଡି ପାରନ୍ତି ।

ନିଜକୁ ଉଡୁଥିବାର ଦେଖିବା ଅର୍ଥ ଖୁବ୍ ଶୀଘ୍ର ଆପଣ କୌଣସି ଅସୁବିଧାରୁ ମୁକୁଳି ପାରିବେ ।

ଶିଖରରୁ ପଡିଯିବା, ଗୋଡ଼ ଖସିଯିବା କିମ୍ଵା ସିଡ଼ି ଓଲ୍ଲାଉଥିବାର ଦେଖିଲେ ଭବିଷ୍ୟତରେ ବିପଦ ଆସିବାର ସଂକେତ ଅଟେ ।

ପାହାଡ଼ରେ ଚଢୁଥିବାର ଦେଖିବା ଅର୍ଥ ସଫଳତା ମିଳିବ ।

ପେଚା ସ୍ୱପ୍ନରେ ଦେଖିବା ଅର୍ଥ କୌଣସି ଅସୁବିଧାରେ ପଡିପାରନ୍ତି ।

ନିକଟ ସମ୍ପର୍କୀୟଙ୍କ ମୃତ୍ୟୁ ଦେଖିବା ଅର୍ଥ ଯାହାର ମୃତ୍ୟୁ ଦେଖିଛନ୍ତି ସେହି ବ୍ୟକ୍ତିଙ୍କ ଆୟୁ ବଢିଯାଇଥାଏ ।

ଶବ ଦେଖିବା ଅର୍ଥ କୌଣସି ଇଛା ପୂର୍ତ୍ତି ହେବ ।

ସୁନାରୁପା ଗୋଟାଉ ଥିବାର ଦେଖିବା ଅର୍ଥ ଆର୍ଥିକ ସଙ୍କଟ ଦେଖାଯିବ ।

କେହି ଯଦି ଆପଣଙ୍କ ପିଛା କରୁଥିବାର ଦେଖନ୍ତି, ତେବେ ଅସଲି ଜୀବନରେ ଆପଣ କୌଣସି ଅସୁବିଧାରୁ ମୁକୁଳିବା ପାଇଁ ଚେଷ୍ଠା କରୁଛନ୍ତି ।

କୂଅରେ ପାଣି ଭର୍ତି ହେବା ଦେଖିବା ଅର୍ଥ ଆପଣଙ୍କୁ ଧନ ଲାଭ ହୋଇପାରେ ।

ନିଜକୁ କାନ୍ଦୁଥିବା, ଚିତ୍କାର କରୁଥିବା ଦେଖିବା ଅର୍ଥ ଜୀବନରେ ଚିନ୍ତାଗ୍ରସ୍ତ ହେବେ ।

ନଦୀ କିମ୍ବା ପୋଖରୀରୁ ପାଣି ପିଉଥିବାର ଦେଖିବା ଅର୍ଥ ଆପଣଙ୍କ କୌଣସି ସରକାରୀ କାମ ପୁରଣ ହୋଇପାରିବ ।

ସ୍ୱପ୍ନରେ ମୁଦ୍ରା ଦେଖିବା ଅର୍ଥ ଧନ ଲାଭର ସୂଚନା ମିଲିଥାଏ ।

ଯଦି ସ୍ୱପ୍ନରେ ନିଜକୁ ଅପମାନିତ ହେବାର ଦେଖନ୍ତି; ତେବେ ଏହାର ଅର୍ଥ ହେଉଛି କେହି ଜଣେ ଆପଣଙ୍କ ରହସ୍ୟ ଜାଣି ନେଇ ଆପଣଙ୍କୁ ଅସୁବିଧାରେ ପକାଇ ପାରେ ।

ପଦ୍ମ, ହାତୀ, ଗାଇ, ମାଙ୍କଡ଼, ହଂସ ଦେଖିବା ଅର୍ଥ ଆପଣଙ୍କୁ ଧନ ଲାଭ ହୋଇପାରେ ।

ନ୍ୟୁଡ୍ ଦେଖିବା ଅର୍ଥ ଆପଣ ନିଜକୁ କୌଣସି ବ୍ୟକ୍ତିର ବନ୍ଧନରୁ ମୁକୁଳାଇବେ ।

ଧଳା ଜିନିଷ ଦେଖିବା ଅର୍ଥ କୌଣସି ବଡ ସମସ୍ୟାର ସମାଧାନ ହେବ ।

ପୂଜାର୍ଚ୍ଚନ କରୁଥିବା ଦେଖିଲେ, ଚାକିରି ସମ୍ବନ୍ଧିତ ଶୁଭର ମିଳିଥାଏ ।

ନିଜକୁ କିମ୍ବା କୌଣସି ବ୍ୟକ୍ତିକୁ ପୂଜା କରୁଥିବାର ଦେଖିଲେ ଚାକିରୀ କ୍ଷେତ୍ରରେ ଲାଭ ମିଳିବ ।

ମୃତ ବ୍ୟକ୍ତି ଦେଖିବା ଅର୍ଥ ଭବିଷ୍ୟତରେ କୌଣସି ଘଟଣା ବିଷୟରେ ସୂଚନା ଦିଏ କିମ୍ବା କୌଣସି ଅଧୁରା ଇଚ୍ଛାର ସଂକେତ ଦେଇଥାଏ ।

ଜେଜେବାପା, ଜେଜେମାଆ କିମ୍ବା ଅଜା ଆଈଙ୍କ ଦେଖିବା ଅର୍ଥ ସମାଜରେ ଆପଣଙ୍କୁ ମହତ୍ତ୍ୱ ମିଳିବ ।