ଡ୍ରାଇଭିଙ୍ଗ ଲାଇସେନ୍ସ କରନ୍ତୁ କେବଳ ୫ ମିନିଟରେ !! ଆସନ୍ତୁ ଏ ବିଷୟରେ ସମ୍ପୁର୍ଣ ରୂପେ ଜାଣିବା ।

Spread the love

ଆପଣ ସମସ୍ତେ ନିଶ୍ଚୟ ଜାଣିଥିବା କି, ଡ୍ରାଇଭିଙ୍ଗ ଲାଇସେନ୍ସ ବାଧ୍ୟତାମୂଳକ ହୋଇଯାଇଛି । ଯଦି ଆପଣ ବିନା ଡ୍ରାଇଭିଙ୍ଗ ଲାଇସେନ୍ସରେ କୁଆଡେ ଅଥବା ଗାଡି ଚଳଉଛନ୍ତି ଓ ଆପଣ ଧରା ପଡିଯାନ୍ତି, ତେବେ ଆପଣଙ୍କୁ ଅଧିକ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଜିନିଷ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣ ଘରେ ବସି ନିଜ ମୋବାଇଲ ମାଧ୍ୟମରେ ଅନ୍ ଲାଇନରେ ଆପ୍ଲାଇ କରିପାରିବେ । ତାହାବି ବହୁତ ସହଜରେ । ଆପଣ ଆମର ସମ୍ପୂର୍ଣ ଲେଖାକୁ ପଢନ୍ତୁ । ଆମେ ଅତି ସହଜ ଓ ସରଳରେ କିପରି ଅନ ଲାଇନରେ ଆପ୍ଲାଇ କରିବେ ଠିକନିଖ ଭାବରେ ବର୍ଣ୍ଣନା କରିଛୁ । ତେବେ ଚଲାନ୍ତୁ ଜାଣିବା :

କିଭଳି ଅନ୍ ଲାଇନରେ ଆପ୍ଲାଇ କରିବେ –

ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଆପ୍ଲାଇ କରିବାକୁ ୨୦୦ ଟଙ୍କା ଖର୍ଚ୍ଚ ହେବ । ଯଦି ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଅନ ଲାଇନରେ ଆପ୍ଲାଇ କରିବାକୁ ଚାହୁଁଛନ୍ତି; ତେବେ କୌଣସି ଏକ ବ୍ରାଉଜର ଅପେନ କରନ୍ତୁ । ସେଠାରେ ଆପଣଙ୍କୁ sarathi.parivahan.gov.in ଏହା ୱେବସାଇଟ ସର୍ଚ୍ଚ କରିନ୍ତୁ । ଏହାକୁ କ୍ଲିକ କରିବା ପରେ ଗୋଟିଏ ପେଜ ଖୋଲିବ । ସେଠାରେ ଆପଣଙ୍କୁ ପ୍ରଥମେ ନିଜ ରାଜ୍ୟର ନାମ (State Name)କୁ ଚୟନ କରିନ୍ତୁ । ସେଲେକ୍ଟ ବା ଚୟନ କରିବା ପରେ ତେବେ ଅନ୍ୟ ଏକ ପେଜ ଖୋଲିବ, ସେଠାରେ ଲେଖା ହୋଇଥିବ ଆପ୍ଲାଇ ଅନ ଲାଇନ ସେଠାରେ କ୍ଲିକ୍ କରିବେ । ତାହାକୁ କ୍ଲିକ୍ କରିବା ପରେ ପ୍ରଥମରେ ଲେଖା ହୋଇଥିବ ନିଉ ଲରନର ଲାଇସେନ୍ସ ତାକୁ କ୍ଲିକ୍ କରନ୍ତୁ ।

ଆପଣ ନିଉ ଲରନର ଲାଇସେନ୍ସକୁ କ୍ଲିକ୍ କରିବା ପରେ ଏକ ନୂଆ ପେଜ ଖୋଲିବ । ଏଠାରେ କୁହାଯାଇଥିବ କି,

● ଆବେଦନ କରୁଥିବା ବ୍ୟକ୍ତିର ସବୁ ଡ଼ିଟେଲସ୍

● ଅପଲୋଡ଼ ଡୋକୁମେଣ୍ଟ

● ଅପଲୋଡ଼ ଫୋଟ ଏଣ୍ଡ ସିଗ୍ନେଚର

● ଏଲ୍ ଏଲ୍ ଟେଷ୍ଟ

● ସ୍ଲୋଟ୍ ବୂକିଙ୍ଗ

● ପେଇମେଣ୍ଟ ଅଫ ଫି

ଆପଣଙ୍କୁ କହିବାକୁ ଚାହୁଁଛୁ କି ଏଥିପାଇଁ ୨୦୦ ଟଙ୍କା ଖର୍ଚ୍ଚ ହେବ । ପ୍ରଥମରେ କୁହାଯାଇଥିବା ଅନୁସାରେ ଆପଣ ୨୦୦ ଟଙ୍କା ଦେଇ ସାରିବା ପରେ ଆପଣଙ୍କୁ କଣ କରିବାର ଅଛି ଆସନ୍ତୁ ଜାଣିବା –

ପ୍ରଥମେ କୋନଟି ନିଉକୁ କ୍ଲିକ କରିବେ । ଏହାକୁ କ୍ଲିକ କରିବା ପରେ ତୁରନ୍ତ ଏକ ପେଜ ଖୋଲିବ । ଏଠାରେ କହୁଛି, ଯଦି ଆପଣଙ୍କ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ନାହିଁ; ତେବେ ଡ଼ାଇରେକ୍ଟ ସବ୍ମିଟ ଉପରେ କ୍ଲିକ କରନ୍ତୁ । ଏହା ପରେ ଫୋର୍ମଟି ଖୋଲିଯିବ । ଫୋର୍ମରେ ଯାହା ସବୁ ଦେଇଛି ସେ ସବୁ ଗୁଡ଼ିକୁ ଠିକ୍ ରୂପେ ପୂରଣ କରନ୍ତୁ । ଫୋର୍ମଟି ନିର୍ଭୁଲରେ ପୂରଣ କରିବା ପରେ ସବ୍ମିଟ ଉପରେ କ୍ଲିକ କରନ୍ତୁ । ସବ୍ମିଟ କରିବା ପରେ ଆପଣଙ୍କୁ ସବୁ ଡୋକୁମେଣ୍ଟ ଗୁଡ଼ିକୁ ଅପଲୋଡ଼ କରିବାର ଅଛି ।

ଲରନର ଲାଇସେନ୍ସ କିପରି ମିଳିବ –

ସେଥିପାଇଁ ଆପଣ ବ୍ୟାକ୍ କୁ ଯିବେ । ସେଠାରେ ଡ଼ାଉନ ଲୋଡ଼ ଫୋର୍ମ ଦେଇଥିବ ତାହାକୁ କ୍ଲିକ କରନ୍ତୁ । ଏହାପରେ ଲେଖା ହେବ ପ୍ରିଣ୍ଟ ଆପ୍ଲିକେସନ ଫୋର୍ମ, ସେଠାରେ କ୍ଲିକ କରିବା ପରେ ଗୋଟିଏ ପେଜ ଖୋଲିବ । ଆପଣ ଟଙ୍କା ବାନ୍ଧିବା ପରେ ଆପଣଙ୍କୁ ଗୋଟିଏ ଆପ୍ଲିକେସନ ନମ୍ବର ମିଳିଥିବା । ସେହି ନମ୍ବରକୁ ଓ ନିଜ ଜନ୍ମ ତାରିଖକୁ ଲେଖି ସବ୍ମିଟ୍ ଉପରେ କ୍ଲିକ କରିବା ପରେ ପୁଣି ଏକ ଫୋର୍ମ ଆସିଯିବ । ଏହି ଫୋର୍ମକୁ ନେଇ ଡାକ୍ତରଙ୍କ ପାଖକୁ ଯାଇ ଆଖି ଟେଷ୍ଟ କରି ସେହି ସାର୍ଟିଫିକେଟ ଉପରେ ଡାକ୍ତରଙ୍କ ସିଗ୍ନେଚର ଓ ଷ୍ଟାମ୍ପ ମାରି ଆଣିବ । ଆପଣ ଫୋର୍ମ ୨କୁ ଡ଼ାଉନ ଲୋଡ଼ କରିଥିବେ । ତାହାକୁ ନେଇ ଆର.ଟି.ଓ ଅଫିସକୁ ଯିବେ । ସେଠାରେ ଆପଣଙ୍କୁ ଏଲ୍ ଏଲ୍ ଟେଷ୍ଟ କରାଯିବ ଓ ସଙ୍ଗେ ସଙ୍ଗେ ଲରନିଂ ଲାଇସେନ୍ସ ଦିଆଯିବ ଓ କିଛି ଦିନ ପରେ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିଯିବ ।