ପ୍ରତିଦିନ ସକାଳେ ଗୁଡ଼ ଏବଂ ଜିରା ପିଇବା ଦ୍ୱାରା ଏହି ପାଞ୍ଚୋଟି ଲାଭ ମିଲିଥାଏ ।ମୂଳରୁ ଚାଲି ଯାଇଥାଏ ଏହି ରୋଗ ।

Spread the love

ବହୁତ ଲାଭଦାୟକ ହୋଇଥାଏ ଗୁଡ଼ ଏବଂ ଜିରାର ପାଣି । ଏହାକୁ ପିଇବା ଦ୍ୱାର ଅନେକ ରୋଗ ଦୂର ହୋଇ ଯାଇଥାଏ ।

ଜିରା ଏବଂ ଗୁଡ଼ ଶରୀର ପାଇଁ ଲାଭଦାୟକ ଅଟେ । ଏହି ଦୁଇଟି ଜିନିଷକୁ ମିଶ୍ରଣ କରି ପିଇଲେ ସମସ୍ତ ରୋଗ ଦୂର ହୋଇଥାଏ । ଖାଲି ପେଟରେ ଗୁଡ଼ ଏବଂ ଜିରା ପାଣି ପିଇବା ଦ୍ୱାରା ପେଟରେ ଏହାର ଭଲ ପ୍ରଭାବ ପଡିଥାଏ । ପେଟର ଅନେକ ସମସ୍ୟା ଦୂର ହୋଇଥାଏ । ପ୍ରତିଦିନ ଜିରା ଏବଂ ଗୁଡ଼ ପାଣି ପିଇବା ଦ୍ୱାରା କଣ କଣ ଲାଭ ହୋଇଥାଏ ସେହି ଗୁଡିକ ନିମ୍ନରେ ଦିଆ ଯାଇଛି ।

ଗୁଡ଼ ଏବଂ ଜିରା ପାଣି ପିଇବା ଦ୍ୱାରା ଲାଭ :

ରକ୍ତହୀନତା ଦୂର ହୋଇଥାଏ :

ଏନିମିୟା ରୋଗରୁ ମୁକ୍ତି ପାଇବା ପାଇଁ ଗୁଡ଼ ଏବଂ ଜିରା ପାଣି ପିଇବା ଆରମ୍ଭ କରିଦିଅନ୍ତୁ । ପ୍ରତିଦିନ ସକାଳେ ଏହି ଦୁଇଟି ଜିନିଷକୁ ଏକତ୍ର ମିଶ୍ରଣ କରି ପିଇବା ଦ୍ୱାରା ରକ୍ତହୀନତା ରୋଗରୁ ମୁକ୍ତି ମିଲିଥାଏ । ଆପଣ ଏହି ଦୁଇଟି ଜିନିଷକୁ ପାଣିରେ ଠିକ ରୂପେ ଫୁଟାଇବା ପରେ ପାଣିକୁ ଥଣ୍ଡା କରି ଛାଣି ନିଅନ୍ତୁ । ପରେ ଏହାକୁ ପିଅନ୍ତୁ ।କିଛି ସପ୍ତାହ ପର୍ଯ୍ୟନ୍ତ ଏହି ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତର ପରିମାଣ ବଢିଥାଏ, ଯାହାଫଳରେ ଏନିମିୟା ରୋଗରୁ ମୁକ୍ତି ମିଲିଥାଏ ।

ପେଟ ସମସ୍ୟାରୁ ମୁକ୍ତି :

ଅନେକ ବ୍ୟକ୍ତି କୋଷ୍ଟକାଠିନ, ଗ୍ୟାସ, ପେଟ ଫୁଲିବା ଏବଂ ପେଟ ପୀଡ଼ା ପରି ସମସ୍ୟା ଭୋଗିଥାନ୍ତି । କିଛି ଲୋକଙ୍କୁ ଖାଦ୍ୟ ମଧ୍ୟ ଠିକ ରୂପେ ହଜମ ହୋଇନଥାଏ । ଯେଉଁ ବ୍ୟକ୍ତିମାନଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟା ରହିଛି; ସେହି ବ୍ୟକ୍ତିମାନେ ଗୁଡ଼ ଏବଂ ଜିରା ପାଣି ପିଇବା ଦ୍ୱାରା ଉପଶମ ମିଳିଥାଏ । ପ୍ରତିଦିନ ଗୁଡ଼ ଏବଂ ଜିରା ପାଣି ପିଇବା ଦ୍ୱାରା ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ଆପଣଙ୍କ ଖାଦ୍ୟ ମଧ୍ୟ ଠିକ ରୂପେ ହଜମ ହୋଇଥାଏ ।

ଋତୁସ୍ରାବ ସମୟରେ ପୀଡ଼ାରୁ ମୁକ୍ତି ମିଳିଥାଏ :

ଋତୁସ୍ରାବ ସମୟରେ ପେଟ ଏବଂ ଶରୀରରେ ମହିଳାଙ୍କୁ ପୀଡ଼ା ହୋଇଥାଏ । ଏହି ପୀଡ଼ାରୁ ମୁକ୍ତି ପାଇବା ପାଇଁ ଗୁଡ଼ ଏବଂ ଜିରା ପାଣି ପିଅନ୍ତୁ । ଯେଉଁ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ପେଟ ପୀଡ଼ା ହୁଏ, ସେହି ମହିଳାମାନେ ଏହି ପାଣି ପିଇବା ଉଚିତ୍ । ଏହି ପାଣି ପିଇବା ଦ୍ୱାରା ପୀଡ଼ା ଦୂର ହୋଇଯାଇଥାଏ ।

ଥଣ୍ଡାରୁ ମୁକ୍ତି ମିଳିଥାଏ :

ଥଣ୍ଡା ହେବା ସମୟରେ ଗୁଡ଼ ଏବଂ ଜିରା ପାଣି ପିଇବା ଦ୍ୱାରା ଆପଣଙ୍କୁ ଥଣ୍ଡାରୁ ମୁକ୍ତି ମିଳିଥାଏ । ମୁଣ୍ଡରେ ପୀଡ଼ା ହେଉଥିଲେ ଏହି ପାଣି ପିଇଲେ ସେଥିରୁ ମୁକ୍ତି ମିଲିଥାଏ ।

ଜ୍ୱରରୁ ମୁକ୍ତି :

ଜ୍ୱର ସମୟରେ ଏହି ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରର ତାପମାତ୍ରା ଏକଦମ୍ କମ ହୋଇଯାଇଥାଏ । ଯେଉଁ ବ୍ୟକ୍ତିଙ୍କୁ ଜ୍ୱର ହୋଇଛି; ସେହି ବ୍ୟକ୍ତି ଦିନରେ ତିନି ଥର ଏହି ପାଣି ପିଇବା ଦ୍ୱାରା ଉପଶମ ମିଳିଥାଏ ।

କିପରି ପ୍ରସ୍ତୁତି କରିବେ ଗୁଡ଼ ଏବଂ ଜିରା ପାଣି :

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଗ୍ଲାସ ପାଣିରେ ଏକ ଚାମଚ ଜିରା ପକାନ୍ତୁ ଏହାକୁ ଭଲ ରୂପେ ଫୁଠାନ୍ତୁ । ଯେତେବେଳେ ଏହି ପାଣି ଫୁଟିବାରେ ଲାଗିବ, ଆପଣ ଏଥିରେ ଗୁଡ଼ ପକାନ୍ତୁ ଏବଂ ଗୁଡ଼ ପାଣିରେ ମିଳି ଯିବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପାଣିକୁ ଥଣ୍ଡା କରି ଛାଣି ଦିଅନ୍ତୁ । ପ୍ରତିଦିନ ସକାଳେ ଖାଲି ପେଟରେ ଏହି ପାଣି ପିଇବା ଦ୍ୱାରା ଆପଣଙ୍କୁ ଏହାର ଲାଭ ମିଳି ପାରିବ ।