ସକାଳୁ କ୍ଷୀରରେ ତୁଳସୀ ମିଶାଇ ପିଅନ୍ତୁ । ପୁଣି ଦେଖନ୍ତୁ ଚମତ୍କାର ମୂଳରୁ ଭଲ ହୋଇଥାଏ ଏହି ୪ଟି ଭୟଙ୍କର ରୋଗ ।

Spread the love

ସାଧାରଣତଃ ଆମେ ସମସ୍ତେ ଜାଣିଛୁ, କ୍ଷୀର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହା ସହିତ ତୁଳସୀ ମଧ୍ୟ କୌଣସି ଔଷଧ ଠାରୁ କମ୍ ନୁହେଁ । ଏହି ଦୁଇଟିର ମିଶ୍ରଣରେ ଅନେକ ରୋଗ ନିବାରଣ କରିବାରେ ସାହାଯ୍ୟ କରିଥାଏ । କ୍ଷୀରରେ ତୁଳସୀ ପତ୍ର ମିଶାଇ ଫୁଟାଇ ପିଇବା ଦ୍ୱାରା ଅନେକ ମାରାତ୍ମକ ରୋଗରୁ ରକ୍ଷା ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ତୁଳସୀ କ୍ଷୀରର ଉପକାରିତା ବିଷୟରେ :-

୧. ଥଣ୍ଡାରୁ ମିଳିଥାଏ ମୁକ୍ତ । ତୁଳସୀର ଆଣ୍ଟି ଇନଫ୍ଲାମିଟରୀ ଗୁଣ ରହିଥାଏ । ଯାହା ଥଣ୍ଡାରୁ ରକ୍ଷା କରିବାରେ ସାହାଯ୍ୟ କରେ । କ୍ଷୀରରେ ତୁଳସୀ ପତ୍ର ପକାଇ ଫୁଟାଇ କ୍ଷୀରକୁ ସେବନ କରିବା ଦ୍ୱାରା ଥଣ୍ଡା ଆପଣଙ୍କ ପାଖରେ ପଶିବ ନାହିଁ ।

୨. ମାଈଗ୍ରେନ (ଅଧକପାଳି) ସମସ୍ୟା ଦୂର ହୁଏ । ଯଦି ଆପଣ ମାଈଗ୍ରେନ ସମସ୍ୟା ଯୋଗୁଁ ଅସହାୟ ଯନ୍ତ୍ରଣା ଅନୁଭଵ କରୁଛନ୍ତି, ସେତେବେଳେ ଏହାରୁ ରକ୍ଷା ପାଇବା ପାଇଁ ଆପଣ ହଳଦୀ ଏବଂ ତୁଳସୀକୁ କ୍ଷୀରରେ ମିଶାଇ ସେବନ କରନ୍ତୁ । ଏହା ଆପଣଙ୍କ ମାଈଗ୍ରେନ ସମସ୍ୟାକୁ ଦୂର କରିବା ସହିତ ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ ।

୩. ଷ୍ଟନ ସମସ୍ୟାରୁ ମୁକ୍ତ । କ୍ଷୀରରେ ତୁଳସୀ ମିଶାଇ ସେବନ କରିବା ଦ୍ୱାରା କିଡ୍ନୀରେ ହୋଇଥିବା ଷ୍ଟନ ସମସ୍ୟା ଦୂର ହୋଇଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଷ୍ଟନ ସମସ୍ୟା ଧୀରେ ଧୀରେ ଦୂର ହୋଇଯାଏ ।

୪. ଏହା କର୍କଟ ରୋଗଠାରୁ ଦୁରେଇ ରଖେ । ତୁଳସୀ ଏବଂ କ୍ଷୀରକୁ ମିଶାଇ ସେବନ କରିବା ଦ୍ୱାରା କର୍କଟ ଭଳି ପ୍ରାଣ ଘାତି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ତୁଳସୀରେ ଆଣ୍ଟିବାୟୋଟିକ ଏବଂ ଅଣ୍ଟିଆକ୍ସିଡେଣ୍ଟ ଗୁଣ ରହିଥାଏ । ଏହା ସହିତ ଅନେକ ପୋଷାକ ତତ୍ୱ ମଧ୍ୟ ରହିଥାଏ । ସର୍ବଦା ଏହାକୁ ସେବନ କରିବା ଦ୍ୱାରା ଶରୀରରେ କେବେ ହେଲେ ଦୁର୍ବଳତା ଅନୁଭଵ ହୁଏ ନାହିଁ ଏବଂ ଅନେକ ରୋଗରୁ ରକ୍ଷା ମିଳିବା ସହ ଶରୀର ସବୁବେଳେ ସୁସ୍ଥ ରହିଥାଏ ।

ତେବେ ଆଶା କରୁଛି ଏହି ଅନୁଛେଦଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରିଦିଅନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଏହା ସହ ନିଜର ମତାମତ Comment Boxରେ ନିଶ୍ଚୟ ଦିଅନ୍ତୁ ।