କୌଣସି ପୁରୁଷକୁ ଗାଳି କଲେ : ଯିବାକୁ ପଡିବ ଜେଲ ତା’ସଂଗେ ଜରିମାନା !

Spread the love

କୌଣସି ବ୍ୟକ୍ତି ବିଶେଷକୁ ଗାଳି ଦେବା କିମ୍ବା କୌଣସି ଅପଶବ୍ଦ କହିବା ମାନେ ଉକ୍ତ ବ୍ୟକ୍ତିର ମାନସମ୍ମାନ ଓ ତାର ଭାବନାକୁ ଆଘାତ ପହଂଚିବା । ଏମିତିରେ ତ କହିବାକୁ ଗଲେ ଛୋଟ ଛୋଟ କଥାରେ ପ୍ରାୟ ସମସ୍ତେ ଗାଳିଗୁଲଜ କରନ୍ତି, ଆପଣମାନେ ଜାଣିଥିବେ । ଯଦି ଆପଣ ମାନେ ମଧ୍ୟ ସେହିପରି ଗାଳିଗୁଲଜ କରୁଛନ୍ତି ତେବେ ସାବଧାନ ହୋଇଯାଅନ୍ତୁ । କୌଣସି ଗାଳିକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଣ୍ଡ ବିଧାନ ନାହିଁ । କିନ୍ତୁ ଆପଣ ଯଦି କେଉଁ ପୁରୁଷ କୁ ନପୁଂସକ ବା ନାମର୍ଦ ବୋଲି କହିବେ ତେବେ ଆପଣଙ୍କୁ ଜେଲ୍ ଦଣ୍ଡ ହୋଇପାରେ ବୋଲି ମୁମ୍ବାଇ କୋର୍ଟ ଏହିପରି କହିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ତଥ୍ୟଟି ଜାଣିବା : –

କୋର୍ଟର ଶୁଣାଣି :

ମୁମ୍ବାଇ ହାଇକୋର୍ଟର ନାଗପୁର ଶାଖା, କୋର୍ଟର ନିଷ୍ପତି ଅନୁଯାୟୀ  କୌଣସି ବ୍ୟକ୍ତିକୁ ନପୁଂସକ କହିବା ଅର୍ଥ ଉକ୍ତି ବ୍ୟକ୍ତିର ମାନହନୀ କରିବା ସହ ସମାନ । କୋର୍ଟର ନିଷ୍ପତ୍ତି ଅନୁଯାୟୀ କୌଣସି ବ୍ୟକ୍ତିକୁ ନପୁଂସକ କହିବାର ଅର୍ଥ ତାର ପୌରସତ୍ୱକୁ ନେଇ ପ୍ରଶ୍ନ କରିବା ଏବଂ ଅନ୍ୟମାନଙ୍କ ମନରେ ତା ପ୍ରତି ନକାରତ୍ମକ ଭାବନା ସୃଷ୍ଟି କରିବା । ଯାହା ଏକ ମନାହାନୀ ଅଟେ  । କୋର୍ଟ ଗୋଟିଏ ମାମଲାର ନିଷ୍ପତ୍ତି ନେବା ସମୟରେ ଏହିପରି ରାୟ ଶୁଣିଛି । ଯଦି କୌଣସି ବ୍ୟକ୍ତି କାହାକୁ ଏହିପରି ଶଦ୍ଦ ବ୍ୟବହାର କରବେ  ତେବେ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିବ ତା’ସଂଗେ ସଂଗେ  ଜରିମାନା ମଧ୍ୟ ଦେବାକୁ ପଡିବ ।

ସ୍ତ୍ରୀ ଛାଡ଼ପତ୍ର ମକଦ୍ଦମା ରୁଜ୍ଜ କରିବା ପରେ, ସ୍ୱାମୀଙ୍କ ଅଭିଯୋଗ କରିଥିଲେ ଯେ, ତାଙ୍କ ପତ୍ନୀ ତାଙ୍କ ପୌରସତ୍ୱକୁ ନେଇ ସନ୍ଦେହ କରୁଛି ଏବଂ ନପୁଂସକ  ନାମର୍ଦ ବୋଲି ଗାଳିଗୁଲଜ କହୁଅଛି ! ଏହି ଶୁଣି ମାନ୍ୟବର କୋର୍ଟ ତାଙ୍କ ପତ୍ନୀଙ୍କ ଆବେଦନକୁ ବରଖାସ୍ତ କରିଛି ! ଏବଂ ମାନ୍ୟବର ବିଚାରପରି ଜଷ୍ଟିସ୍ ସୁନୀଲ ଶୁକ୍ରେ କହିଥିଲେ କୌଣସି ପୁରୁଷକୁ ନପୁଂସକ କହିବା ମାନେ ସେହି ବ୍ୟକ୍ତିର ପୌରସତ୍ୱ ଉପରେ ପ୍ରଭାବ ପଡିଥାଏ ଏବଂ ଏହି ଭଳି ଶବ୍ଦ ବ୍ୟବହାର କରିବା ମାନହାନୀ ସଂଗେ ସମାନ ! ଏହିପରି ଶବ୍ଦ ବ୍ୟବହାର କରିବା ଫଳରେ ଅନ୍ୟମାନଙ୍କ ଉପରେ ନାକରତ୍ମକ ପ୍ରଭାବ ପଢ଼ିଥାଏ ! 

ଏହି ଶବ୍ଦକୁ ବ୍ୟବହାର କରିବା ବ୍ୟକ୍ତି ସମ୍ଭିଧାନର ଧାରା 499 ଅନ୍ତର୍ଗତ ମାନହାନୀ ଅଟେ ! ଯେଉଁ ବ୍ୟକ୍ତି ଏହି ଶବ୍ଦ ବ୍ୟବହାର କରିବେ ସେମାନଙ୍କ ଉପରେ ସମ୍ବିଧାନର ଧାରା 500 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ଦଣ୍ଡ ବିଧାନ ମଧ୍ୟ ହେବ !

21 ନଭେମ୍ବର 2016 ମସିହା : ପତି ପତ୍ନୀଙ୍କ ମଧ୍ୟରେ ପ୍ରାୟତଃ କଳିକଜିଆ ଲାଗି ରହିଥାଏ !  କିନ୍ତୁ ପତ୍ନୀଙ୍କ ଏହିପରି ବ୍ୟବହାର ଓ ଅଶ୍ଳୀଳ ଭାଷାର ବାରମ୍ବାର ପ୍ରୟୋଗ ଯୋଗୁଁ ବ୍ୟକ୍ତି ଜଣକ ଛାଡପତ୍ର ମାଗିଥିଲେ ! ଏହିପରି ପରିସ୍ଥିତିରେ ପତ୍ନୀ ଛାଡ଼ପତ୍ର ପାଇଁ ମହିଳା କୋର୍ଟରେ ଆବେଦନ କରି ନିଜ ବାପା ଘରକୁ ଚାଲି ଯାଇଗଲେ ! ମକଦ୍ଦମା କୌଣସି ନିଷ୍ପତି ନ ହେବ ପର୍ଯ୍ୟନ୍ତ  ଝିଅର ଦାୟିତ୍ୱ ବାପାଙ୍କୁ ନେବେ ଏବଂ ଝିଅ ବାପା ପାଖରେ ରହିବ ବୋଲି କୋର୍ଟ ରାୟ ଦେଇଥିଲା !