ଗାଧୁଆ ଘରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ୪ଟି ଜିନିଷ ! ନଚେତ ହୋଇପାରେ ବଡ଼ ବିପଦ ।

Spread the love

ବାସ୍ତୁଶାସ୍ତ୍ର ଆମ ଘର ପାଇଁ କେତେ ଆବଶ୍ୟକ ହୋଇଥାଏ, ତାହା ଆମେ ସମସ୍ତେ ନିଶ୍ଚୟ ଜାଣିଛେ କିନ୍ତୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଲୋକମାନେ ଏହିସବୁ ନୀତିନିୟମକୁ ଭୁଲିଯାଉଛନ୍ତି । ତେଣୁ ସେମାନଙ୍କ ଜୀବନରେ ଅନେକ ପ୍ରକାର ଅସୁବିଧା ଦେଖାଦେଇଥାଏ । ବହୁତ ଲୋକମାନେ ଭାବିଥାନ୍ତି ଯେ, ସେମାନେ ଏତେ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ସଫଳତା କାହିଁକି ପ୍ରାପ୍ତ ହେଉନାହିଁ । ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଅଧିକାଂଶ ଘରେ ରହୁଥିବା ଜିନିଷ ଗୁଡ଼ିକ ବାସ୍ତୁ ଅନୁସାରେ ରଖାଯାଇ ନଥାଏ । ଯେଉଁ କାରଣରୁ ଆର୍ଥିକ ଓ ଶାରୀରିକ ସମସ୍ୟା ଦେଖାଯାଇଥାଏ । ବହୁତ ଲୋକମାନେ ଏଭଳି ମଧ୍ୟ ଅଛନ୍ତି, ଯେଉଁମାନେ କି ଘରର ସବୁ ଜାଗାର ବାସ୍ତୁ ଉପରେ ଧ୍ୟାନ ଦେଇଥାନ୍ତି । କିନ୍ତୁ ଗାଧୋଇବା କକ୍ଷ ଉପରେ ଧ୍ୟାନ ଦେଇନଥାନ୍ତି । ଏହାଦ୍ୱାରା ଘରକୁ ନକରାତ୍ମକ ଉର୍ଜ୍ଜା ଆସିଥାଏ । ଯାହାଦ୍ୱାରା ସବୁ କାମ ଠିକ୍ ରୂପେ ହୋଇନଥାଏ । ଏହା ମନୁଷ୍ୟକୁ ଧୀରେ ଧୀରେ ଭିକାରୀ ମଧ୍ୟ କରିଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଗାଧୋଇବା କକ୍ଷରେ କେଉଁ ଜିନିଷ ଗୁଡ଼ିକ ରଖିବା ଉଚିତ ନୁହେଁ ।

୧) ଭଙ୍ଗା ବାଲ୍ଟି –

Google

ଘରର ଗାଧୋଇବା କକ୍ଷରେ ଭୁଲରେ ମଧ୍ୟ ଭଙ୍ଗା ବାଲ୍ଟି ରଖନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଲୋକମାନେ ଭଙ୍ଗା ବାଲ୍ଟିରେ ପାଣି ଭର୍ତ୍ତି କରି ରଖନ୍ତି କିମ୍ବା ଗାଧୋଇଥାନ୍ତି, ତାଙ୍କର ଭାଗ୍ୟ ମଧ୍ୟ ଭାଙ୍ଗି ଯାଇଥାଏ । ତେଣୁ ଭଙ୍ଗା ବାଲ୍ଟି ରଖନ୍ତୁ ନାହିଁ । ଏହାଦ୍ୱାରା ଘରକୁ ନକରାତ୍ମକ ଉର୍ଜ୍ଜା ମଧ୍ୟ ଆସିଥାଏ । ଏହା ସହିତ ଗାଧୋଇ ସାରିବା ପରେ ଖାଲି ବାଲ୍ଟି ମଧ୍ୟ ରଖନ୍ତୁ ନାହିଁ । ସବୁବେଳେ ବାଲ୍ଟିରେ କିଛି ପାଣି ଭର୍ତ୍ତି କରି ରଖନ୍ତୁ ।

୨) ସାବୁନ ଖଣ୍ଡ –

Google

ଅଧିକାଂଶ ଲୋକଙ୍କ ଏଭଳି ଅଭ୍ୟାସ ଥାଏ ଯେ, ସାବୁନ ସରିବାକୁ ଯାଉଥିବା ବେଳେ ସେମାନେ ଅନ୍ୟ ଏକ ସାବୁନ ଆଣି ରଖିଦିଅନ୍ତି । କିନ୍ତୁ ପୁରୁଣା ସାବୁନ ଖଣ୍ଡଟି ସେଠାରେ ପଡ଼ି ରହିଥାଏ । ସାବୁନର ଛୋଟ ଛୋଟ ଖଣ୍ଡ ଘରକୁ ଦରିଦ୍ରତା ଆଣିଥାଏ । ଯେଉଁ ଘରେ ସାବୁନ ଖଣ୍ଡ ପଡ଼ି ରହିଥାଏ, ସେହି ଘରେ କେବେ ମଧ୍ୟ ଟଙ୍କା ରହି ନଥାଏ । ତେଣୁ ସାବୁନ ସରିବାକୁ ଯାଉଥିବା ବେଳେ, ସେହି ଛୋଟ ସାବୁନ ଖଣ୍ଡକୁ ବାହାରକୁ ଫିଙ୍ଗି ଦିଅନ୍ତୁ ।

୩) ଭଙ୍ଗା କବାଟ –

Google

ଯଦି ଆପଣଙ୍କ ଗାଧୋଇବା କକ୍ଷର କବାଟ ଭାଙ୍ଗିଯାଇଛି, ତେବେ ଏହାକୁ ତୁରନ୍ତ ଠିକ୍ କରିଦିଅନ୍ତୁ । ଭଙ୍ଗା କବାଟ ଆସୁଥିବା ସଫଳତାକୁ ଖରାପ କରିଦେଇଥାଏ । ଏହାଦ୍ୱାରା ଆପଣଙ୍କ ଜୀବନରେ ସମସ୍ୟା ବଢିଯାଇଥାଏ । ତେଣୁ କବାଟ ଯଦି ଭାଙ୍ଗି ଥାଏ, ତେବେ ତୁରନ୍ତ ତିଆରି କରିଦିଅନ୍ତୁ । ନଚେତ ଆର୍ଥିକ ସ୍ଥିତି ଅତି ଶୋଚନୀୟ ହୋଇଯିବ ଯାହା ଆପଣ ସ୍ଵପ୍ନରେ ମଧ୍ୟ କେବେ ଭାବି ନଥିବେ ।

୪) ଓଦା କପଡ଼ା –

Google

ବେଳେବେଳେ ବ୍ୟସ୍ତରେ ଗାଧୋଇ ସାରିବା ପରେ କିମ୍ବା କପଡ଼ା ସଫା କରିବା ପରେ ସେହି ଓଦା କପଡ଼ାକୁ ସେଠାରେ ଅଧିକ ସମୟ ପର୍ଯ୍ୟନ୍ତ ରଖି ଦିଅନ୍ତି । କିନ୍ତୁ ଏହା ଘର ପାଇଁ ବହୁତ ବଡ଼ ସମସ୍ୟା ଆଣିଥାଏ । ତେଣୁ ଓଦା କପଡାକୁ ଯେତେ ଶୀଘ୍ର ହେବ ତାହାକୁ ଶୁଖାଇ ଦିଅନ୍ତୁ ।