ନିଦରୁ ଉଠି ପରିଶ୍ରା କରିବାକୁ ଯିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ଗୋଟିଏ ଭୁଲ ନ ହେଲେ ପସ୍ତେଇବେ

Spread the love

ବନ୍ଧୁଗଣ ପାଣି ଆମ ଶରୀର ପାଇଁ କେତେ ଯେ ଲାଭଦାୟକ ତାହା ଆପଣ ନିଶ୍ଚୟ ଜାଣିଥିବେ । କାରଣ ଆମ ଶରୀରରେ ୭୦ପ୍ରତୀଶତ କେବଳ ପାଣି ହିଁ ଭରି ରହିଛି । ଏଥିପାଇଁ ପ୍ରତ୍ୟେକ ସମସ୍ତେ ଚାରି ରୁ ପାଞ୍ଚ ଲିଟର ପାଣି ପିଇବା ଆବଶ୍ୟକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାଣି ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିଥାଏ । ସବୁଠାରୁ ବଡ କଥା ହେଲା ପାଣି ପିଇବା ଆମ ଶରୀର ପ୍ରତି ଯେମିତି ଲାଭଦାୟକ ଅଟେ ପରିଶ୍ରା କରିବା ମଧ୍ୟ ଆମୋ ଶରୀର ପ୍ରତି ବହୁତ ଲାଭଦାୟୀ ଅଟେ । 6ପରିଶ୍ରା କରିବା ଦ୍ୱାରା ଆମ ଶରୀରରେ ସୃଷ୍ଟି ହେଉଥିବା ବର୍ଜ୍ୟ ବସ୍ତୁ ପରିଶ୍ରା ବାଟେ ବାହାରି ଯାଏ । କିନ୍ତୁ ଆପଣ ଯଦି ଭୁଲ ଉପାୟରେ ପରିଶ୍ରା କରିବେ ତାହେଲେ ପରିଶ୍ରା ଆପଣଙ୍କ ପାଇଁ ଲାଭଦାୟୀ ନୁହେଁ । ବରଂ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଆଜିର ବିଷୟରେ ଆମେ ଆପଣଙ୍କୁ କହିବୁ ପରିଶ୍ରା କରିବା ସମୟରେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେ ସବୁ କଣ କଣ :-

ବନ୍ଧୁଗଣ ଅଧିକାଂଶ ଲୋକଙ୍କୁ ରାତିରେ ନିଦରୁ ଉଠି ପରିଶ୍ରା ଯିବାର ଅଭ୍ୟାସ ଥାଏ । କିନ୍ତୁ ସେମାନଙ୍କୁ ଜଣା ନଥାଏ କି ସେମାନଙ୍କ ଏହି ଅଭ୍ୟାସ ପାଇଁ ସେମାନଙ୍କୁ କେତେ ସମସ୍ୟାର ସାମନା କରିବାକୁ ପଡିପାରେ । କାରଣ ଯେତେବେଳେ ଆମେ ରାତିରେ ଶୋଇଥାଉ ଆମ ମସ୍ତିସ୍କକୁ ପ୍ରଭାବିତ ହେଉଥିବା ରକ୍ତର ବେଗ ଧିମା ହୋଇଯାଏ । କାରଣ ଶୋଇବା ସମୟରେ ଜଣେ ମଣିଷ ଯେମିତି ବିଶ୍ରାମ ନେଇଥାଏ, ଠିକ ସେମିତି ଆମ ମସ୍ତିସ୍କ ମଧ୍ୟ ଶୋଇବା ସମୟରେ ବିଶ୍ରାମ ନେଇଥାଏ । ପରିଶ୍ରା କରିବା ପାଇଁ ନିଦରୁ ଆମେ ଯେତେବେଳେ ଆମେ ହଟାତ ଉଠିପଡୁ ସେତେବେଳେ ଆମ ରକ୍ତର ବେଗ ମସ୍ତିସ୍କ ଆଡକୁ ଖୁବ ବଢିଯାଏ । ଯାହାକି ଆମ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏବଂ ମସ୍ତିସ୍କ ସହ ଜଡିତ ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି ହେବାକୁ ଲାଗେ । ତେଣୁ ନିଦରେ ଶୋଇଥିବା ସମୟରେ ଯେତେବେଳେ ମଧ୍ୟ ପରିଶ୍ରା ଲାଗୁଛି, ତେବେ ହଠାତ ନିଦରୁ ଉଠି ପଡି ପରିଶ୍ରା କରିବାକୁ ଯାଅନ୍ତୁ ନାହିଁ ।

ସର୍ବପ୍ରଥମେ ନିଦରୁ ଉଠି ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ ବସନ୍ତୁ ଏବଂ ତା’ ପରେ ପରିଶ୍ରା କରିବା ପାଇଁ ଯାଅନ୍ତୁ । କାରଣ ଦୁଇରୁ ତିନି ମିନିଟ ବସିବା ଦ୍ଵାରା ଆପଣଙ୍କ ଶରୀରରେ ରକ୍ତର ପ୍ରଭାବ ଠିକ ଭାବରେ ହେବାକୁ ଲାଗେ ଏବଂ ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚିବ ନାହିଁ ।

ବନ୍ଧୁଗଣ ଆଜିର ଏହି ବିଷୟଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜାଣନ୍ତୁ । ଆଉ ଯଦି ବିଷୟଟି ପସନ୍ଦ ଆସିଥିବା ତା’ହେଲେ ଲାଇକ କରନ୍ତୁ ଓ ନିଜ ବନ୍ଧୁ, ପରିବାର ବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ । ଆପଣଙ୍କ ଦିନଟି ଶୁଭମୟ ହେଊ । ଜୟ ଜଗନ୍ନାଥ ।