ଗର୍ଭାବସ୍ଥା ସମୟରେ କରନ୍ତୁ ନାହିଁ ଏହି କାମ ଗୁଡ଼ିକୁ, ନଚେତ ପଛେ ବହୁତ ପସ୍ତେଇବାକୁ ପଡ଼ିବ !!

Spread the love

ଗର୍ଭାବସ୍ଥା ଗୋଟିଏ ଏଭଳି ସମୟ ଅଟେ; ଯାହାର ଅପେକ୍ଷା ସବୁ ବିବାହିତା ମହିଳାଙ୍କୁ ଥାଏ । ଏହି ଗର୍ଭାବସ୍ଥା ସମୟରେ ସେମାନଙ୍କୁ କେତୋଟି କଥା ଉପରେ ବିଶେଷ ଧ୍ୟାନ ରହିବା ଆବଶ୍ୟକ, ନିଜକୁ ସୁରକ୍ଷାରେ ରଖିବା ପାଇଁ । ଏହି ସମୟରେ ପ୍ରତ୍ୟେକ ମହିଳା ଭାବିଥାନ୍ତି କି, ସେମାନଙ୍କର ଡ଼େଲିବେରୀ ସିଜୋରିଅନ୍ ନ ହେଇ ନର୍ମାଲ୍ ରେ ହେଉ । ଯଦି ଆପଣ ମଧ୍ୟ ଚାହୁଁଛନ୍ତି କି ଆପଣଙ୍କର ଡ଼େଲିବେରୀ ନର୍ମାଲ୍ ହେଉ, ତେବେ ଏହି ଉପାୟକୁଗୁଡ଼ିକୁ ନିଶ୍ଚୟ ପାଳନ କରନ୍ତୁ । ସିଜୋରିଅନ୍ ଡ଼େଲିବେରୀ ପରେ ମହିଳାଙ୍କୁ ଅନେକ ଅସୁବିଧା ଗୁଡ଼ିକରେ ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଏହାଠାରୁ ସୁରକ୍ଷିତରେ ରହିବାପାଇଁ କେତୋଟି ଉପାୟ ଉପରେ ଧ୍ୟାନ ଦେବା ।

ସବୁବେଳେ ଚାଲନ୍ତୁ –

ଅଧିକାଂଶ ସମୟରେ ଗର୍ଭାବସ୍ଥାରେ ମହିଳାମାନେ ଆଳସ୍ୟମୟ ଅନୁଭବ କରିଥାନ୍ତି ଏବଂ ଆଳସ୍ୟର ବଶୀଭୂତ ହୋଇ ଅଳସୁଆ ମଧ୍ୟ ହେଇଯାନ୍ତି । ସେମାନେ ଗୋଟିଏ ସ୍ଥାନରେ ବସି ରହିଥାନ୍ତି ବା ଶୋଇବାରେ ନିଜର ଅଧିକାଂଶ ସମୟ ବିତାଇଥାନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ କି, ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଗର୍ଭାବସ୍ଥାରେ ମହିଳାମାନେ ଯେତେ ସମ୍ଭବ ସେତେ ଚାଲିବା, ବୁଲିବା ଆବଶ୍ୟକ । ସେମାନେ ପ୍ରତ୍ୟେକ ଦିନ ଚାଲିବା ଆବଶ୍ୟକ ଏହାଦ୍ୱାରା ବହୁତ ଫାଇଦା ମିଳିଥାଏ ।

ଚିନ୍ତାଠାରୁ ଦୁରେଇ ରୁହନ୍ତୁ –

ଅଧିକାଂଶ ସମୟରେ ଦେଖିବାକୁ ମିଳିଛି କି ଗର୍ଭାବସ୍ଥା ସମୟରେ ଚିନ୍ତିତ ସ୍ଥିତି, ଡ଼େଲିବେରୀରେ ବହୁତ କଠିନତା ସୃଷ୍ଟି କରିଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ଆପଣ ଗର୍ଭାବସ୍ଥାରେ ଅନ୍ତିମ ମାସରେ ଚିନ୍ତାଗ୍ରସ୍ତ ହୋଇରୁହନ୍ତି, ତେବେ ଆପଣଙ୍କର ନର୍ମାଲ ଡ଼େଲିବେରୀ ହେବାର ସମ୍ଭାବନା କମିବା ସହ ସନ୍ତାନର ସ୍ୱାସ୍ତ୍ୟ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇଥାଏ । ତେଣୁ ଏଭଳି ସ୍ଥିତିରେ ଅଧିକ ଚିନ୍ତାଗ୍ରସ୍ତ ରୁହନ୍ତୁ ନାହିଁ ।

ଓଜନ ବଢ଼ିବା, ସୃଷ୍ଟି କରିଥାଏ ଅସୁବିଧା ଗୁଡ଼ିକୁ –

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି, ପତଳା ହେଇଥିବ ମହିଳାମାନଙ୍କୁ ନର୍ମାଲ ଡ଼େଲିବେରୀ ସମୟରେ ଅଧିକ ଅସୁବିଧା ହୋଇନଥାଏ । ଏହାଛଡା ସେମାନଙ୍କୁ ଡ଼େଲିବେରୀ ସମୟରେ ଅଧିକ କଠିନତା ଆସିନଥାଏ । ଯାହା ଫଳରେ, ସେମାନେ ସିଜୋରିଅନ୍ କରିବା ଠାରୁ ବଞ୍ଚିଯାନ୍ତି । ଏମାନଙ୍କ ତୁଳନାରେ ଓଜନ ମହିଳାମାନଙ୍କ ପାଇଁ ଏହି ସ୍ଥିତି କଠିନତର ହେଇଥାଏ । ତେଣୁ ଗର୍ଭାବସ୍ଥା ସମୟରେ ନିଜ ଶରୀର ପ୍ରତି ବିଶେଷରୂପେ ଧ୍ୟାନ ଦିଅନ୍ତୁ ।