ଭୋଜନ କରିବା ପରେ ଏହି ୫ଟି କାମକୁ ଭୁଲରେ ମଧ୍ୟ କରନ୍ତୁ ନାହିଁ ।

Spread the love

ବ୍ୟସ୍ତ ବହୁଳ ଜୀବନରେ ନିଜ ଶରୀର ପ୍ରତି ଠିକ୍ ଭାବରେ ଯତ୍ନ ନେବା କଷ୍ଟକର ହୋଇଥାଏ । ଏପରିକି ଖାଦ୍ୟପେୟ ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନର ପ୍ରତିଟି କାର୍ଯ୍ୟକୁ ଆମେ ଠିକ୍ ରୂପେ ସମ୍ପାଦନ କରିପାରୁନଥାଉ । ଦୈନନ୍ଦିନ ଜୀବନରେ ଏମିତି କିଛି କାମ ଅଛି ଯାହା ଠିକ୍ ସମୟରେ କରିବା ନିହାତି ଆବଶ୍ୟକ । ଆପଣ ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଏହି ୫ଟି କାମକୁ କରନ୍ତୁ ନାହିଁ । ଆସନ୍ତୁ ଆଜି ଆମେ ସେ ବିଷୟରେ ସମ୍ପୂର୍ଣ୍ଣ ରୂପେ ଆପଣଙ୍କୁ ଜଣାଇବୁ ।

୧) ଫଳ :

google

ଖାଇବା ସଙ୍ଗେ ସଙ୍ଗେ କେବେ ମଧ୍ୟ ଫଳ ଖାଆନ୍ତୁ ନାହିଁ । କାରଣ ହଜମ କରିବା ପ୍ରକ୍ରିୟାରେ ଫଳ ବାଧା ସୃଷ୍ଟି କରିଥାଏ । ତେଣୁ ଭୁଲରେ ମଧ୍ୟ ଭୋଜନ କରିବା ପରେ ତୁରନ୍ତ କୌଣସି ଫଳ ସେବନ କରନ୍ତୁ ନାହିଁ । ନଚେତ ଭବିଷ୍ୟତରେ ବହୁତ ଖରାପ ପ୍ରଭାବ ଆମର ଶରୀର ଉପରେ ପଡ଼ିଥାଏ ।

୨) ରାତ୍ର ଭୋଜନ :

google

ରାତିରେ ଭୋଜନ କରିବା ସଙ୍ଗେ ସଙ୍ଗେ ଶୋଇବା ଉଚିତ ନୁହେଁ । ରାତ୍ରରେ ଶୋଇବା ତିନି ଘଣ୍ଟା ପୂର୍ବରୁ ଭୋଜନ କରିବା ଉଚିତ । ଆପଣ ଯଦି ରାତ୍ରରେ ହାଲୁକା ଖାଦ୍ୟ ଖାଇବେ; ତେବେ ତାହା ସ୍ୱାସ୍ଥ୍ୟ ପାଇଁ ଶ୍ରେଷ୍ଟ ଅଟେ ଓ ରାତ୍ରରେ ଭୁଲରେ ମଧ୍ୟ କେବେ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ ।

୩) ସ୍ନାନ କରିବା :

google

କେବେ ମଧ୍ୟ ଭୋଜନ କରି ସାରିବା ପରେ ତୁରନ୍ତ ସ୍ନାନ କରିବା ଉଚିତ ନୁହେଁ । ଏଭଳି କରିବା ଦ୍ୱାରା ଶରୀରରେ ରକ୍ତଗତିର ପ୍ରଭାବ ଦ୍ରୁତ ଗତିରେ ବଢି ଯାଇଥାଏ । ଯଦି ଆପଣ ଏଭଳି ଭୁଲ କାମ କରିବେ; ତେବେ ଶରୀର ପ୍ରତି ବହୁତ କ୍ଷତି ହୋଇଥାଏ । ଏଭଳି କରିବା ଦ୍ୱାରା ଖାଇଥିବା ଖାଦ୍ୟ ହଜମ ହୋଇପାରି ନଥାଏ । ତାହା ପେଟରେ ରହି ପଚିଯାଏ ଓ ଅନେକ ରୋଗ ସୃଷ୍ଟି କରିଥାଏ ।

୪) ଭୋଜନ କରିବା ପରେ ତୁରନ୍ତ :

google

ଅଧିକାଂଶ ଲୋକମାନଙ୍କର ଗୋଟିଏ ବହୁତ ବଡ଼ ଖରାପ ଅଭ୍ୟାସ ଥାଏ କି, ସେମାନେ ଭୋଜନ କରିବା ପରେ ତୁରନ୍ତ ସିଗାରେଟ ଟାଣନ୍ତି କିମ୍ବା ମିଠା ଖାଇବା ଅଭ୍ୟାସ ରହିଥାଏ । ଯାହାକି ବହୁତ ଖରାପ ଅଭ୍ୟାସ ଅଟେ । ଏଭଳି କରିବା ଦ୍ୱାରା ଏସିଡ଼ିଟି ହେବା ସହ ଖାଦ୍ୟ ହଜମ ହେବାରେ ବାଧା ଉତ୍ପନ୍ନ ହୋଇଥାଏ । ତେଣୁ ଖାଇବା ତୁରନ୍ତ ଆପଣ ଯଦି ଏହି ସବୁ କାମ କରିବେ; ତେବେ ତାହା ଯୋଗୁଁ ଶରୀର ବହୁତ ଅସୁସ୍ଥ ହୋଇଯାଇଥାଏ ।

୫) ଅପରାହ୍ନ ଭୋଜନ ପରେ :

google

ଅପରାହ୍ନରେ ଭୋଜନ କରିବା ପରେ ତୁରନ୍ତ କେବେ ମଧ୍ୟ କୌଣସି କାମ କରିବା ଉଚିତ ନୁହେଁ । ଭୋଜନ କରିବା ପରେ ନିଜ ଶରୀରକୁ ଅଳ୍ପ ଆରାମ ଦେବା ଆବଶ୍ୟକ । କାରଣ ଅପରାହ୍ନରେ ଭୋଜନ କରିବା ପରେ ରକ୍ତରଚାପ ବଢ଼ିଥାଏ । ତେଣୁ ସେହି ସମୟରେ କୌଣସି କାମ ନ କରି ନିଜ ଶରୀରକୁ ଅଳ୍ପ ଆରାମ ଦେବା ଆବଶ୍ୟକ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଏବଂ ପରିବାରଙ୍କ ସହ ସୂଚନାଟି ଶେୟାର କରନ୍ତୁ । ହଁ ଆଜ୍ଞ, ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !