ନାରଦ ପୁରାଣ ଅନୁସାରେ ଆପଣଙ୍କର ଏହି ଭୁଲ୍ ଗୁଡ଼ିକ ହୋଇଥାଏ ଦୁଃଖ ଓ ଗରିବ ପରିସ୍ଥିତିର ମୁଖ୍ୟ କାରଣ ! ଜାଣନ୍ତୁ…

Spread the love

ଏହି ସଂସାରରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଅନେକ ଗୁଡିଏ ପରିସ୍ଥିତି ସାମ୍ନା କରିବାକୁ ପଡିଥାଏ । ଯେତେବେଳେ ବ୍ୟକ୍ତିର ଘର ପରିବାର ଖୁସିରେ ରହୁଥିବେ, ସେତେବେଳେ ସେମାନେ ଚିନ୍ତାରୁ ମୁକ୍ତି ରହିଥାନ୍ତି ଓ ନିଜର ଜୀବନକୁ ଉତ୍ତମ କରିବା ପାଇଁ ସେମାନେ ଯଥା ସମ୍ଭବ ପ୍ରୟାସ କରିଥାନ୍ତି । କିନ୍ତୁ ଅନେକ ଥର ଦେଖାଯାଏ ଯେ, ଲୋକମାନେ ଯେତେ ପ୍ରୟାସ କରିଲେ ମଧ୍ୟ ଜୀବନରେ ହଠାତ ଚାରିଆଡ଼ରୁ ଅସୁବିଧା ଗୁଡ଼ିକ ମାଡି ଆସିଯାଇଥାଏ । ଯେଉଁ କାରଣରୁ, ମନୁଷ୍ୟ ଅନେକ ସମୟରେ ବହୁତ ଚିନ୍ତିତରେ ରହିଥାଏ ଓ ସେହି ସମସ୍ୟାର ସମାଧାନ କରିବା ପାଇଁ ସେ ବହୁତ ଉପାୟଗୁଡ଼ିକ ଅନ୍ଵେଷଣ କରିବାକୁ ଲାଗିଥାଏ । ଶାସ୍ତ୍ର ଓ ପୁରାଣରେ ଜୀବନ ସହ ଯୋଡିତ ଅନେଜ ସମସ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି । ଏଥିରେ ଏହି ବିଷୟରେ ବିଶେଷ ରୂପେ କୁହାଯାଇଛି ଯେ, ବ୍ୟକ୍ତି ନିଜର କିଛି ଭୁଲ ଯୋଗୁଁ ଦୁଃଖ ଭୋଗିଥାଏ । ବ୍ୟକ୍ତି କରିଥିବା ଏହି ଭୁଲ୍ ଯୋଗୁଁ ଗରିବ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡ଼ିଥାଏ ।

ଏଭଳି ବହୁତ ଗୁଡ଼ିଏ ଭୁଲ୍ ହୋଇଥାଏ, ଯାହା ବିଷୟରେ ବ୍ୟକ୍ତିକୁ ଜଣାପରି ନ ଥାଏ । ବେଳେବେଳେ ବ୍ୟକ୍ତି ଜଣାତରେ ହେଉ ଅବା ଅଜାଣତରେ ଭୁଲ୍ କରିଦେଇଥାଏ । ଯେଉଁଥି କାରଣରୁ ଦୁଃଖ ଓ ଗରିବ ପରିସ୍ଥିତି ତା’ ଜୀବନରେ ଆସିବାକୁ ଲାଗିଥାଏ । ନାରଦ ପୁରାଣରେ ମନୁଷ୍ୟ ଜୀବନ ସହ ଯୋଡିତ ଅନେକ କଥା ଉଲ୍ଲେଖ କରାଯାଇଛି । ଯଦି ଏହି ବିଷୟ ଗୁଡ଼ିକ କୌଣସି ମନୁଷ୍ୟ ପାଳନ କରିନ୍ତି, ତେବେ ସେମାନଙ୍କ ଜୀବନରେ ଦରିଦ୍ରତା ଦିନ ଦେଖିବାକୁ ପଡିନଥାଏ । ଆଜି ଆମେ ଆପଣଙ୍କୁ ନାରଦ ପୁରାଣ ଅନୁସାରେ କିଛି ଏଭଳି କଥା କହିବାକୁ ଯାଉଛୁ, ଯାହାକୁ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ । କାରଣ ଏହି ଭୁଲ୍ ଯୋଗୁଁ ଆପଣ ଗରିବ ବା ଦୁଃଖର ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ପଡିଥାଏ ।

ଆସନ୍ତୁ ଜାଣିବା କେଉଁ ଭୁଲ୍ ଗୁଡ଼ିକ କରିବା ଉଚିତ ନୁହଁ –

ନାରଦ ପୁରାଣରେ ଅତି ସାଧାରଣ ଭୁଲ୍ ଗୁଡ଼ିକ ବିଷୟରେ କୁହାଯାଇଛି, ଯାହାକୁ ଅଧିକାଂଶ ଲୋକମାନେ ନିଜ ଜୀବନରେ ଏପରି ଭୁଲ୍ୟ କରିଥାନ୍ତି । ବ୍ୟକ୍ତି ନିଜ କେଶକୁ କେବେବି ପାଟିରେ ରଖି ଚବାଇବା ଉଚିତ ନୁହେଁ । କାରଣ ଏଭଳି କରିଲେ ବ୍ୟକ୍ତିକୁ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏଥିଯୋଗୁଁ ବ୍ୟକ୍ତି ଅନେକ ରୋଗରେ ଆକ୍ରାନ୍ତ ହୋଇପାରେ । କେବଳ ଏତିକି ହିଁ ନୁହେଁ, ତାର ସୁଖ ମଧ୍ୟ କମିବାକୁ ଲାଗିଥାଏ ।

କେଶରେ ଲଗାଇବା ପାଇଁ ବାହାର କରିଥିବା ତେଲ, କେଶରେ ତେଲ ଲଗାଇବା ପରେ ଯଦି ବଳକା ହୋଇଯାଇଥାଏ, ତାହାକୁ କେବେ ମଧ୍ୟ ନିଜ ଶରୀରରେ ଲଗାନ୍ତୁ ନାହିଁ । କାରଣ ଏଭଳି କରିଲେ ସେହି ବ୍ୟକ୍ତି ଜୀବନରେ ଦୁଃଖ ପ୍ରବେଶ କରିଥାଏ । ଏଭଳି କରିଲେ ଜୀବନ କଷ୍ଟସାଧ୍ୟ ହୋଇଯାଏ । କେଶରେ ତେଲ ଲଗାଇବା ପରେ, ବଳକା ହୋଇଥିବା ତେଲ ଶରୀରକୁ ଲଗାଇଲେ, ଶରୀର ଅଶୁଦ୍ଧି ହୋଇଯାଇ ଥାଏ ।

ନାରଦ ପୁରାଣରେ ବର୍ଣ୍ଣିତ ରହିଛି ଯେ, ବ୍ୟକ୍ତି ଦିନବେଳା ଶୋଇବା ଉଚିତ ନୁହେଁ । ଯେଉଁ ବ୍ୟକ୍ତିମାନେ ଦିନ ବେଳା ଶୋଉନ୍ତି, ସେମାନଙ୍କ ଧନ ବୈଭବ କମିବାକୁ ଲାଗିଥାଏ, ଏହାଛଡା ସୂର୍ଯ୍ୟ ଉଦୟ ଓ ସନ୍ଧ୍ୟାରେ ମଧ୍ୟ ଶୋଇବା ଉଚିତ ନୁହେଁ ।

ନାରଦ ପୁରାଣରେ କୁହାଯାଇଛି କି, ବ୍ୟକ୍ତି କେବେ ମଧ୍ୟ ନିର୍ବସ୍ତ୍ର ହୋଇ ଶୋଇବା ଉଚିତ ନୁହେଁ । ଏହି କାରଣ ଯୋଗୁଁ ଦେବୀ ଦେବତା ଓ ପିତୃଲୋକ କ୍ରୋଧିତ ହୋଇଥାନ୍ତି ।

ବ୍ୟକ୍ତିକୁ ସର୍ବଦା ମଦ୍ୟପାନ ଓ ଜୁଆ ଖେଳରୁ ଦୁରେଇ ରହିବା ଆବଶ୍ୟକ । କାରଣ ଏହା ଦ୍ଵାରା ଦେହରୁ ଲକ୍ଷ୍ମୀ ଚାଲିଯାନ୍ତି ଅର୍ଥାତ ଲକ୍ଷ୍ମୀ ଛଡା ହୁଅନ୍ତି । ଏତଦବ୍ୟତୀତ ମଦ୍ୟପାନ ଓ ଜୁଆ ବ୍ୟକ୍ତି ପାଇଁ ବହୁତ ହାନିକାରକ ହୋଇଥାଏ ।

ନାରଦ ପୁରାଣ ଅନୁସାରେ ନଖକୁ ନିଜ ଦାନ୍ତରେ ଚବାଇବା ଉଚିତ ନୁହେଁ । କାରଣ ଏଭଳି କରିଲେ ଧନର ଦେବୀ ମାଆ ଲଷ୍ମୀ କ୍ରୋଧ ହୋଇଯାନ୍ତି । ଏହାଛଡା ଦାନ୍ତରେ ନକକୁ ଚବାଇଲେ ବ୍ୟକ୍ତିକୁ ଅନେକ ରୋଗ ହୋଇପାରେ ।