ଦାନ୍ତକୁ ଧଳା ରଖିବା ପାଇଁ ଆପଣାନ୍ତୁ ଏହି ୫ଟି ଘରୋଇ ଉପଚାର

କେତେକ ଲୋକଙ୍କ ହଳଦିଆ ହୋଇଯାଇଥାଏ । ଦାନ୍ତ ସଫା ନ ଥିଲେ କିମ୍ବା ହଳଦିଆ ଦେଖା ଯାଉଥିଲେ ଆମେ ହସିବା ପାଇଁ ମଧ୍ୟ କୁଣ୍ଠାବୋଧ କରିଥାଉ । ଦାନ୍ତଗୁଡିକ ହଳଦିଆ ହେବାର ଅନେକ କାରଣ ରହିଛି । ଆସନ୍ତୁ ଜାଣିବା ଦାନ୍ତ ହଳଦିଆ ହୋଇଥିଲେ ଦାନ୍ତକୁ ସବୁଦିନ ପାଇଁ କେମିତି ଧଳା କରିବା ବିନା କୌଣସି ଡାକ୍ତରଙ୍କ ସହଯୋଗରେ ।
ଷ୍ଟ୍ରବେରି : ଷ୍ଟ୍ରବେରି ଆପଣ କେହି କେହି ଖାଉଥିବେ । ଯଦି ଖାଉନାଥାନ୍ତି ତେବେ ଖାନ୍ତୁ । ଷ୍ଟ୍ରବେରିରେ ଥିବା ଭିଟାମିନ୍ ସି ଦାନ୍ତର ପ୍ଲେକ୍କୁ ଭାଙ୍ଗିବାରେ ସାହାଯ୍ୟ କରିଥାଏ, ଯାହା ଦାନ୍ତ ହଳଦିଆ ହେବାର ମୁଖ୍ୟ କାରଣ ଅଟେ । ଏଥିରେ ମୋଲିକ୍ ଏସିଡ୍ ନାମକ ଏଞ୍ଜାଇନ୍ ଥାଏ, ଯାହା ଦାଗକୁ ସଫା କରିବାରେ ସାହାଯ୍ୟ କରେ । ପାଚିଲା ଷ୍ଟ୍ରବେରିର ପେଷ୍ଟ୍ ତିଆରି କରି ଦାନ୍ତକୁ ସଫା କରନ୍ତୁ ।
ନଡ଼ିଆ ତେଲ : ନଡ଼ିଆ ତେଲରେ ଥିବା ଲୋରିକ୍ ଏସିଡ୍ ଦାନ୍ତର ପ୍ଲେକ୍କୁ ସଫା କରିବାରେ ସାହାଯ୍ୟ କରିଥାଏ। ନଡ଼ିଆ ତେଲରେ ଆଣ୍ଟିମାଇକ୍ରୋବିଏଲ୍ ଗୁଣ ଅଛି । ଏଥିପାଇଁ ଏହାକୁ ପାଟିରେ କିଛି ସମୟ ରଖି ଦାନ୍ତକୁ ସଫା କରି ପାରିବେ ।
କଦଳୀ: କଦଳୀରେ ପଟାସିୟମ୍, ମାଗ୍ନେସିୟମ୍ ଓ ମେଗ୍ନିକ୍ ଅଧିକ ମାତ୍ରାରେ ଅଛି, ଯାହା ଦାନ୍ତ ପାଇଁ ବହୁ ଲାଭଦାୟକ। ଦାନ୍ତରୁ ଦାଗ ଦୂର କରିବା ପାଇଁ ପାଚିଲା କଦଳୀର ଚୋପାର ଭିତର ପାଖକୁ ଦାନ୍ତରେ ୨ ମିନିଟ୍ ପାଇଁ ୧୫ ଦିନ ଧରି ଘଷନ୍ତୁ ।
ହଳଦୀ: ହଳଦୀରେ କିଛି ପାଣି ମିଶାଇ ପେଷ୍ଟ୍ ତିଆରି କରି ବ୍ରସ୍ରେ ଘଷନ୍ତୁ, ଏମିତି କଲେ ଦାନ୍ତର ହଳଦିଆ ରଙ୍ଗ ଓ ଦାଗ ଦୂର ହୋଇଯିବ ।
ଲେମ୍ବୁ: ଲେମ୍ବୁ ସହ ଟିକିଏ ଲୁଣ ମିଶାଇ ଦାନ୍ତରେ ଘଷନ୍ତୁ, ଏହାଦ୍ୱାରା ଦାନ୍ତର ଦାଗ ଚାଲିଯାଇଥାଏ। ଲେମ୍ବୁରେ ଭିଟାମିନ୍ ସି ରହିଥାଏ ଓ ଲୁଣ ଆୟୁର୍ବେଦ ଅନୁସାରେ, ମଇଳା ସଫା କରିଥାଏ।ଏହା ଦାନ୍ତ ପାଇଁ ବହୁତ ଲାଭଦାୟକ ମଞ୍ଜନ ବୋଲି କୁହାଯାଏ। ଏହାଦ୍ୱାରା ହଳଦିଆ ଦାନ୍ତ ସଫା ହୋଇଥାଏ ।
ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଙ୍କ କିପରି ଲାଗିଲା Comment କରି ଜଣାନ୍ତୁ ।