ଆପଣଙ୍କ ପେଟ ଠିକ୍ ରେ ସଫା ହେଉନି କି ? ଆପଣାନ୍ତୁ ଏହି ଦେଶୀ ଔଷଧ ।

Spread the love

ଆପଣଙ୍କ ପେଟ ସଫା ହେଉନି ଯଦି ବ୍ୟବହାର କରନ୍ତୁ ଏହି ଦେଶୀ ଔଷଧ । ଆଜିକାଲିର ଖାଦ୍ୟ ବହୁତ ଗରିଷ୍ଠ ହେଇଗଲା ଯାହା ଦ୍ୱାରା ସଭିଁଙ୍କୁ କୋଷ୍ଟ ବଦ୍ଧତା ହେବାକୁ ଲାଗୁଛି ଓ ଅଜୀର୍ଣ୍ଣ ହେଉଛି । ଆଜିକାଲି କାମ ଗୁଡ଼ିକ ବହୁତ ସହଜ ଓ ଗୋଟିଏ ଜାଗାରେ ବସି କରିବାକୁ ପଡୁଛି ଏଥିପାଇଁ କୋଷ୍ଟ ବଦ୍ଧତା, ଦେହ ମୋଟା ହେବାକୁ ଲାଗୁଛି । କେବଳ ଏତିକି ହିଁ ନୁହେଁ, ଗ୍ୟାସ୍,ପେଟ ଫୁଳିବା, ପେଟରେ ଜଲଣ ହେବା ଆଦି ହେଇଥାଏ । ସତ କହିବାକୁ ଗଲେ ଦୁନିଆର ସବୁ ରୋଗଗୁଡ଼ିକ ଏହି ପେଟରୁ ଜନ୍ମି ଥାଏ । ଯଥା ସର୍ଦି, କାଶ, ମୁଣ୍ଡବ୍ୟଥା, କୁଣ୍ଡିଆ, ଚୁଟିଧଳା ହେଇଯିବା ଆଦି ଯାହା ଭବିଷ୍ୟତରେ ବଡ଼ ରୋଗ ହୋଇଥାଏ ତାହା ହେଉଛି ଟି.ବି, ହୃଦଘାତ, କାମଳ ଆଦି ଆମ ପେଟରେ ହିଁ ସବୁ ରୋଗ ଜନ୍ମି ଥାଏ ।

ଆସନ୍ତୁ କେତେକ ଦେଶୀ ଔଷଧ ବିଷୟରେ ଆପଣଙ୍କୁ ସମ୍ପୂର୍ଣ ରୁପେ କହିବାକୁ ଯାଉଛୁ ।

ପାଣି:- ପେଟର ସମସ୍ୟାକୁ ଠିକ୍ କରିବାପାଇଁ ପାଣି ଗୋଟିଏ ରାମବାନ ଔଷଧ ରୁପେ କାମ କରିଥାଏ । ପାଣିକୁ ଅଧିକ ମାତ୍ରାରେ ପିଅନ୍ତୁ । ଦିନକୁ ଅଳ୍ପ ଅଳ୍ପ କରି ଅନେକ ଥର ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ପେଟ ସଫା ରହିବା ସହ ଦେହ ବି ଭଲରେ ରହିଥାଏ । କିନ୍ତୁ ଗୋଟିଏ କଥା ମନେ ରଖିଥିବେ କି ପାଣିକୁ କେବେ ବି ଏକା ସମୟରେ ପେଟ ପୁରା ପିଅନ୍ତୁ ନାହିଁ, ଅଳ୍ପ ଅଳ୍ପ କରି ପିଇଁବେ । ପେଟ ସଫା ହେଲେ ଆପଣ ଜାଣିବେ କି ଆପଣ ଅନେକ ରୋଗ ଠାରୁ ଦୂରେଇ ଅଛନ୍ତି ଯାହାକି ପେଟ ସଫା ନ ଥିଲେ ସେହି ରୋଗ ଗୁଡ଼ିକ ଆକ୍ରମଣ କରିଥାନ୍ତା ।

ରସୁଣ :- ଏଥିରେ Anti Inflammatoryର ତତ୍ଵ ପାଇଥାଉ, ଯାହାକି କଠିନ ଅବସ୍ଥାରେ ଥିବା ମଳକୁ ପତଳା କରିଥାଏ ଯାହାଦ୍ୱାରା କି ମଳ ସହଜରେ ଆସି ଯାଏ ଓ ପେଟ ସଫା ହୋଇ ରହିଥାଏ ।

ଦହି :- ପେଟକୁ ସଫା କରିବା ପାଇଁ ଯେଉଁ ବ୍ୟାକଟେରିଆ ଆମକୁ ସାହାଯ୍ୟ କରିଥାଏ, ସେହି ବ୍ୟକ୍ଟେରିଆ ଆମେ ଦହିରେ ମଧ୍ୟ ପାଇଥାଉ । ଗୋଟିଏ କଥା ସବୁବେଳେ ମନେ ରଖିଥିବେ କି, ଦହିକୁ କେବେ ବି ଲୁଣ ସହ ଖାଇବେ ନାହିଁ । କାରଣ ଲୁଣ ମିଶାଇଲେ ସେଥିରେ ଥିବା ବ୍ୟକ୍ଟେରିଆ ମରିଯାଏ କିନ୍ତୁ ଦହିରେ ଗୂଡ଼ ପକାଇଲେ ସେଥିରେ ଥିବା ବ୍ୟକ୍ଟେରିଆଙ୍କ ସଂଖ୍ୟା ବଢିଯାଏ, ଯାହା କି ଆମ ଶରୀର ପାଇଁ ଆବଶ୍ୟକ ହୋଇଥାଏ ।

ଆଶା କରୁଛୁ ଆପଣ ଏହି ଖବର ନିଶ୍ଚୟ ଫଳପ୍ରଦ ହେବ । ଏହି ଅନୁଛେଦଟି ଭଲ ଲାଗିଥିଲେ share କରନ୍ତୁ ଏବଂ comment କରି ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ।