ହଠାତ ଭୋକିବାକୁ ଲାଗିଲା କୁକୁର ଓ ମାଆକୁ ଝିକି ନେଇଗଲା ଝିଅ ପାଖକୁ, ଘଟଣା ଦେଖି ମା’ର ଗୋଡ଼ ତଳରୁ ଭୂମି ଖସିଗଲା ।

Spread the love

କୁକୁରକୁ ସବୁଠାରୁ ବିଶ୍ବସ୍ତ ଜୀବ ବୋଲି କୁହାଯାଏ ଓ ଏହି କାରଣ ଯୋଗୁଁ ବହୁତ ଲୋକେ କୁକୁର ପାଳିଥାନ୍ତି । ବହୁତ ଥର ଆମେ କୁକୁର ସହ ଯୋଡିତ ଏପରି କିଛି ଘଟଣା ଶୁଣିଥାଉ; ଯେଉଁଥିରେ ଏହି କୁକୁରମାନେ ନିଜ ମାଲିକ ପ୍ରତି ୧୦୦% ବିଶ୍ୱସ୍ତ ରହିଛି । ୧୯୯୩ ମସିହାରେ ମଧ୍ୟ ଏପରି ଏକ ଘଟଣା ହୋଇଥିଲା, ଯେଉଁଥିରେ ଗୋଟିଏ କୁକୁର ନିଜର ବିଶ୍ୱସ୍ତ ପଣିଆ ସାବ୍ୟସ୍ତ କରିଥିଲା ଓ ନିଜ ମାଲିକଙ୍କ ଝିଅର ଜୀବନ ବଞ୍ଚାଈ ଥିଲା ।

କୁହାଯାଉଛି କି, ୧୯୯୩ ମସିହା ଜୁନରେ ଆମେରିକାର ଓହିଓରେ ରହୁଥିବା ମିଣ୍ଡି ନାମକ ଏକ ମହିଳା ନିଜ ଛଅ ମାସର ଝିଅକୁ ନିଜର ପାଳିତ କୁକୁର ପାଖରେ ଛାଡି ଗାଧୋଇବା ପାଇଁ ଚାଲି ଯାଇଥିଲେ । ଏହି ସମୟରେ ତାଙ୍କ ଝିଅ ସହିତ କିଛି ଏପରି ଘଟଣା ଘଟିଥିଲା, ଯାହା ଫଳରେ ଝିଅଟିର ଜୀବନ ସଂକଟରେ ପଡିଥିଲା । ଅନ୍ୟ ପଟେ ନିଜ ମାଲିକର ଝିଅକୁ ସଙ୍କଟ ଅବସ୍ଥାରେ ଦେଖି କୁକୁର ଭୋକିବାକୁ ଲାଗିଲା । ବାଥରୁମରେ ଥିବା ମିଣ୍ଡି ନିଜ କୁକୁରର ଭୋକିବା ଶବ୍ଦ ଶୁଣି ତୁରନ୍ତ ବାହାରକୁ ଆସିଲେ ଓ ବାହାରକୁ ଆସି ଯାହା ଦେଖିଲେ ସେ ପୁରା ଆଶ୍ଚର୍ଯ୍ୟ ହୋଇଗଲେ ।

କୁକୁର ବଞ୍ଚାଇଲା ଝିଅର ଜୀବନ :

ଯେଉଁ ସମୟରେ ଏହି ଘଟଣା ଘଟିଥିଲା ସେହି ସମୟରେ ଘରେ ମିଣ୍ଡି, ତାଙ୍କର ୯ ବର୍ଷର ଝିଅ ଅମାନ୍ଦ୍ରା ଓ ତାଙ୍କ ଛଅ ବର୍ଷର ଝିଅ ରୋସେଲ ଉପସ୍ଥିତ ଥିଲେ । ମିଣ୍ଡିଙ୍କ ବଡ଼ ଝିଅ ବାହାରେ ଖେଳୁଥିଲା ଓ ମିଣ୍ଡି ତାଙ୍କ ସାନ ଝିଅକୁ ଦୋଳିରେ ଶୁଆଇ ଗାଧୋଇବା ପାଇଁ ଚାଲିଗଲେ । ମିଣ୍ଡିଙ୍କୁ ଲାଗିଲା ଯେ, ତାଙ୍କ ଝିଅ ଶୋଇଥିବା ସମୟରେ ସେ ଗାଧୋଇକି ଆସିଯିବେ । ଯେତେବେଳେ ମିଣ୍ଡି ଗାଧୋଉ ଥିଲେ; ସେହି ସମୟରେ ତାଙ୍କ ଝିଅ ପାଖରେ ଥିବା କୁକୁର ହଠାତ୍ ଭୋକିବା ଆରମ୍ଭ କରି ଦେଇଥିଲା । ନିଜ କୁକୁରର ଭୋକିବା ଶବ୍ଦ ଶୁଣି ମିଣ୍ଡି ଭାବିଲେ, ସେ ଖାଲିରେ ହିଁ ଭୋକୁଛି । କିନ୍ତୁ କିଛି ସମୟ ପରେ ସେ କୁକୁରକୁ ଏତେ ଜୋରରେ ଭୋକିବାର ଦେଖି ମିଣ୍ଡିଙ୍କୁ କିଛି ଠିକ ଲାଗିଲା ନାହିଁ । ସେ ତୁରନ୍ତ ବାଥରୁମ୍ ରୁ ବାହାରକୁ ଆସି ଯାଇଥିଲେ । ବାଥରୁମ୍ ରୁ ବାହାରିବା ପରେ କୁକୁରଟି ମିଣ୍ଡିଙ୍କୁ ରୋସେଲ ପାଖକୁ ଟାଣି ନେଇଥିଲା । ମିଣ୍ଡି ଯେତେବେଳେ ରୋସେଲକୁ ଦେଖିଲେ ତାଙ୍କ ପାଦ ତଲରୁ ଭୂମି ଖସିଗଲା । କାରଣ ତାଙ୍କ ଝିଅର ହାତ ଗୋଡ଼ ନୀଳ ପଡି ଯାଇଥିଲା ଓ ସେ ନିଶ୍ୱାସ ବି ନେଇ ପାରୁ ନଥିଲା । ନିଜ ଛଅ ମାସର ଝିଅକୁ ଏପରି ଅବସ୍ଥାରେ ଦେଖି ମିଣ୍ଡି ତୁରନ୍ତ ତାହାର ପିଠିକୁ ଥାପୁଡେଇବାକୁ ଲାଗିଲେ ଓ ପାଟି ଜରିଆରେ ଶ୍ୱାସ ଦେବାକୁ ଚେଷ୍ଟା କଲେ । ଯାହା ପରେ ତୁରନ୍ତ ରୋସେଲ କାନ୍ଦିବା ଆରମ୍ଭ କରିଥିଲା ଓ ତାହାର ଜୀବନ ବଞ୍ଚି ଯାଇଥିଲା ।

ଡାକ୍ତରଙ୍କ ସହ ପରାମର୍ଶ :

ନିଜ ଝିଅକୁ ମିଣ୍ଡି ତୁରନ୍ତ ହିଁ ଡାକ୍ତରଙ୍କ ପାଖକୁ ନେଇଗଲେ ଓ ଡାକ୍ତର ରୋସେଲକୁ ପରୀକ୍ଷା କରିବା ପରେ କହିଥିଲେ ଯେ, ତାହାର ଗଳାରେ ବେବି ଫୁଡ଼ ଅଟକି ଯାଇଥିଲା । ଯାହା ଫଳରେ ସେ ନିଶ୍ୱାସ ନେଇ ପାରୁ ନ ଥିଲା । ଯଦି ମିଣ୍ଡି ଠିକ ସମୟରେ ରୋସେଲର ପିଠିକୁ ଥାପୁଡ଼େଇ ନ ଥାନ୍ତେ ଓ ତାକୁ ଶ୍ୱାସ ଦେଇନଥାନ୍ତେ, ତେବେ ତାହାର ଜୀବନ ଚାଲି ଯାଇଥାନ୍ତା । ନିଜ ଝିଅର ଜୀବନ ବଞ୍ଚାଇବାର ପୁରା ଶ୍ରେୟ ମିଣ୍ଡି ନିଜର ପୋପିଲନ ବ୍ରିଡ଼ର କୁକୁରକୁ ଦେଇଥିଲେ ଓ କହିଥିଲେ, ଯଦି ସେ ଠିକ ସମୟରେ ତାଙ୍କୁ ବାଥରୁମରୁ ବାହାର ନ କରିଥାନ୍ତା, ତେବେ ତାଙ୍କ ଝିଅ ସହ କିଛି ବି ହୋଇ ପାରିଥାନ୍ତା ।