ଆପଣଙ୍କ ଛୁଆ ଯଦି ବିଛଣାରେ ପରିଶ୍ରା କରିବାର ଅଭ୍ୟାସ ରହିଛି, ତେବେ ଆପଣଙ୍କ ପିଲାଙ୍କୁ କ୍ଷୀରରେ ଏହି ଦ୍ରଵ୍ୟ ମିଶାଇ ପିଇବାକୁ ଦିଅନ୍ତୁ ! ବିଛଣାରେ ପରିଶ୍ରା

Spread the love

ଆପଣଙ୍କ ଛୁଆ ଯଦି ବିଛଣାରେ ପରିଶ୍ରା କରିବାର ଅଭ୍ୟାସ ରହିଛି, ତେବେ ଆପଣଙ୍କ ପିଲାଙ୍କୁ କ୍ଷୀରରେ ଏହି ଦ୍ରଵ୍ୟ ମିଶାଇ ପିଇବାକୁ ଦିଅନ୍ତୁ ! ବିଛଣାରେ ପରିଶ୍ରା କରିବାର ଅଭ୍ୟାସ ଦୂରେଇ ଯିବ ।

ଅଧିକାଂଶ ମାଆ ମାନଙ୍କର ଏହି ଚିନ୍ତା ଥାଏ ଯେ, ସେମାନଙ୍କ ପିଲାମାନେ ବଡ଼ ହେଲା ପରେ ମଧ୍ୟ ବିଛଣାରେ ସବୁବେଳେ ପରିଶ୍ରା କରି ଦିଅନ୍ତି । ଯଦି ଆପଣ ଏହି ସମସ୍ୟା ଯୋଗୁଁ ଚିନ୍ତିତ ଅଛନ୍ତି; ତେବେ ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହାକୁ ଆପଣ ବ୍ୟବହାର କରିବା ଦ୍ଵାରା ପିଲାମାନଙ୍କର ଏହି ଅଭ୍ୟାସ ଛାଡିଯିବ । ତେବେ ଆସନ୍ତୁ ଜାଣିବା :

୧. ଛୋଟ ପିଲା ବିଛଣାରେ ପରିଶ୍ରା କରିବା ଏକ ସାଧାରଣ କଥା ଅଟେ । କିନ୍ତୁ ସେମାନେ ୩ ବର୍ଷରୁ ବଡ଼ ହେଲାପରେ ମଧ୍ୟ ବିଛଣାରେ ପରିଶ୍ରା କରନ୍ତି; ତେବେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଏ । ଏହଠାରୁ ରକ୍ଷା ପାଇବା ପାଇଁ ଆପଣ ଏକ ଚତୁର୍ଥାଶଂ ଜାଇଫଳକୁ ଘୋରି ଏକ କପ ଗରମ କ୍ଷୀରରେ ମିଶାଇ ରାତିରେ ଶୋଇବା ପୂର୍ବରୁ ପିଲାଙ୍କୁ ପିଇବା ପାଇଁ ଦିଅନ୍ତୁ ।

୨. ପିଲାଙ୍କର ବିଛଣାରେ ପରିଶ୍ରା କରିବାର ଅଭ୍ୟାସ ଛାଡିବା ପାଇଁ ତାଙ୍କୁ ସବୁଦିନ ସକାଳେ ଖାଳି ପେଟରେ ଥଣ୍ଡା କ୍ଷୀର ସହ ମହୁ ଏକ ଚାମଚ ମିଶାଇ ପିଇବା ପାଇଁ ଦିଅନ୍ତୁ । ଧ୍ୟାନ ରଖିବେ ଯେ, ଏହି ମହୁ ଶୁଦ୍ଧ ହୋଇଥିବ ଏବଂ ଏଥିରେ ଚିନି ମିଶି ନ ଥିବ । ଏପରି ଆପଣଙ୍କୁ ବାରମ୍ବାର ଏକ ସପ୍ତାହ ପର୍ଯ୍ୟନ୍ତ କରିଲେ, ପିଲାଙ୍କ ବିଛଣାରେ ପରିଶ୍ରା କରିବାର ଅଭ୍ୟାସ ଦୂରେଇ ଯାଇଥାଏ ।

୩. ପିଲାଙ୍କର ନିଦରେ ପରିଶ୍ରା କରିବାର ଅଭ୍ୟାସ ଛାଡିବା ପାଇଁ, ଆପଣ ଆପଣଙ୍କ ଶିଶୁକୁ ଦିନରେ ୨ଟି କିମ୍ବା ୩ଟି କଦଳୀ ଖାଇବା ପାଇଁ ଦିଅନ୍ତୁ । ଏହା ଦ୍ଵାରା ବିଛଣାରେ ପରିସ୍ରା କରିବା ସମସ୍ୟା ଦୂର ହୋଇଯାଇଥାଏ ।

୪. ପିଲାଙ୍କୁ ସବୁଦିନ ରାତିରେ ଶୋଇବା ପୂର୍ବରୁ ୩ଟି କିମ୍ବା ୪ଟି ଖଜୁରୀ କୋଳି ଖାଇବାକୁ ଦେଲେ ବିଛଣାରେ ପରିଶ୍ରା କରିବାର ଅଭ୍ୟାସ ଠାରୁ ରକ୍ଷା ମିଳିଥାଏ ।

୫. ଆୟୁର୍ବେଦ ବିଜ୍ଞାନ ଅନୁସାରେ ପିଲାଙ୍କୁ ସବୁବେଳେ ସକାଳେ ଖାଲି ପେଟରେ ଭିଜା ଯାଇଥିବା କିସମିଶକୁ ଖାଇବାକୁ ଦେଲେ ଲାଭ ମିଳିଥାଏ । ଏହା ଫଳରେ ରାତିରେ ପିଲାଙ୍କୁ ପରିଶ୍ରା କମ୍ ଲାଗେ ।

୬. ଅନେକ ଥର ଥଣ୍ଡା ଯୋଗୁଁ ପିଲାମାନେ ରାତିରେ ବିଛଣାରେ ପରିଶ୍ରା କରିଦିଅନ୍ତି । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ପିଲାଙ୍କୁ ଶୋଇବାର ଏକ ଘଣ୍ଟା ପୂର୍ବୁରୁ ଉଷୁମ କ୍ଷୀର ପିଇବା ପାଇଁ ଦିଅନ୍ତୁ । ସାଥିରେ କିଛି ଗୁଡ଼ ମଧ୍ୟ ଖାଇବା ପାଇଁ ଦିଅନ୍ତୁ ।

୭. ବିଛଣାରେ ପରିଶ୍ରା କରିବାର ଅଭ୍ୟାସ ଛାଡିବା ପାଇଁ ପିଲାଙ୍କୁ ରାତିରେ ଶୋଇବା ପୂର୍ବୁରୁ ଏକ କପ ଉଷୁମ ପାଣିରେ ଏକ ଚାମଚ ଗୁଣ୍ଡ ହୋଇଥିବା ଜୁଆଣି ମିଶାଇ ପିଆଇ ଦିଅନ୍ତୁ । ଏହା ଦ୍ଵାରା ସମସ୍ୟା ଶୀଘ୍ର ଦୂର ହୋଇଥାଏ ।