ଯେତେବେଳେ ନିତା ଆମ୍ବାନୀଙ୍କୁ ୨୩ ବର୍ଷ ହୋଇଥିଲା ଡାକ୍ତରମାନେ କହିଥିଲେ, ସେ କେବେ ମଧ୍ୟ ମାଆ ହୋଇ ପାରିବେନି । କିନ୍ତୁ ପରେ ଏପରି କିଛି ଚମତ୍କାର ହୋଇଥିଲା ।

ଭାରତର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଆମ୍ବାନୀଙ୍କ ପତ୍ନୀ ନିତା ଆମ୍ବାନୀ ମଧ୍ୟ ନିଜ ସ୍ଵାମୀଙ୍କ ପରି ଜଣେ ସଫଳ ବ୍ୟବସାୟୀ ମହିଳା ଅଟନ୍ତି । ସେ ସର୍ବ ଗୁଣ ସମ୍ପୂର୍ଣ ନାରୀ ରୂପେ ପରିଚିତ । ନିଜ ଘରକୁ ସମ୍ଭାଳିବା ସହ ବ୍ୟବସାୟକୁ ମଧ୍ୟ ଭଲ ରୂପେ ସମ୍ଭାଳି ନିଅନ୍ତି ନିତା ଆମ୍ବାନୀ । ନିତା ଆମ୍ବାନୀ ଜଣେ ସ୍ଵେଚ୍ଚାସେବୀ ରୂପରେ କାମ କରିଥାନ୍ତି ଓ ସେଥିରେ ମଧ୍ୟ ସେ ସଫଳ ହୋଇଛନ୍ତି ।
ଅତୀତରେ ନିତା ଓ ମୁକେଶ ଆମ୍ବାନୀ; ନିଜ ଯାଅଁଳା ସନ୍ତାନ ଇଶା ଓ ଆକାଶଙ୍କ ବିବାହ କରାଇଛନ୍ତି । ସେହି ଦୁହିଁଙ୍କ ବିବାହରେ ନିତା ଖୁବ୍ ସୁନ୍ଦର ନାଚ ମଧ୍ୟ କରିଥିଲେ । ଏହି କାରଣରୁ ନିତାଙ୍କୁ ସର୍ବଗୁଣ ସମ୍ପନ୍ନର ଆଖ୍ୟା ଦିଆଯାଇଛି ।
କିନ୍ତୁ ନିତା ଆମ୍ବାନୀଙ୍କ ଜୀବନରେ କିଛି ବର୍ଷ ପୂର୍ବରୁ ଏପରି ଘଟିଥିଲା; ଯାହାଫଳରେ ସେ ପୂରାପୂରି ଭାଙ୍ଗି ପଡିଥିଲେ । ଗୋଟିଏ ସମୟ ଏହିପରି ଥିଲା ଯେଉଁ ସମୟରେ ଡାକ୍ତରମାନେ କହିଥିଲେ; ନିତା ଆମ୍ବାନୀ କେବେ ମଧ୍ୟ ମାଆ ହୋଇପାରିବେ ନାହିଁ । କିନ୍ତୁ ନିତାଙ୍କ ଜୀବନରେ ଏପରି କିଛି ଚମତ୍କାର ହୋଇଥିଲା; ଯାହାଫଳରେ ସେ ଆଜି ୩ଟି ସନ୍ତାନର ମାଆ ହୋଇପାରିଛନ୍ତି ।
ଏହିପରି ଭାବରେ ମାଆ ହେବାର ସୌଭାଗ୍ୟ ପାଇଥିଲେ ନିତା ଆମ୍ବାନୀ :
ନିତା ଆମ୍ବାନୀ ମୁକେଶଙ୍କ ସହ ବିବାହ କରିବା ପରେ, ଏପରି ଏକ ସମୟ ଆସିଥିଲା ଯେଉଁ ସମୟରେ ତାଙ୍କୁ ଜଣା ପଡିଥିଲା, ସେ ଭବିଷ୍ୟତରେ କେବେ ମଧ୍ୟ ମାଆ ହୋଇପାରିବେ ନାହିଁ । ନିତା ଆମ୍ବାନୀ ଏକ ସାକ୍ଷାତକାର ସମୟରେ କହିଛନ୍ତି; ସର୍ବଦା ସେ ମାଆ ହେବା ପାଇଁ ଚାହୁଁଥିଲେ ଓ ସ୍କୁଲ ପଢିବା ସମୟରେ ମାଆ ହେବ ଉପରେ ସେ ଏକ ନିବନ୍ଧ ମଧ୍ୟ ଲେଖିଥିଲେ । ନିତା କହିଥିଲେ, ବିବାହର କିଛି ସମୟ ପରେ ଡାକ୍ତରମାନେ ତାଙ୍କୁ କହିଥିଲେ, ସେ ଭବିଷ୍ୟତରେ କଦାପି ମାଆ ହୋଇପାରିବେ ନାହିଁ ।
ନିତା କହିଛନ୍ତି; ଯେତେବେଳେ ସେ ସ୍କୁଲରେ ପଢୁଥିଲେ ସେ ମାଆ ହେବା ଉପରେ ଲମ୍ବା ଲମ୍ବା ନିବନ୍ଧ ଲେଖୁଥିଲେ ଏବଂ ମୋତେ ୨୩ ବର୍ଷରେ କୁହାଯାଇ ଥିଲା, “ମୁଁ ଭବିଷ୍ୟତରେ କଦାପି ମାଆ ହୋଇପାରିବି ନାହିଁ ।” ନିତା ଆମ୍ବାନୀଙ୍କ ଝିଅ ଏକ ସାକ୍ଷାତକାର ସମୟରେ କହିଥିଲେ; ମୁଁ ଓ ଆକାଶ ଆଇବିଏଫ ବେବି ଅଟୁ ।
ଇଶା ଓ ଆକାଶଙ୍କ ଜନ୍ମ ହେବାର ତିନି ବର୍ଷ ପରେ ଅନନ୍ତ ଆମ୍ବାନୀ ଜନ୍ମ ହୋଇଥିଲେ । ଏହି ସମୟରେ ନିତା ଆମ୍ବାନୀ ସ୍ଵାଭାବିକ ମାଆ ହୋଇଥିଲେ । ଅନନ୍ତଙ୍କ ଜନ୍ମ ପରେ ନିତାଙ୍କ ଓଜନ ବଢି ଯାଇଥିଲା ।
ଇଶା ନିଜ ଜନ୍ମ ଦିନ ଅବସରରେ କହିଥିଲେ; ମୋ ପିତାମାତାଙ୍କ ବିବାହର ୭ ବର୍ଷ ପରେ ଆମେ ଦୁଇ ଭାଇ ଭଉଣୀଙ୍କ ଜନ୍ମ ହୋଇଥିଲା ଓ ତାହା ଆଇବିଏଫ ମାଧ୍ୟମରେ ହୋଇଥିଲା ।
ଇଶା କହିଛନ୍ତି; ଯେତେବେଳେ ଆମେ ଦୁଇ ଭାଇଭଉଣୀ ଜନ୍ମ ହୋଇଥିଲୁ; ସେହି ସମୟରେ ମମ୍ମୀ ପୁରାପୁରୀ ମାଆ ହୋଇ ରହିବା ପାଇଁ ଚାହୁଁଥିଲେ । ଆମ ଦୁହିଁଙ୍କ ଜନ୍ମ ହେବାର ୫ବର୍ଷ ପରେ ମାଆ କାମକୁ ପୁଣି ଥରେ ଫେରିଥିଲେ । ନିଜ ଜୀବନରେ ମାଙ୍କ ଭୂମିକା ଗୁରୁତ୍ଵ ପୂର୍ଣ ଅଟେ ବୋଲି ଇଶା କହିଛନ୍ତି ।