ମାଆ ଝିଅକୁ ରୁମରେ ବନ୍ଦ କରି ଲଗାତାର ତିନି ଦିନ…. ପରେ ଝିଅକୁ ନେବାକୁ ପଡିଥିଲା ଡାକ୍ତରଖାନା, ଡାକ୍ତର ଦେଇଥିଲେ ହୃଦୟ ବିଦାରକ ରେପୋର୍ଟ ।

Spread the love

ମାଆ ଝିଅକୁ ରୁମରେ ବନ୍ଦ କରି ଲଗାତାର ତିନି ଦିନ ପ୍ରେମୀ ସହ…. ପରେ ଝିଅକୁ ନେବାକୁ ପଡିଥିଲା ଡାକ୍ତରଖାନା, ଡାକ୍ତର ଦେଇଥିଲେ ହୃଦୟ ବିଦାରକ ରେପୋର୍ଟ ।

ଦିଲ୍ଲୀ : ଝିଅର ମାଆ ମରିବା ପରେ ବାପା ଦ୍ଵିତୀୟ ବିବାହ ଏଥିପାଇଁ କରିଥିଲା ଯେ, ଝିଅକୁ ମାଆ ମିଳିଯିବ ଏବଂ ଝିଅର ଯତ୍ନ ଠିକ୍ ରୂପେ ହୋଇପାରିବ । କିନ୍ତୁ ଏହିପରି ହୋଇ ପାରିଲା ନାହିଁ ଏବଂ ସାବତ ମାଆ ଝିଅର ଜୀବନର ଶତ୍ରୁ ପାଲଟି ଯାଇଥିଲା । ୨୦ ବର୍ଷୀୟ ଝିଅ ରାଜିୟା ସେହି ସମୟରେ ଶତ୍ରୁ ପାଲଟି ଯାଇଥିଲା, ଯେଉଁ ସମୟରେ ସେ ନିଜ ସାବତ ମାଆର ରାସ୍ତାର କଣ୍ଟା ସାଜିଥିଲା । ପ୍ରଥମେ ପ୍ରଥମେ ସାବତ ମାଆ ଗାଳି ଏବଂ ମାଡ଼ ମାରିବା ଠିକ୍ ଥିଲା ବୋଲି କୁହାଯାଇପାରେ କିନ୍ତୁ ଯେତେବେଳେ ରାଜିୟା ଏହି ବିଷୟ ବାହାରେ ରହୁଥିବା ନିଜ ପିତାକୁ ଜଣାଇଥିଲା; ସେହି ସମୟରେ ତା ଜୀବନ ଉପରେ ବିପଦ ଚାଲି ଆସିଥିଲା । ପ୍ରଥମେ ରାଜିୟାକୁ ରୁମରେ ତିନି ଦିନ ବନ୍ଦ କରି ଭୋକ ଉପାସରେ ରଖା ଯାଇଥିଲା ଏବଂ ପରେ ସାବତ ମାଆ ତାକୁ ସଲଫାସ୍ ର ବଟିକା ଖୁଆଇ ଦେଇଥିଲା । ଅବସ୍ଥା ବିଗିଡିବା ପରେ ଗାଆଁ ଲୋକେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ଏବଂ ସେଠାରେ ତାର ମୃତ୍ୟୁ ହୋଇ ଯାଇଥଲା । ପୋଲିସକୁ ଲିଖିତ ଆକାରରେ ଯେତେବେଳେ ଦିଆଯାଇଥିଲା, ସେତେବେଳେ ପୋଲିସ କୌଣସି ମାମଲା ରଜ୍ଜୁ କରି ନ ଥିଲା । ତେଣୁ ଗାଆଁ ଲୋକେ ଶବକୁ ସଡକ ଉପରେ ରଖି ଆନ୍ଦୋଳନ କରିଥିଲେ ।

ଯନ୍ତ୍ରଣା ଦେବା ପରେ ଖୁଆଇ ଦେଇଥିଲା ସଲଫାସ ବଟିକା :

ଦିଲ୍ଲୀର ଏକ ହୃଦୟ ବିଦାରକ ଘଟଣା ଜିଲ୍ଲାର ତାଣ୍ଡା ପୋଲିସ ଥାନା କ୍ଷେତ୍ରର ଫୁଲପୁର ଗାଆଁର ଅଟେ, ଯେଉଁଠି ୨୦ ବର୍ଷୀୟ ରାଜିଆ ନିଜର ସାବତ ମାଆ ସହ ରହୁଥିଲା । ପିତା ଉପାର୍ଜନ ପାଇଁ ମୁମ୍ବାଇରେ ରହୁଥିଲା । ଏହି ସମୟରେ ରାଜିଆର ସାବତ ମାଆର ଜଣେ ବ୍ୟକ୍ତି ସହ ଅବୈଧ୍ୟ ସମ୍ପର୍କ ସୃଷ୍ଟି ହୋଇଯାଇ ଥିଲା । କିଛି ଦିନ ପରେ ଯେତେବେଳେ ରାଜିଆ ଏହାର ବିରୋଧ କରିଥିଲା । ତେବେ ସାବତ ମାଆ ତାକୁ ମାରପିଟ ଏବଂ ପ୍ରତାଡୀତ କରିବା ଆରମ୍ଭ କରିଥିଲା । ଚାରିଦିନ ପୂର୍ବରୁ ଯେତେବେଳେ ରାଜିୟା, ସାବତ ମାଆକୁ କହିଥିଲା ତୁମେ ଏହି ସବୁ କମ ବନ୍ଦ କର ନଚେତ ମୁଁ ବାପାଙ୍କୁ ଜଣାଇବା ପାଇଁ ବାଧ୍ୟ ହେବି । ଏହା ଶୁଣିବା ପରେ ସାବତ ମାଆ ସେହି ସମୟରେ ରାଜିଆକୁ ପ୍ରଥମେ ରୁମରେ ବନ୍ଦ କରିଥିଲା, ପରେ ଖାଦ୍ୟ ଦେବା ବନ୍ଦ କରିଥିଲା । କିନ୍ତୁ ରବିବାର ଦିନ ରାତିରେ ରାଜିଆ କୌଣସି ପ୍ରକାରରେ ଘରର ମୋବାଇଲରୁ ବାପାଙ୍କ ପାଖକୁ ଫୋନ କରି ଏହି ବିଷୟ ଜଣାଇଥିଲା । ସେହି ସମୟରେ ତା ଜୀବନ ଉପରେ ବିପଦ ଚାଲି ଆସିଥିଲା । ସାବତ ମାଆ ରାତିରେ ହିଁ ରାଜିୟାକୁ ମାଡ଼ ମାରି ତାକୁ ସଲଫାଲ ବଟିକା ଖୁଆଇ ଦେଇଥିଲା ଏବଂ ସକାଳେ ବାହାରକୁ ଚାଲି ଯାଇଥିଲା । ସାହି ଲୋକେ ଯେତେବେଳେ ରାଜିୟାର ଦେହ ଅସୁସ୍ଥ ହେବାର ଜାଣି ପାରିଲେ, ରାଜିୟାକୁ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ । ରାଜିୟା ଡାକ୍ତରଖାନାରେ ଡାକ୍ତର ଓ ଗାଆଁ ଲୋକଙ୍କ ଉପାସ୍ତିତିରେ ସାବତ ମାଆ ସଲଫାଲ ବଟିକା ଖୁଆଇ ଦେଇଥିବା କଥା କହିଥିଲେ । ଅବସ୍ଥା ଅଧିକ ଗୁରୁତର ହେବା ପରେ ରାଜିୟାକୁ ଜିଲ୍ଲା ଡାକ୍ତରଖାନା ପଠାଇ ଦିଆଯାଇ ଥିଲା ଏବଂ ସେଠାରେ ତାର ମୃତ୍ୟୁ ହୋଇ ଯାଇଥିଲା ।

ମାମଲା ଦାଏର କରିବା ପାଇଁ ଗାଆଁ ଲୋକେ ସଡକରେ ଆନ୍ଦୋଳନ କରି କରିଥିଲେ :

ରାଜିଆର ମୃତ୍ୟୁ ପରେ ଗାଆଁ ଲୋକେ ସାମୁହିକ ରୂପେ ଏହାର ଲିଖିତ ସୂଚନା ତାଣ୍ଡା ପୋଲିସ ଥାନାରେ ଦେଇଥିଲେ କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ସାବତ ମାଆ ବିରୁଦ୍ଧରେ ମାମଲା ଦାଏର ହୋଇନଥିଲା ପରେ ରାତିରେ ଶବ ବ୍ୟବଛେଦ ପରେ ଶବକୁ ସଡକ ଉପରେ ରଖି ଗାଆଁ ଲୋକେ ଆନ୍ଦୋଳନ କରିବା ଆରମ୍ଭ କରି ଦେଇଥିଲେ । ମାମଲାରେ କ୍ଷେତ୍ରାଧିକାରୀ କେ.ମିଶ୍ର କହିଛନ୍ତି; ସାବତ ମାଆ ଉପରେ ହତ୍ୟାର ମକଦ୍ଦମା ରଜ୍ଜୁ କରାଯାଇଛି ଏବଂ ହତ୍ୟାକାରୀ ସାବତ ମାଆକୁ ଗିରଫ କରି ଘଟଣାର ଯାଞ୍ଚ ଚାଲିଛି ।