କଣ ଆପଣ ଜାଣନ୍ତି କି ନଦୀରେ ମୁଦ୍ରା ପକାଇବା ପଛର ରହସ୍ୟ ? ଆସନ୍ତୁ ଜାଣିବା ଏହି ଚମତ୍କାରୀ ରହସ୍ୟ ବିଷୟରେ ।

Spread the love

ଭାରତ ଦେଶରେ ପାଖାପାଖି ସମସ୍ତ ଧର୍ମ ଠାରୁ ଦାନ ଧର୍ମକୁ ସବୁଠାରୁ ଉଚ୍ଚ ମାନ୍ୟତା ଦିଆଯାଇଛି । ଆମର ଶାସ୍ତ୍ରରେ ଲେଖା ହୋଇଛି ଯେ ଯେଉଁ ବ୍ୟକ୍ତି ଦାନ ଧର୍ମ ଭଳି ପୁଣ୍ୟ କର୍ମ କରନ୍ତି ତାଙ୍କ ଉପରେ ସର୍ବଦା ଈଶ୍ୱରଙ୍କ କୃପା ରହିଥାଏ । ଏହି କର୍ମରେ ଏମିତି ଅନେକ ପରମ୍ପରା ରହିଛି ଯାହା ଦ୍ୱାରା ଆମେ ପରିଚିତ ହୋଇ ଆସିଅଛୁ । ଏହି ପରମ୍ପରା ମଧ୍ୟରୁ ଗୋଟେ ହେଉଛି ନଦୀରେ ମୁଦ୍ରା ପକାଇବା ପରମ୍ପରା । ଏମିତି କଣ ପାଇଁ ଲୋକେ ନଦୀରେ ମୁଦ୍ରା ଓ ପକାନ୍ତି କଣ ଏହା ପଛର ମହତ୍ୱ, ଆଜି ଆମେ ଆପଣଙ୍କୁ କହିବୁ । ତେବେ ଆସନ୍ତୁ ଜାଣିବା ନଦୀରେ ମୁଦ୍ରା ପକାଇବା ପଛରେ ରହସ୍ୟ କଣ ରହିଛି ?

ତେବେ ଏହା ହେଉଛି କାରଣ

ଆପଣ ପ୍ରାୟତଃ ଦେଖୁଥିବେ ଯେ ଯେତେବେଳେ ମଧ୍ୟ କେହି ବ୍ୟକ୍ତି କେବେ ନଦୀ ଦେଇ ଯାଆନ୍ତି ତେବେ ସେଠାରେ ଗୋଟେ ମୁଦ୍ରା ପକାଇ ଦିଅନ୍ତି । କେବେ କେବେ ଲୋକମାନେ ଟ୍ରେନ କିମ୍ବା ବସରେ ଯାତ୍ରା କରନ୍ତି ତେବେ ମଧ୍ୟ ଯଦି କୌଣସି ନଦୀ ଦେଇ ପାର ହୁଅନ୍ତି ତ ସେଥିରେ ମୁଦ୍ରା ଅବଶ୍ୟ ପକାନ୍ତି । ଏହି ପରମ୍ପରା ପଛରେ କିଛି ଅନ୍ଧବିଶ୍ୱାସ ନାହିଁ ବରଂ ଏକ ତଥ୍ୟାତ୍ମକ କାରଣ ରହିଛି, ପ୍ରକୃତରେ ଲୋକେ ପୂର୍ବେ ନଦୀରେ ତମ୍ବାର ମୁଦ୍ରା ପକାନ୍ତି ଯାହାଦ୍ୱାରା ଜଳର ଶୁଦ୍ଧିକରଣ ହୋଇଥାଏ । ପୂର୍ବକାଳରେ ଲୋକେ ତମ୍ବାର ମୁଦ୍ରାର ବ୍ୟବହାର କରୁଥିଲେ , ସେଥିପାଇଁ ନଦୀରେ ତମ୍ବାର ମୁଦ୍ରା ପକାଉଥିଲେ ।

ତମ୍ବା ପାତ୍ରରେ ଜଳ ପିଇବା ସବୁଠାରୁ ଲାଭକାରୀ ବୋଲି କୁହାଯାଏ । ଏହାର ଉଦେଶ୍ୟରୁ ଲୋକେ ନଦୀରେ ତମ୍ବାର ମୁଦ୍ରା ପକାଇଥାନ୍ତି । ଏମିତି କରିବା ଦ୍ୱାର ନଦୀ ମଧ୍ୟ ସ୍ୱଚ୍ଛ ରହୁଥିଲା ବ ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ ରହୁଥିଲା । ଆଜିକାଲି ତମ୍ବାର ମୁଦ୍ରା ମିଳୁ ନାହିଁ କିନ୍ତୁ ଏହା ବ୍ୟତୀତ ମଧ୍ୟ ଲୋକେ ଆଜି ପର୍ଯ୍ୟନ୍ତ ଏହି ପରମ୍ପରାକୁ ମାନି ଆସୁଛନ୍ତି ।

ଦୋଷକୁ ଦୂର କରିଥାଏ ଏହି ପରମ୍ପରା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଧ୍ୟ ଗ୍ରହ ଦୋଷକୁ ଦୂର କରିବା ପାଇଁ ନଦୀରେ ମୁଦ୍ରା ପକାଇବାର ପରମ୍ପରା ଅଟେ । ଏମିତି କୁହାଯାଏ ଯେ ଯଦି ନଦୀରେ ମୁଦ୍ରା ଓ ପୂଜା ସାମଗ୍ରୀ ପ୍ରବାହିତ କରନ୍ତି ତେବେ ଏହା ଦ୍ଵାରା ଅନେକ ପ୍ରକାର ଗ୍ରହ ଦୋଷ ନାଶ ହୋଇଥାଏ ଓ ବ୍ୟକ୍ତିଙ୍କ ଜୀବନରେ ଖୁସିର ଆଗମନ ହୋଇଥାଏ ।

ଏହା ବ୍ୟତୀତ ଏମିତି ମାନ୍ୟତା ମଧ୍ୟ ରହିଛି ଯେ ନଦୀରେ ମୁଦ୍ରା ପକାଇବା ପୁଣ୍ୟର କାମ ହୋଇଥାଏ । କାହିଁକିନା ନଦୀ କୂଳରେ ଥିବା ଗ୍ରାମର ଛୁଆମାନେ ନଦୀର ମୁଦ୍ରାଗୁଡିକୁ ନେଇ ନିଜର ଭରଣ ପୋଷଣ କରନ୍ତି । ସେଥିପାଇଁ ଏହା ଏକ ପ୍ରକାର ଦାନ ମଧ୍ୟ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କାହା ଉପରେ ଚନ୍ଦ୍ର ଦୋଷ ଲାଗେ ତେବେ ତାଙ୍କୁ ପ୍ରବାହିତ ନଦୀରେ ରୂପା ମୁଦ୍ରା ପକାଇବା ଉଚିତ ଏହାଦ୍ବାରା ଚନ୍ଦ୍ରଦୋଷ ଦୂର ହୋଇଥାଏ ।

ଆଶା କରୁଛୁ ଅନୁଛେଦଟିରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ମଧ୍ୟରେ ଶେୟାର କରି ଜାଣନ୍ତୁ । ଧନ୍ୟବାଦ !