କଣ ଆପଣ ସନ୍ନି ଦେବଲଙ୍କ ଭଉଣୀ ଆଜିତା ଏବଂ ବିଜେତାଙ୍କ ବିଷୟରେ ଜାଣିଛନ୍ତି ? ୬୦ ବର୍ଷ ପରେ ଆସିଛି ଏମାନଙ୍କ ଖବର ।

Spread the love

ବାଲିଉଡ଼ ଅଭିନେତା ଧର୍ମେନ୍ଦ୍ରଙ୍କ ଦୁଇ ନୁହେଁ ବରଂ ଚାରି ଜଣ ଝିଅ ଅଛନ୍ତି । ଆପଣ କେବଳ ଦୁଇ ଝିଅଙ୍କ ବିଷୟରେ ଜାଣିଛନ୍ତି, ହୋଇଥାଇ ପାରେ ଅନ୍ୟ ଦୁହିଁଙ୍କ ବିଷୟରେ ଆପଣ ଜାଣି ନଥିବେ ।

ବଲିଉଡରେ ଏପରି ଅନେକ ପରିବାର ରହିଛି, ଯେଉଁମାନଙ୍କ ବିଷୟରେ ଆପଣ ଖୁବ୍ କମ ଜାଣିଥିବେ । ଆଜି ଆମେ ଆପଣଙ୍କୁ ଧର୍ମେନ୍ଦ୍ରଙ୍କ ବିଷୟରେ କହିବୁ । ଧର୍ମେନ୍ଦ୍ରଙ୍କ ପୁଅ ସନ୍ନିଙ୍କ ବିଷୟରେ ତ ଆପଣ ମାନେ ଜାଣିଥିବେ । ସେ ବର୍ତ୍ତମାନ ରାଜନୀତିରେ ଯୋଗ ଦେଇ ଚର୍ଚ୍ଚାରେ ଅଛନ୍ତି । ସନ୍ନି ଦେବଲ ୨୯ ଅପ୍ରେଲରେ ନାମାନଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ତାଙ୍କ ସହ ଏହି ସମୟରେ ତାଙ୍କର ଛୋଟ ଭାଇ ବବି ମଧ୍ୟ ଥିଲେ । କିନ୍ତୁ ଆପଣ ଜାଣି ନ ଥିବେ ସନ୍ନିଙ୍କ ଅଜିତା ଏବଂ ବିଜେତା ନାମକ ଦୁଇ ଭଉଣୀ ଅଛନ୍ତି ।

କଣ ଆପଣ ଜାଣିଛନ୍ତି ସନ୍ନିଙ୍କ ଅଜିତା ଏବଂ ବିଜେତା ନାମକ ଦୁଇ ଭଉଣୀ ଅଛନ୍ତି ?

୬୦ ବର୍ଷରୁ ଦେବଲ ପରିବାରର ରାଜ ବଲିଉଡରେ ଚାଲିଛି । ପ୍ରଥମେ ଧର୍ମେନ୍ଦ୍ର ପରେ ସନ୍ନି ଏବଂ ବବି ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ବବିଙ୍କୁ ଇଣ୍ଡଷ୍ଟ୍ରିରେ ବିଶେଷ ସଫଳତା ମିଳି ନାହିଁ କିନ୍ତୁ ସନ୍ନିଙ୍କ ପୁତ୍ର କରଣ ଆଗାମୀ ଚଳଚିତ୍ର “ପଲ୍ ପଲ୍ ଦିଲ୍ କ ପାସ୍” ଜରିଆରେ ବଲିଉଡରେ ପଦାର୍ପଣ କରିବା ପାଇଁ ଯାଉଛନ୍ତି । ଧର୍ମେନ୍ଦ୍ରଙ୍କ ଠାରୁ ଆରମ୍ଭ କରି କରଣଙ୍କ ପଯ୍ୟନ୍ତ ସମସ୍ଥଙ୍କ କାହାଣୀ ୬୦ ବର୍ଷ ଅଟେ କିନ୍ତୁ ଆପଣ ଧର୍ମେନ୍ଦ୍ରଙ୍କ ଝିଅ ଅଜିତା ଏବଂ ବିଜେତାଙ୍କ ବିଷୟରେ ଆପଣ ମାନେ ଜାଣି ନଥିବେ । ଏହି ଦୁଇ ଜଣ ସନ୍ନି ଏବଂ ବବିଙ୍କ ପ୍ରକୃତ ଭଉଣୀ ଅଟନ୍ତି । ଅଜିତା ଏବଂ ବିଜେତା ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କ ଝିଅ ଅଟନ୍ତି । ଦୁହେଁ ସର୍ବଦା ବଲିଉଡର ଚାକଚକ୍ୟରୁ ଦୁରେଇ ରୁହନ୍ତି ।

ଇଣ୍ଟରନେଟ ଅନୁସାରେ ଅଜିତାଙ୍କ ବିବାହ କିରଣ ଚୌଧାରୀଙ୍କ ସହ ହୋଇଛି ଏବଂ କିରଣ “1000 Decorative Designs from India” ନାମକ ବହିର ରଚୟତା ଅଟନ୍ତି । ଅଜିତା ନିଜ ପତିଙ୍କ ସହ କର୍ଲିଫର୍ନୀୟାରେ ରହୁଛନ୍ତି ଏବଂ ତାଙ୍କର ଡାକ ନାମ ଲଲୀ ଅଟେ । ବିଜେତାଙ୍କ ନାମ ଅନୁସାରେ ହିଁ ଧର୍ମେନ୍ଦ୍ର ନିଜ ପ୍ରଡକ୍ସନ ଚଳାଇଛନ୍ତି । ଧର୍ମେନ୍ଦ୍ରଙ୍କ କମ୍ପାନୀର ନାମ “ବିଜେତା ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍” ଅଟେ । ବିଜେତାଙ୍କ ବିବାହ ସମ୍ବନ୍ଧରେ କୌଣସି ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ନାହିଁ । କିନ୍ତୁ ମିଡ଼ିଆ ରେପୋର୍ଟ ଅନୁସାରେ ସେ ମଧ୍ୟ ନିଜ ଭଉଣୀଙ୍କ ସହ ଆମେରିକାରେ ରହୁଛନ୍ତି ।

ଦୁହେଁ ସର୍ବଦା ବଲିଉଡର ଚାକଚକ୍ୟରୁ ଦୁରେଇ ରୁହନ୍ତି :

ଆପଣ ଧର୍ମେନ୍ଦ୍ରଙ୍କ ଦୁଇ ଝିଅ ଇଶା ଏବଂ ଆହାନାଙ୍କୁ ବଲିଉଡ଼ ରେ ଦେଖିଥିବେ, ଏହି ଦୁଇ ଜଣ ହେମା ମଳିନୀଙ୍କ ଝିଅ ଅଟନ୍ତି । କିନ୍ତୁ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ହୋଇଥିବା ଝିଅଙ୍କୁ କେବେ ମଧ୍ୟ ବଲିଉଡରେ ଦେଖି ନଥିବେ । ଯେତେବେଳେ ଧର୍ମେନ୍ଦ୍ର ହେମାଙ୍କ ସହ ବିବାହ କରିଥିଲେ; ସେହି ସମୟରେ ତାଙ୍କ ପରିବାର ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା । ଗୋଟିଏ ପଟେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ଓ ତାଙ୍କର ଚାରି ସନ୍ତାନ ଏବଂ ଅନ୍ୟ ପଟେ ହେମା ଓ ତାଙ୍କର ଦୁଇ ସନ୍ତାନ । ନିଜ ସାବତ ଭାଇ ଭଉଣୀଙ୍କ ସହ କେବେ ମଧ୍ୟ ଇଶା ଏବଂ ଆହାନାଙ୍କ ଭଲ ସମ୍ପର୍କ ରହିନାହିଁ । ଏମାନଙ୍କ ମିଳିତ ଫୋଟ ଇଣ୍ଟରନେଟରେ ମଧ୍ୟ ଆପଣ ମାନେ ପାଇ ପାରିବେ ନାହିଁ ।