ଶୋଇବା ପୂର୍ବରୁ ସ୍ତ୍ରୀ ସହ କରନ୍ତୁ ଏହି କାମ ! ସବୁବେଳେ ଅତୁଟ ରହିବ ବିଶ୍ଵାସ, ଝଗଡା ବି କରିବେ ନାହିଁ ।

Spread the love

ପତି ଏବଂ ପତ୍ନୀଙ୍କ ସମ୍ପର୍କ ମଧ୍ୟରେ ବେଳେବେଳେ ଝଗଡା ହେବା ଏକ ସାଧାରଣ କଥା ହୋଇଥାଏ । ହେଲେ କିଛି କ୍ଷେତ୍ରରେ ଏହି ଛୋଟ ଝଗଡା ବହୁତ ବଡ଼ ରୂପ ନେଇଥାଏ । ବେଳେବେଳେ ଏହି ଝଗଡା ଛାଡପତ୍ର ଯାଏଁ ପହଞ୍ଚି ଯାଇଥାଏ । କିଛି କ୍ଷେତ୍ରରେ ବାରମ୍ବାର ଝଗଡା କରିବା ଦ୍ୱାରା ସ୍ୱାମୀ ଏବଂ ସ୍ତ୍ରୀଙ୍କର ମୁଣ୍ଡ ଖରାପ ହୋଇଯାଏ, ଯାହାଫଳରେ ସେମାନଙ୍କ ମଧ୍ୟ ଥିବା ପ୍ରେମ ଏବଂ ବୁଝାମଣା ବିଚାର ଚିର ଦିନ ପାଇଁ ସମାପ୍ତ ହୋଇ ଯାଇଥାଏ । କିଛି ଲୋକ ତ ମାନସିକ ରୋଗଗ୍ରସ୍ତରେ ପୀଡିତ ହୋଇ ଯାଇଥାନ୍ତି । ଯଦି ଆପଣଙ୍କ ସହ ଏମିତ କିଛି ହେଉଛି; ତେବେ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ କିଛି ଏମିତ ଉପାୟ କହିବାକୁ ଯାଉଛୁ; ଯାହା ଦ୍ଵାରା ଆପଣଙ୍କ ବୈବାହିକ ଜୀବନରେ କେବେ ବି ଝଗଡା ହେବ ନାହିଁ । ଏହି କାମକୁ କରିବା ପରେ ଆପଣଙ୍କ ବିବାହିତ ଜୀବନ ବହୁତ ଖୁସିରେ କଟିବ । ସ୍ତ୍ରୀ ସହିତ ମଧ୍ୟ ସମ୍ପର୍କ ମଜବୁତ ରହିବ, ସେ ଆପଣଙ୍କର ସବୁ କଥା ମାନିବ ଏବଂ ଆପଣଙ୍କ ସହ ବିଶ୍ୱସ୍ତ ରହିବ ।

ସ୍ୱାମୀ ଶୋଇବା ପୂର୍ବରୁ ଏହି କାମ କରନ୍ତୁ :-

ମିଠା ଏବଂ ରୋମାଣ୍ଟିକ କଥା :-

ସ୍ୱାମୀ ନିଜ ଵ୍ୟସ୍ତ ବହୁଳ ଜୀବନ କାଳ ମଧ୍ୟରେ ସବୁବେଳେ ନିଜ କାମ କଥା ହିଁ ସ୍ତ୍ରୀ ସହିତ ଆଲୋଚନା କରିଥାଏ । ତାଙ୍କ ସ୍ତ୍ରୀ ସହିତ ଟିକେ ଭଲ ସେ କଥା ହେବାକୁ ତାଙ୍କ ପାଖରେ ସମୟର ଅଭାବ ଥାଏ । ଚାଲନ୍ତୁ ମାନିନେବା ଯେ, ଦିନସାରା କାର୍ଯ୍ୟ ବ୍ୟସ୍ତତା ଲାଗି ରହିଥାଏ, ହେଲେ ଯେତେବେଳେ ଆପଣ ଶୋଇବାକୁ ଯାଉଛନ୍ତି; ତେବେ ନିଜ ସ୍ତ୍ରୀ ସହ କିଛି ରୋମାଣ୍ଟିକ କଥା ବାର୍ତ୍ତା କରନ୍ତୁ, ତାଙ୍କର ଦିନ କେମିତ କଟିଲା ସେହି ବିଷୟରେ ପଚାରନ୍ତୁ ଏବଂ ଏହା ମଧ୍ୟ ପଚାରନ୍ତୁ କି ତାଙ୍କୁ କିଛି କଷ୍ଟ ଅନୁଭବ ହେଉ ନାହିଁ ତ ! ଏହି ସବୁ କଲେ ଆପଣଙ୍କ ଭିତରେ ପ୍ରେମ ଭାବ ଜାଗ୍ରତ ହେବ ଓ ଆପଣଙ୍କ ପ୍ରେମ ମଧ୍ୟ ମଜବୁତ ହୋଇ ରହିବ ଏବଂ ସେ ଆପଣଙ୍କୁ ଧୋକା ଦେବ ବୋଲି କେବେ ବ ଭାବିବେ ନାହିଁ ।

ପ୍ରେମର ସହିତ ଆଲିଙ୍ଗନ କରିବା:-

ଏକ ଗବେଷଣାରୁ ଜଣାପଡିଛି ଯେ, ଯଦି ସ୍ୱାମୀ ସ୍ତ୍ରୀ ରାତିରେ ଆଲିଙ୍ଗନ କରି ଶୋଇବେ; ତେବେ ତାଙ୍କ ମଧ୍ୟରେ ସମ୍ପର୍କ ବହୁତ ଦିନ ଯାଏଁ ତିଷ୍ଟି ରହିବ । ଏହାର କାରଣ ଏହା ଯେ, ଆଲିଙ୍ଗନ କରିବା ଦ୍ଵାରା ମନକୁ ଏକ ପ୍ରକାର ଆରାମ ମିଳିଥାଏ । ନିଜ ଭିତରେ ପ୍ରେମ ଏବଂ ଭରସା ବଢିଥାଏ । ଏଥିପାଇଁ କୁହାଯାଇଛି ଯେ, ଆପଣ ଯେବେ ବି ରାତିରେ ଶୋଇବାକୁ ଯାଉଛନ୍ତି ନିଜ ପତ୍ନୀକୁ ନିଶ୍ଚୟ ଭାବେ ପ୍ରେମର ସହିତ ଆଲିଙ୍ଗନ କରନ୍ତୁ । କେବଳ ଶାରୀରିକ ସମ୍ବନ୍ଧ ଦ୍ଵାରା ପତ୍ନୀକୁ ଖୁସି କରାଯାଇପାରିବ ଏହା ନୁହେଁ ବରଂ ପ୍ରେମର ସହିତ କିଛି କଥା କହିଲେ ଓ ଆଲିଙ୍ଗନ କରିବା ମଧ୍ୟ ମହତ୍ଵ ଭୂମିକା ରହିଛି । ଏହା ଦ୍ଵାରା ଏକ ପ୍ରକାର ଇମୋସନ ରହିଥାଏ ।

ସ୍ତ୍ରୀର ସେବା:-

ଯଦି ଆପଣଙ୍କ ସ୍ତ୍ରୀ ଜଣେ ଗୃହିଣୀ, ତେବେ ସେ ଦିନ ସାରା କାମ କରି ଥକି ଯାଇଥାନ୍ତି । ଆପଣ ତାଙ୍କୁ ଆରମ ଦେବା ପାଇଁ ତାଙ୍କ ଗୋଡ଼, ହାତ ଆଦି ଦବେଇ ଦେବା ଆବଶ୍ୟକ ହୋଇଥାଏ ଏବଂ ମାଲିସ ମଧ୍ୟ କରିଦିଅନ୍ତୁ । ଏଥିରେ ସେ ରିଲାକ୍ସ ହେବ ଏବଂ ଆପଣଙ୍କ ଉପରେ ଭଲ ପାଇବା ବଢିଥାଏ । ଯଦି ଆପଣଙ୍କ ସ୍ତ୍ରୀ ଜୋବ ବା ଚାକିରି କରୁଥାନ୍ତି, ତେବେ ସେ ଘର ସହିତ ଅଫିସର ମଧ୍ୟ କାମ କରିବାକୁ ପଡିଥାଏ, ଏମିତରେ ଆପଣ ଯେକୌଣସି ଉପାୟରେ ମଧ୍ୟରେ ବି ତାଙ୍କ ମୂଡ଼ ଭଲ ରଖିବାକୁ ଚେଷ୍ଟା କରନ୍ତୁ ।

ହସ ମଜ଼ା:-

ଲାଇଫରେ କିଛି ପରିମାଣରେ ହସମଜ଼ା ରହିବା ଆବଶ୍ୟକ ହୋଇଥାଏ । ଏଥିପାଇଁ ଶୋଇବା ପୂର୍ବରୁ ହସ ମଜ଼ା ପୂର୍ଣ୍ଣ କଥାବାର୍ତ୍ତା ହୁଅନ୍ତୁ । ସ୍ତ୍ରୀକୁ ଜୋକ କୁହନ୍ତୁ ଏବଂ କିଛି ହସ ମଜ଼ାକ ଭଳି ଫିଲ୍ମ ଦେଖାଇ ନିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ମଧ୍ୟରେ ତାଳମେଳ ବଜାୟ ରହିବ ଏବଂ ପରସ୍ପର ମଧ୍ୟରେ ଝଗଡା ହେବାର ସମ୍ଭାବନା କମ ହୋଇଥାଏ ।

ଆଶା କରୁଛୁ ଅନୁଛେଦରେ ପ୍ରଦାନ କରାଯାଇଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଓ ନିଜ ମତାମତ କମେଣ୍ଟ ଜରିଆରେ ପ୍ରଦାନ କରନ୍ତୁ । ହଁ, ଅନୁଛେଦଟି ଭଲ ଲାଗିଲେ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ । ଧନ୍ୟବାଦ !