ଶୁକ୍ରବାର ଦିନ ଅଫିସ କିମ୍ବା ଦୋକାନ ଯିବା ପୂର୍ବରୁ କରନ୍ତୁ ଏହି କାମ, ମାତା ଲକ୍ଷ୍ମୀଙ୍କ କୃପା ବଜାୟ ରହିବ ।

Spread the love

ଧନ ପ୍ରାପ୍ତି ପାଇଁ ଶୁକ୍ରବାର ଦିନ ଅଫିସ କିମ୍ବା ଦୋକାନ ଯିବା ପୂର୍ବରୁ ଏହି ଉପାୟଟି କରନ୍ତୁ ।

ଦୁନିଆରେ ପ୍ରତିଟି ବ୍ୟକ୍ତି ଅଧିକରୁ ଅଧିକ ଧନ ଉପାର୍ଜନ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏହି କାରଣରୁ ଲୋକେ ଚାକିରୀ କିମ୍ବା ବ୍ୟବସାୟ କରିବା ପାଇଁ ଖୁବ୍ ପରିଶ୍ରମ କରିଥାନ୍ତି । କିଛି ଲୋକ ଧନ ଉପାର୍ଜନ କରିବା ପାଇଁ ପାର୍ଟ ଟାଇମ୍ କାମ ମଧ୍ୟ କରିଥାନ୍ତି । ଚାକିରୀ କରିବା ବ୍ୟକ୍ତି ଚିନ୍ତା କରିଥାନ୍ତି, ତାର ପଦୋନ୍ନତି ହେଉ ଏବଂ ବ୍ୟବସାୟ କରୁଥିବା ବ୍ୟକ୍ତି ଚାହିଁଥାନ୍ତି, ସେମାନଙ୍କ ବ୍ୟବସାୟରେ ଉନ୍ନତି ହେଉ । ଦୁହିଁଙ୍କ କ୍ଷେତ୍ରରେ ଉନ୍ନତି କରିବା ପାଇଁ ପରିଶ୍ରମ କରିବା ପାଇଁ ପଡିଥାଏ । ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ଆପଣଙ୍କ ସହଯୋଗ ଦେଇନଥାଏ, ସେହି ସମୟ ପର୍ଯ୍ୟନ୍ତ ଆପଣଙ୍କ ଉନ୍ନତି ହୋଇପାରିବ ନାହିଁ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବା ପାଇଁ ଯାଉଛୁ ।

ଏହି ଉପାୟଟି ମାତା ଲକ୍ଷ୍ମୀଙ୍କ ସହ ସମ୍ବନ୍ଧିତ ଅଟେ । ହିନ୍ଦୁ ଧର୍ମ ଅନୁସାରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ରୂପେ ପରିଗଣିତ କରାଯାଇଛି । ମନୁଷ୍ୟର ପ୍ରତିଟି ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ମାତା ଲକ୍ଷ୍ମୀଙ୍କ ପାଖରେ ରହିଛି । ବ୍ୟବସାୟ କିମ୍ବା ଚାକିରି କ୍ଷେତ୍ରରେ ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ନିମନ୍ତେ ମାତା ଲକ୍ଷ୍ମୀଙ୍କ ଆରାଧନା କରା ଯାଇଥାଏ । ଲକ୍ଷ୍ମୀଙ୍କ ଏହି ଉପାୟ କରିବା ଦ୍ୱାରା ଧନ ସଙ୍କ୍ରନ୍ତିୟ ସମସ୍ତ ଅସୁବିଧା ଦୂର ହୋଇଯାଇଥାଏ ଓ ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ । ଏହି ଉପାୟ କରିବା ଦ୍ୱାରା ଧନ ସ୍ୱୟଂ ଆପଣଙ୍କ ପାଖକୁ ଆସିବ । ଆପଣଙ୍କୁ ଏହି ଉପାୟ ପ୍ରତି ଶୁକ୍ରବାର ଦିନ କରିବା ପାଇଁ ପଡିବ । ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ଦିନ ଅଟେ । ଏହି ଦିନ ନିଜ ଭକ୍ତ ମାନଙ୍କ ଉପରେ ଅଧିକ କୃପା କରିଥାନ୍ତି । ଏହି ଉପାୟକୁ ଶୁକ୍ରବାର ଦିନ ଅଫିସ କିମ୍ବା ବ୍ୟବସାୟକୁ ଯିବା ପୂର୍ବରୁ କରନ୍ତୁ, ଯାହାଫଳରେ ଆପଣଙ୍କୁ ପୂର୍ଣ ଲାଭ ହୋଇପାରିବ ।

ଏହି ଉପାୟ କରିବା ଦ୍ୱାରା ବ୍ୟବସାୟ କିମ୍ବା ଚାକିରୀରେ ଉନ୍ନତି ମିଳିବ :

ଚାକିରୀ କରୁଥିବା ଲୋକେ-

ଚାକିରୀ କରୁଥିବା ଲୋକେ ଶୁକ୍ରବାର ଦିନ ସକାଳେ ସ୍ନାନ କରି ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଦୁଇଟି ଘିଅ ଦୀପ ଲଗାନ୍ତୁ । ବର୍ତ୍ତମାନ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ମୁଦ୍ରା ଗୋଟିଏ ରଖନ୍ତୁ । ଏହି ମୁଦ୍ରା ଉପରେ ପ୍ରଥମ ଦୀପ ରଖନ୍ତୁ ଏବଂ ଦ୍ଵିତୀୟ ଦୀପରେ ମାତା ଲକ୍ଷ୍ମୀଙ୍କ ଆରତୀ କରନ୍ତୁ । ଆରତୀ ସମ୍ପନ୍ନ ହେବା ପରେ ହାତ ଯୋଡି ମନକାମନା ଜଣାନ୍ତୁ । ବର୍ତ୍ତମାନ ଦୀପ ତଳେ ରଖିଥିବା ମୁଦ୍ରାକୁ ନିଜ ପର୍ସରେ ରଖନ୍ତୁ ଏବଂ କର୍ମସ୍ଥଳକୁ ଚାଲି ଯାଅନ୍ତୁ । ପରେ ଅନ୍ୟ ଶୁକ୍ରବାର ଦିନ ନୂତନ ମୁଦ୍ରାର ପ୍ରୟୋଗ କରନ୍ତୁ । ପ୍ରଥମ ମୁଦ୍ରାକୁ କୌଣସି ଗରିବ ଲୋକଙ୍କୁ ଦାନ କରିଦିଅନ୍ତୁ । ଏହି କ୍ରମରେ ପ୍ରତି ଶୁକ୍ରବାର ଦିନ ଏହି ଉପାୟ ଜାରି ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ପାଖରେ ଧନର ଅଭାବ ହେବ ନାହିଁ ।

ବ୍ୟବସାୟୀ ବ୍ୟକ୍ତି-

ବ୍ୟାପାରି ବନ୍ଧୁମାନେ ଶୁକ୍ରବାର ଦିନ ସ୍ନାନ କରି ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ପୂଜା ସମୟରେ ଲକ୍ଷ୍ମୀଙ୍କୁ ନଡିଆ ଭୋଗ ଲଗାନ୍ତୁ । ପରେ ସେହି ନଡ଼ିଆ ଭୋଗକୁ ଦୋକାନକୁ ନେଇ ଯାଆନ୍ତୁ ଏବଂ ଦୋକାନରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପ୍ରସାଦ ବଣ୍ଟନ କରନ୍ତୁ । ଆପଣ ନିଜ ଗ୍ରାହକଙ୍କୁ ମଧ୍ୟ ପ୍ରସାଦ ଦେଇପାରିବେ । ଏହା ଦ୍ୱାରା ଆପଣଙ୍କୁ ଲାଭ ହେବ ।