ଶୁକ୍ରବାର ଦିନ ମାଆଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ଉପାୟଗୁଡିକ ଆପଣନ୍ତୁ । ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

Spread the love

ମାଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଉପାୟ କରନ୍ତୁ, ଯାହା ଫଳରେ କେବେ ମଧ୍ୟ ଆପଣଙ୍କୁ ଧନର ଅଭାବ ରହିବ ନାହିଁ ।

ଶୁକ୍ରବାର ହେଉଛି ଲକ୍ଷ୍ମୀଙ୍କ ଦିନ । ଯଦି ଏହି ଦିନ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଏହିଦିନ ପୂଜା କରିଲେ ମାଆ ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ମାଆ ଲକ୍ଷ୍ମୀ ପ୍ରସନ୍ନ ହେଲେ ଆପଣଙ୍କର କେବେ ମଧ୍ୟ ଧନର ଅଭାବ ରହିବ ନାହିଁ । ମାଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ନିମ୍ନରେ ପ୍ରଦତ୍ତ ଉପାୟଗୁଡିକ କରିବାକୁ ପଡିବ ।

ଧଳା ଲୁଗା ପିନ୍ଧି ପୂଜା କରନ୍ତୁ :

ମାଆ ଲକ୍ଷ୍ମୀଙ୍କ ପୂଜା ଯଦି ଆପଣ ଭକ୍ତିପୂର୍ଣ ଭାବେ କରନ୍ତି, ତାହାହେଲେ ମାଆଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ ଓ ଘରେ କେବେ ମଧ୍ୟ ଧନର ଅଭାବ ରହିବ ନାହିଁ । ଆପଣ ଶୁକ୍ରବାର ଦିନ ସକାଳୁ ଉଠି ଧଳା କପଡା ପିନ୍ଧି ମାଆଙ୍କ ପୂଜା କରନ୍ତୁ । ଏହି ଦିନ ଯଦି ମାଙ୍କ ସ୍ତୃତି ପାଠ କରନ୍ତି; ତେବେ ଏହା ଅଧିକ ଫଳପ୍ରଦ ହୋଇଥାଏ । ମାଆଙ୍କ ପୂଜାରେ ଯଦି ଆପଣ ପଦ୍ମ ଫୁଲ ଲାଗନ୍ତି; ତାହା ହେଲେ ମା ଲକ୍ଷ୍ମୀ ଭକ୍ତଙ୍କ ଉପରେ ଆତ୍ୟଧିକ ଖୁସି ହୋଇଥାନ୍ତି ।

ପିମ୍ପୁଡିକୁ ଚିନି ଦେବା

ଯଦି ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳ ମିଳୁନାହିଁ କିମ୍ବା ଧନ ମିଳୁ ନାହିଁ; ତାହା ହେଲେ ପ୍ରତି ଶୁକ୍ରବାର ଦିନ ଆପଣ କଳା ପିମ୍ପୁଡିକୁ ଚିନି ଖାଇବାକୁ ଦିଅନ୍ତୁ । ଏହି ଉପାୟ ପାଳନ କଲେ, ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ ଏବଂ ସବୁ କାର୍ଯ୍ୟ ସଫଳ ହୋଇପାରିବ ।

ମାଆଙ୍କୁ ଲାଲ ପଦ୍ମଫୁଲ ଅର୍ପଣ କରନ୍ତୁ :

ମାଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ମନ୍ଦିର ଯାଇ ପଦ୍ମଫୁଲ ଚଢାଇ, ଲହୁଣୀ ଏବଂ ଚିନିରେ ତିଆରି ମିଠା ଅର୍ପଣ କରନ୍ତୁ । ଶୁକ୍ରବାର ଦିନ ଯଦି ଆପଣ ଏହି କାମ କରନ୍ତି; ତାହା ହେଲେ ମାଆଙ୍କ ଅପାର କରୁଣା ଆପଣଙ୍କ ଉପରେ ରହିବ । ଧନସମ୍ପଦର ଅଭାବ ରହିବ ନାହିଁ ।

ବରଗଛକୁ ପୂଜା କରନ୍ତୁ :

ବରଗଛକୁ ପୂଜା କରି ଆପଣ ମାଆ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ । ବରଗଛର ପୂଜା କରିବା ପାଇଁ ଆପଣଙ୍କୁ ଗୋଟିଏ ଲୁହାର ପାତ୍ରରେ କିଛି ଚିନି, କ୍ଷୀର, ଘିଅ, ଦହି ଓ ପାଣିକୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ପାଣିକୁ ବରଗଛ ମୂଳରେ ଦିଅନ୍ତୁ । ଏହିପରି କଲେ ମାଆ ଆପଣଙ୍କ ଘରେ ସଦାସର୍ବଦା ଶାନ୍ତି ବଜାୟ ରହିବେ ।

ଦୀପ ଜଳାନ୍ତୁ :

ଘରର ମୁଖ୍ୟ ଦ୍ୱାରରେ ପ୍ରତି ଶୁକ୍ରବାର ଦିନ ଘିଅ ଦୀପ ଜଳାଇବା ଶୁଭ ଅଟେ । ଦୀପ ଜଳାଇବା ବେଳେ ମାଆ ଲକ୍ଷ୍ମୀଙ୍କ ନାମ ନେଇ ଧନ ମାଗନ୍ତୁ । ଦୀପ ଜଳାଇବା ଦ୍ଵାରା ଘରେ ଧନର ଅଭାବ ରହିବ ନାହିଁ । ଦୀପ ଲିଭିଜିବା ପରେ ତା’ପର ଦିନ, ସେହି ଦୀପକୁ ନଦୀ କିମ୍ବା ପୋଖରୀରେ ବିସର୍ଜନ କରିଦିଅନ୍ତୁ ।

ନାଲିର ରଙ୍ଗ ଫୁଲ ଅର୍ପଣ କରନ୍ତୁ :

ଜୀବନରେ ସଫଳତା ପାଇବା ପାଇଁ ଶୁକ୍ରବାର ଦିନ ମନ୍ଦିର ଯାଇ, ମାଆ ଲକ୍ଷ୍ମୀଙ୍କୁ ଲାଲ ରଙ୍ଗର ଫୁଲ ପ୍ରଦାନ କରନ୍ତୁ । ଫୁଲ ଅର୍ପଣା କରିବା ବେଳେ ମାଆଙ୍କ ନାମ ଜପ କରନ୍ତୁ । ଆପଣ ଏହାକୁ ନିଜ କାର୍ଯ୍ୟରେ ସଫଳ ହେବା ପର୍ଯ୍ୟନ୍ତ ଚାଲୁରଖନ୍ତୁ ।

ନିଜ ଵ୍ୟଵସାୟ କେନ୍ଦ୍ର ସ୍ଥଳରେ ମାଆଙ୍କ ପୂଜା :

ପ୍ରତି ଶୁକ୍ରବାର ଦିନ ନିଜ ଵ୍ୟବସାୟ ସ୍ଥାନରେ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ । ପୂଜାରେ କ୍ଷୀରର ବ୍ୟବହାର କରନ୍ତୁ । ଏହି ଉପାୟ କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବା ସଙ୍ଗେ ସଙ୍ଗେ ଧନ ବୃଦ୍ଧି ମଧ୍ୟ ହୋଇଥାଏ ।