ଶନିଦେବଙ୍କ ନାମକୁ ସ୍ମରଣ କରି ଶନିବାର ଦିନ କରନ୍ତୁ ଏହି ତିନୋଟି କାମ ! ସମସ୍ୟା ବହୁଳ କାର୍ଯ୍ୟରେ ମଧ୍ୟ ସହଜରେ ସଫଳତା ମିଳିବ । କୃତକାର୍ଯ୍ୟ ହେବେ ।

Spread the love

ଅସୁବିଧା ଏକ ଏମିତି ପକ୍ଷୀ ଯିଏକି କେତେବେଳେ ନା କେତେବେଳେ କାହାର ଘରେ ଆସି ବସା ବାନ୍ଧି ଦେଇଥାଏ । କହିବାର ତାତ୍ପର୍ଯ୍ୟ ଏହା ଯେ, ଦୁଃଖ ଏବଂ ଅସୁବିଧା ସବୁବେଳେ ସମସ୍ତଙ୍କ ଜୀବନରେ ଆସିଥାଏ । ଏମିତିରେ ସମସ୍ତେ ଚଂହାନ୍ତି ଯେ, ଯେତେ ଶୀଘ୍ର ସମ୍ଭବ ସେହି ଅସୁବିଧା ରୂପୀ ପକ୍ଷୀକୁ ଉଡ଼ାଇଦେବାକୁ ।ମାତ୍ର କଣ ଏତେ ସହଜ କି ? ଏଥିପାଇଁ ନିହାତି କିଛି କରିବାକୁ ପଡ଼ିଥାଏ । ତା’ପରେ ଯଦି ଆପଣଙ୍କର ଖରାପ ଭାଗ୍ୟ ଚାଲୁଥିବ, ତା’ହାଲେ ଦୁଃଖ ଉପରେ ଲଲିତା ବିଡା ସଦୃଶ ହୋଇଥାଏ । ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ଶେଷରେ ଗୋଟିଏ ହିଁ ବାଟ ରହିଯାଏ ଏବଂ ତାହା ହେଉଛି ଶନିଦେବଙ୍କ କୃପା । ଶନିଦେବ ଏମିତି ଏକ ଦେବତା ଯିଏକି ଲୋକଙ୍କର ଅସୁବିଧା ଦୂର କରିବା ପାଇଁ ଜଣାଯାନ୍ତି । କେବଳ ଥରେ ଯଦି କାହାକୁ ତାଙ୍କ ଆଶୀର୍ବାଦ ମିଳିଯାଏ; ତା’ହେଲେ ତା’ ଜୀବନରୁ ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ । ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଗୋଟିଏ ଉପାୟ ମଧ୍ୟ ଅଛି, ଆପଣ ଶନିବାର ଦିନ ଶନିଦେବଙ୍କ ନାମ ନେଇ ଏହି ତିନୋଟି କାମ କରନ୍ତି ।

ସୋରିଷ ତେଲ ଦାନ :-

ଶନିଦେବଙ୍କ ପୂଜାରେ ସୋରିଷ ତେଲ ଲାଗିଥାଏ । ଏହି ତେଲ ତାଙ୍କର ଅତି ପ୍ରିୟ । ଯଦି ଆପଣ ଶନିବାରରେ ତେଲ ଦାନ କରନ୍ତି; ତା’ହାଲେ ଏହା ଆପଣଙ୍କ ପାଇଁ ଲାଭ ହୋଇପାରେ । ଏହି ଦାନ କାହାକୁ ମଧ୍ୟ କରାଯାଇପାରିବ । ଏହା କୌଣସି ଗରିବ, ବ୍ରାହ୍ମଣ କିମ୍ବା କୌଣସି ମନ୍ଦିରରେ ମଧ୍ୟ ଦିଆଯାଇ ପାରିବ ।ଗୋଟିଏ କଥା ମନେ ରଖନ୍ତୁ; ଯେତେବେଳେ ଆପଣ ତେଲ ଦାନ କରୁଛନ୍ତି, ସେତେବେଳେ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଆବଶ୍ୟକ । ଏଥିରେ ଆପଣଙ୍କ ସବୁ ଅସୁବିଧା ଦୂର ହୋଇଯିବ ।

କାଉକୁ ଖାଦ୍ୟ ଦେବା :-

ଶନିବାର ଦିନ କାଉମାନଙ୍କୁ ଭୋଜନ ଦେବା ଅନେକ ଲାଭଦାୟକ ହୋଇଥାଏ । କାଉ ଶନିଦେବଙ୍କର ବାହାନ । ଯଦି ଆପଣ କୌଣସି କାଉକୁ ଖୁସି କରି ଦେଇପାରନ୍ତି; ତା’ହାଲେ ଆପଣଙ୍କର ଶତ୍ରୁ ଆପଣଙ୍କର କେବେ କିଛି କ୍ଷତି କରିପାରିବ ନାହିଁ । ଏହା ସହିତ ଆପଣଙ୍କ ଜୀବନର ସବୁ ଅସୁବିଧା ଧୀରେ ଧୀରେ ଦୂର ହେବାରେ ଲାଗିବ । ଏଥିପାଇଁ ଆପଣ କାଉକୁ ଚାଉଳ ଦିଅନ୍ତୁ ଅତୁବା ଅନ୍ୟ କିଛି ଭୋଜନ ମଧ୍ୟ ଦେଇପାରିବେ । ଏହି କାମ କରିବା ପରେ ଥରେ ଶନିଦେବଙ୍କର ଦର୍ଶନ ନିହାତି କରନ୍ତୁ । ଚାହିଁବେ ତ ଆପଣ ନିଜ ଦୁଃଖ ମଧ୍ୟ ତାଙ୍କୁ ଜଣାଇ ପାରିବେ ।

ଲୁହା କିଣିବା କିମ୍ବା ବିକ୍ରୟ କରିବା :-

ଶନିବାର ଦିନ ଲୁହା ତିଆରି ଜିନିଷ କିଣିଲେ କିମ୍ବା ବିକ୍ରୀ କରିଲେ ଖରାପ ସମୟ ଦୂରେଇ ଯାଇଥାଏ । ଏମିତି କୁହାଯାଏ ଯେ, ଶନିବାର ଦିନ ଘରକୁ ଲୁହା ଆଣିବା ଆବଶ୍ୟକ । ପୁଣି ଘରର ପୁରୁଣା ଲୁହା ବିକି ଦେବା ଆବଶ୍ୟକ । ଏହାଦ୍ଵାରା ଆପଣଙ୍କ ଘରର ସମସ୍ତ ଦୁର୍ଦ୍ଦଶା ଏବଂ ଆପଣଙ୍କୁ ଏକ ନୁଆଁ ସୁଯୋଗ ମିଳିଥାଏ ।

ଏହା ଥିଲା ସେହି ତିନୋଟି କାମ ଯାହାକୁ ଆପଣଙ୍କୁ ଶନିବାର ଦିନ କରିବା ଆବଶ୍ୟକ । ଏହା ଆପଣ ଗୋଟିଏ ଶନିବାର କରିପାରିବେ କିମ୍ବା ଅଲଗା ଅଲଗା ଶନିବାରରେ ମଧ୍ୟ କରିପାରିବେ । ଗୋଟିଏ କଥା ମନେ ରଖିବେ ଯେ, ଏହି ସବୁ କାମ ସ୍ୱଚ୍ଛ ମନରେ ହିଁ କରିବା ଆବଶ୍ୟକ । ଧ୍ୟାନ ଦେବେ ଯଦି ଏହା କରିବା ସମୟରେ ଆପଣଙ୍କ ମନରେ କୃପଣତା ଆସେ, ତା’ହାଲେ ଏହା ଆଦୋୖ କରନ୍ତୁ ନାହିଁ । ଶନିବାର ଦିନ ଏହା କରିବା ବ୍ୟତୀତ ଆପଣ ଶନିଦେବଙ୍କ ନାମରେ ବ୍ରତ ମଧ୍ୟ ରଖିପାରିବେ । ଏଥିରେ ଅପଣଙ୍କର ଫାଇଦା ଦୁଇଗୁଣା ହୋଇଯିବ ।