ରବିବାର, ବୁଧୁବାର ଓ ଗୁରୁବାର ଦିନରେ ଏହି ଉପାୟ କରିଲେ ଆପଣଙ୍କୁ ମହାଦେବଙ୍କ ଆଶୀର୍ବାଦ ମିଳିବ, ଆପଣଙ୍କ ଭାଗ୍ୟ ଖୋଲିଯିବ ।

Spread the love

ରବିବାର, ବୁଧୁବାର ଓ ଗୁରୁବାର ଦିନ, ଭଗବାନ ମହାଦେବ ବା ଭୈରବନାଥଙ୍କ ସହ ଜଡିତ ଅଟେ ଓ ସପ୍ତାହରେ ଏହି ଦିନମାନଙ୍କରେ ତଳେ ଦିଆଯାଇଥିବା ଉପାୟ ଗୁଡ଼ିକ ପାଳନ କରନ୍ତି, ତେବେ ମହାଦେବଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ । ମହାଦେବଙ୍କ ପୂଜା କରିଲେ ସବୁ ପ୍ରକାରର ନକରାତ୍ମକ ଶକ୍ତି ଗୁଡ଼ିକ ଆପଣଙ୍କ ଠାରୁ ଦୂରେଇ ଯାଏ ଓ ସୁଖ, ସମୃଦ୍ଧି ହାସଲ ହେବ । ମହାଦେବଙ୍କୁ କେତେକ ଲୋକମାନେ କାଳ ଭୈରବ ମଧ୍ୟ କହିଥାନ୍ତି ଓ ୟାଙ୍କୁ ଖୁସି କରେଇବା ଓ ଆଶୀର୍ବାଦ ପାଇବା ବହୁତ ସରଳ ଅଟେ । ଅଳ୍ପ କେତେକ ଉପାୟ କରି ମହାଦେବଙ୍କୁ ଖୁସି କରିପାରିବେ ।

ଏହି ଉପାୟ କରିବା ଦ୍ୱାରା ମହାଦେବଙ୍କ ଆଶୀର୍ବାଦ ମିଳିଥାଏ –

କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ –

ରବିବାର, ବୁଧୁବାର ଓ ଗୁରୁବାର ଦିନ ଗୋଟିଏ ରୋଟି କରି ତାହାକୁ ତେଲରେ ପକାଇଦିଅନ୍ତୁ ଓ ଅଳ୍ପ ସମୟପରେ ତାହାକୁ ବାହାରକୁ କାଡ଼ି ଦିଅନ୍ତୁ । ଏବେ ଏହି ରୋଟିକୁ ନେଇ କୌଣସି କଲା କୁକୁର ବା ଦୁଇ ରଙ୍ଗର କୁକୁର ଆଗରେ ପକାଇଦିଅନ୍ତୁ । ଆପଣ ଦେଇଥିବା ରୋଟି ଯଦି କୁକୁର ଖାଇଥାଏ, ତେବେ ଏହାର ଅର୍ଥ ହେଉଛି ମହାଦେବ ଆଶୀର୍ବାଦ ଆପଣଙ୍କ ମିଳିଗଲା । ଯଦି କୁକୁର ଆପଣ ଦେଇଥିବା ରୋଟିକୁ ନଖାଏ, ତେବେ ଆପଣ ଏହି ଉପାୟ ସେତେଦିନ ପର୍ଯ୍ୟନ୍ତ କରୁଥିବେ ଯେତେଦିନ ପର୍ଯ୍ୟନ୍ତ କୁକୁର ଆପଣ ଦେଇଥିବା ରୋଟି ନଖାଉଛି । ଗୋଟିଏ କଥାକୁ ମନେ ରଖନ୍ତୁ ଆପଣ ଏହି ଉପାୟ କେବଳ ରବିବାର, ବୁଧୁବାର ଓ ଗୁରୁବାର ଦିନରେ ହିଁ ପ୍ରୟୋଗ କରିବେ ।

କଲା ରାଶି ଚଢ଼ାନ୍ତୁ –

୧୦୦ ଗ୍ରାମ କଲା ରାଶି, କଲା ବିରି ଓ ୧୧ ଟଙ୍କା ଗୋଟିଏ କଲା କପଡ଼ାରେ ବାନ୍ଧି ଆପଣ ଏହାକୁ କୌଣସି ମହାଦେବଙ୍କ ମନ୍ଦିରରେ ରଖିଦିଅନ୍ତୁ । ବୁଧୁବାର ଦିନ ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ମହାଦେବଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।

ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟିବା –

ରବିବାର ଦିନ ଗରିବ ଲୋକଙ୍କୁ ଖାଦ୍ୟ ବାଣ୍ଟିଲେ ବହୁତ ଭଲ ବୋଲି କହିଥାନ୍ତି । ଆପଣ ଏହିଦିନ ଯେକୌଣସି ଭଜା ହୋଇଥିବା ଖାଦ୍ୟ ଦେଇପାରନ୍ତି । ଏହା ଛଡା ଆପଣ ରବିବାର ଦିନ କଲା ରଙ୍ଗର କପଡ଼ା ବା କଲା ରଙ୍ଗର ଜୋତା ଦାନ କରି ଆପଣ ମହାଦେବଙ୍କୁ ଖୁସି କରିପାରିବେ ।

ପୂଜା କରିବା ସମୟରେ ଏହି ଜିନିଷକୁ ଚଢାନ୍ତୁ –

ମହାଦେବଙ୍କୁ ପୂଜା କରିବା ସମୟରେ ଆପଣ ସିନ୍ଦୁର, ନଡ଼ିଆ, ଧୂପକାଠି, ଫୁଲ ଓ ଜଲେବି କୁ ନିଶ୍ଚୟ ଅର୍ପଣ କରନ୍ତୁ । ଏହି ସବୁଗୁଡ଼ିକୁ ଏକାଥରକେ ଚଢ଼ାଇଲେ ମହାଦେବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି ଓ ଆପଣଙ୍କୁ ରକ୍ଷା କରିଥାନ୍ତି । ଏହି ଉପାୟ ରବିବାର ଦିନ ପ୍ରୟୋଗ କରିବା ସହ ୩୩ଟି ଦୀପ ମଧ୍ୟ ନିଶ୍ଚୟ ଜାଳିବେ । ଦୀପ ଜଳେଇବା ସମୟରେ ମହାଦେବଙ୍କ ନାମ ଜପ କରିବେ ।

ଲେମ୍ବୁ ଚଢ଼ାନ୍ତୁ –

ଗୁରୁବାର ଦିନ ମହାଦେବଙ୍କୁ ଲେମ୍ବୁ ଚଢ଼ାଇବା ବହୁତ ଭଲ ବୋଲି କହିଥାନ୍ତି । ତେଣୁ ୫ ଗୁରୁବାର ମନ୍ଦିରକୁ ଯାଇ ମହାଦେବଙ୍କୁ ୫ଟି ଲେମ୍ବୁ ଚଢ଼ାନ୍ତୁ । ଗୋଟିଏ କଥା ମନେ ରଖନ୍ତୁ, ଆପଣ ଲଗାତାର ୫ଟି ଗୁରୁବାର ମହାଦେବଙ୍କ ମନ୍ଦିରକୁ ଯାଇ ଏହି ଉପାୟ ପ୍ରୟୋଗ କରିବାରଅଛି । ଏହାଛଡା ଯଦି ଆପଣ ଗୁରୁବାର ଦିନ କୁକୁରକୁ ଗୁଡ଼ ଖାଇବାକୁ ଦେଲେମଧ୍ୟ ଆପଣଙ୍କୁ ବହୁତ ଲାଭ ମିଳିଥାଏ ଓ ମହାଦେବ ଖୁସି ହୋଇଥାନ୍ତି ।

କୁକୁରକୁ ଖାଇବାକୁ ଦିଅନ୍ତୁ : –

ଶନିବାର ଦିନ ଆପଣ ସୋରିଷ ତେଲରେ ପକୁଡି ତିଆରି କରି ଅନ୍ୟ ଦିନ ଅର୍ଥାତ ରବିବାର ଦିନ ବା ଅନ୍ୟ ଦିନରେ ସେହି ପକୁଡିକୁ କୁକୁରକୁ ଖାଇବାକୁ ଦିଅନ୍ତୁ ।କିନ୍ତୁ ମନେ ରଖନ୍ତୁ, କୁକୁରକୁ ଖାଇବାକୁ ଦେବା ସମୟରେ ପଛକୁ ବୁଲି ଦେଖିବେ ନାହିଁ ଏବଂ କୁକୁରକୁ ଖାଇବାକୁ ଦେଇ ସିଧା ନିଜ ଘରକୁ ଚାଲିଯାଆନ୍ତୁ । ଏହି ଉପାୟଟି ରବିବାର ଦିନ କରିବା ଦ୍ୱାରା ଆପଣଙ୍କୁ ବହୁତ ଫାଇଦା ହୋଇଥାଏ ।