ପ୍ରତି ସୋମବାର ଦିନ ଶିବ ଲିଙ୍ଗରେ ଏହି ଜିନିଷ ଗୁଡିକ ଚଢାନ୍ତୁ । ମହାଦେବଙ୍କ କୃପା ମିଳିବ ସଙ୍ଗେସଙ୍ଗେ ସମସ୍ୟାରୁ ମୁକ୍ତି ପାଇବେ ।

Spread the love

ମହାଦେବଙ୍କ ଆରାଧନା ସମୟରେ ଲୋକେ ପ୍ରଭୁ ଶିବଙ୍କ ଉପରେ ଶିବଙ୍କ ପସନ୍ଦିୟ ଜିନିଷ ଯେପରି ବେଲପତ୍ର, କ୍ଷୀର, ଭାଙ୍ଗ ଚଢାଇଥାନ୍ତି । କିନ୍ତୁ ଏହା ବ୍ୟତୀତ କିଛି ଏହିଭଳି ଜିନିଷ ରହିଛି ଯାହାକୁ ଚଢାଇବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ମନୋସ୍କମାନ ପୂର୍ଣ୍ଣ କରିଥାନ୍ତି । ଆପଣ ତଳେ ଦିଆ ଯାଇଥିବା ଜିନିଷ ଗୁଡିକ ଶିବଙ୍କୁ ସୋମବାର ଦିନ କିମ୍ବା ତ୍ରୟୋଦଶୀରେ ଅର୍ପଣ କଲେ ବିଶେଷ କୃପା ଲାଭ ହେବ ।

ଚାଉଳ :

Google

ପୂଜା କରିବା ସମୟରେ ଚାଉଳ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ । ଚାଉଳ ଅର୍ପଣ କରିବା ଦ୍ୱାରା ମନୁଷ୍ୟକୁ ବିଶେଷ ଲାଭ ହୋଇଥାଏ ଏବଂ ମନୁଷ୍ୟର ଜୀବନରେ ଖାଦ୍ୟର ଅଭାବ ହୋଇ ନ ଥାଏ । ଭଙ୍ଗା ହୋଇ ନ ଥିବା ଏବଂ ସଫା ଚାଉଳ ଅର୍ପଣ କରିବା ଦ୍ୱାରା ହିଁ ଆପଣଙ୍କୁ ପ୍ରତିଟି କ୍ଷେତ୍ର ସଫଳତା ମିଳିବ ସଙ୍ଗେ ସଙ୍ଗେ ମହାଦେବଙ୍କ କୃପା ମଧ୍ୟ ମିଳିବ ।

ସୋରିଷ ତେଲ :

ବୁଧବାର ଦିନ ଶିବଲିଙ୍ଗରେ ସୋରିଷ ତେଲ ଅର୍ପଣ କରନ୍ତୁ । ମାନ୍ୟତା ରହିଛି, ବୁଧବାର ଦିନ ଶିବଲିଙ୍ଗରେ ସୋରିଷ ତେଲ ଅର୍ପଣ କରିବା ଦ୍ୱାରା ଗ୍ରହ ଶାନ୍ତି ହୋଇଥାଏ ଏବଂ ପୂର୍ବରୁ କରିଥିବା ପାପ ଗୁଡିକ ନଷ୍ଟ ହୋଇଥାଏ ।

ଯଅ :

ଶିବଲିଙ୍ଗର ପୂଜା କରିବା ସମୟରେ ଯଅ ଅର୍ପଣ କରନ୍ତୁ । ଯଅ ଅର୍ପଣ କରିବା ଦ୍ୱାରା ମନୁଷ୍ୟ ଜୀବନରୁ ସମସ୍ୟା ଦୂର ହୋଇଥାଏ । ଏହି କାରଣରୁ ଯଦି ଆପଣ କୌଣସି ସମସ୍ୟାରେ ଗ୍ରାସିତ ଅଛନ୍ତି; ତେବେ ଶିବଲିଙ୍ଗରେ ଯଅ ଅର୍ପଣ କରନ୍ତୁ ସମସ୍ୟାରୁ ମୁକ୍ତି ମିଳିବ ।

କ୍ଷୀର ଏବଂ ଚିନି :

ଶିବଲିଙ୍ଗରେ ଏକ ସଙ୍ଗରେ କ୍ଷୀର ଏବଂ ଚିନି ଅର୍ପଣ କରିବା ଦ୍ୱାରା ମସ୍ତିସ୍କ ଶାନ୍ତ ରହିଥାଏ । ଯେଉଁ ପିଲା ମାନଙ୍କୁ ପଢ଼ା ମନେ ରହୁ ନାହିଁ, ସେମାନଙ୍କ ଅଭିଭାବକ ମାନେ ସୋମବାର ଦିନ କ୍ଷୀର ଏବଂ ଚିନି ମିଳିତ ରୂପେ ଶିବ ଲିଙ୍ଗରେ ଅର୍ପଣ କଲେ, ବିଶେଷ ଫଳପ୍ରଦ ହୋଇଥାଏ । ଚିନି ପ୍ରତିବଦଳରେ ଆପଣ ମହୁ ମଧ୍ୟ ବ୍ୟବହାର କରି ପାରିବେ ।

ଗହମ :


ଯେଉଁ ଦମ୍ପତିଙ୍କ ସନ୍ତାନ ହେଉ ନାହିଁ; ସୋମବାର ଦିନ ଜଳ ଅଭିଷେକ କରିବା ସହ ଗହମ ଅର୍ପଣ କରିବା ଦ୍ୱାରା ପୁତ୍ର ପ୍ରାପ୍ତି ହୋଇଥାଏ ।

ଆଖୁରସ :

ଯଦି ନିୟମିତ ରୂପେ ଶିବଲିଙ୍ଗ ଉପରେ ଆଖୁରସ ଅର୍ପଣ କରାଯାଏ; ତେବେ ବ୍ୟକ୍ତିର ଜୀବନରେ ସୁଖର ଅଭାବ ରହି ନ ଥାଏ ।

ଗାଈ କ୍ଷୀର :

ଯଦି ଆପଣ କୌଣସି ରୋଗ ଗ୍ରାସତ ଅଛନ୍ତି; ତେବେ ଆପଣ ସୋମବାର କିମ୍ବା ଶ୍ରାବଣ ମାସ ସମୟରେ ଶିବଲିଙ୍ଗ ଉପରେ ଗାଈ କ୍ଷୀର ଏବଂ ଘିଅ ଅର୍ପଣ କରନ୍ତୁ । ଏହି ଦୁଇଟି ଜିନିଷକୁ ଏକତ୍ର ଅର୍ପଣ କରିବା ଦ୍ୱାରା ବ୍ୟକ୍ତିକୁ ରୋଗରୁ ମୁକ୍ତି ମିଳିଥାଏ ।

ଅଁଳା ପତ୍ର :

ଯଦି ଆପଣ କୌଣସି କାର୍ଯ୍ୟ କୃତ କାର୍ଯ୍ୟ ହୋଇପାରୁ ନାହାନ୍ତି; ତେବେ ଆପଣ ଶିବଲିଙ୍ଗରେ ୧୧ କିମ୍ବା ୨୧ଟି ଅଁଳା ପତ୍ର ଅର୍ପଣ କରନ୍ତୁ । ଏହି ଉପାୟ ପାଳନ କରିବା ଦ୍ୱାରା ଆପଣଙ୍କୁ ସଫଳତା ମିଳିବା ସହ ଜୀବନରୁ ସମସ୍ୟା ଦୂର ହୋଇ ଯାଇଥାଏ । ବିଶେଷ ଧ୍ୟାନ ରଖିବେ ପତ୍ର ଗୁଡିକ ସଫାସୁତୁରା ହେବା ଦରକାର ଏବଂ ପତ୍ର ଯେପରି ଛିଦ୍ରଯୁକ୍ତ ହେବା ଉଚିତ୍ ନୁହେଁ ।