ଧନର ଦେବତାଙ୍କୁ ଏଭଳି କରନ୍ତୁ ପ୍ରସନ୍ନ, ଏହି କଥା ଉପରେ ବିଶେଷ ରୂପେ ଧ୍ୟାନ ଦେଲେ ଅଳ୍ପ ଦିନରେ ହିଁ ଆପଣ ହୋଇଯିବେ ମାଲାମାଲ୍ ।

Spread the love

କହିବାକୁ ଗଲେ ହିନ୍ଦୁ ଧର୍ମରେ ଅନେକ ଦେବୀ ଦେବତାଙ୍କୁ ପୂଜା କରାଯାଇଥାଏ । ସେଥିରୁ ଜଣେ ହେଲେ ଧନର ଦେବତା କୁବେର । ପୁରାଣ ଅନୁସାରେ କୁବେରଙ୍କୁ ରାବଣର ଭାଇ ବୋଲି କୁହାଯାଏ । କୁହାଯାଇ ଥାଏ କି, କୁବେର ହିଁ ନିଜର ମହତ୍ତ୍ୱ ସ୍ଥାପିତ କରିବା ପାଇଁ ସୁନାର ଲଙ୍କା ନିର୍ମାଣ କରିଥିଲେ ।

କୁବେରଙ୍କୁ ଏହି ବରଦାନ ଭଗବାନ ଶିବଙ୍କ ଦ୍ୱାରା ପ୍ରାପ୍ତ ହୋଇଥିଲା । ଦିନେ କୁବେରଙ୍କୁ ନିଜ ଧନ ପାଇଁ ଅଭିମାନ ହେଲା, ସେହି ଅଭିମାନକୁ ଭାଙ୍ଗିବା ପାଇଁ ଶ୍ରୀ ଗଣେଶ କୁବେରଙ୍କ ମହଲକୁ ଯାଇ ଭୋଜନ କରିଲେ । ଶ୍ରୀ ଗଣେଶ ଏତେ ପରିମାଣରେ ଭୋଜନ କରିଲେ କି ଗଣେଶଙ୍କୁ ଖାଦ୍ୟ ଯୋଗାଇବା ପାଇଁ କୁବେର ଅସମ୍ଭବ ହୋଇ ଗଲ । ସେତେବେଳେ ସେ ଶିବ ଭଗବାନଙ୍କ ପାଖକୁ ଯାଇ କ୍ଷମା ମାଗିବାରୁ ଶିବ ଭଗବାନ ଶ୍ରୀ ଗଣେଶଙ୍କ ଭୋକକୁ କମେଇ ଥିଲେ । ସେତେବେଳେ କୁବେର ନିଜେ କରିଥିବା ଭୁଲକୁ ଜାଣି ପାରିଲେ ।

ଭଗବାନ ଶିବଙ୍କ ବରଦାନ ସ୍ୱରୂପେ କୁବେରଙ୍କୁ ଧନର ସୁରକ୍ଷା କରିବାର ସ୍ଥାନ ପ୍ରାପ୍ତି ହୋଇଥିଲା । ତାଙ୍କୁ ବିଶେଷ ପୂଜା କରିବା ଦ୍ୱାରା ଧନର ରକ୍ଷା ହେବା ସହ ଧନର ବୃଦ୍ଧି ମଧ୍ୟ ହୋଇଥାଏ । ତେବେ ଚାଲନ୍ତୁ, ଆମେ ଆଜି ଆପଣଙ୍କୁ କିଛି ଏଭଳି ବିଷୟରେ କହିବୁ ଯାହା ଦ୍ୱାରା ଧନ ସମ୍ବନ୍ଧ ସବୁ ସମସ୍ୟା ଦୂର ହୋଇଯିବ ।

ଏହି ଉପାୟ ଦ୍ଵାରା ଭଗବାନ କୁବେରଙ୍କୁ ପ୍ରସନ୍ନ କରନ୍ତୁ :

ନିଜ ଘରର ଉତ୍ତର-ପୂର୍ବ ଦିଗରେ ଗୋଟିଏ ଜାଗାରେ ଗଙ୍ଗା ଜଳ ବା ଗୋ-ମୂତ୍ରରେ ସଫା କରନ୍ତୁ । ଯେଉଁ ଜାଗାରେ ସଫା କରିଛନ୍ତି, ଠିକ୍ ସେଠାରେ କାଠର ଗୋଟିଏ ପଟା ରଖନ୍ତୁ । ମଲ୍ଲି ଫୁଲର ତେଲର ଗୋଟିଏ ସୀସା ଓ ୫୦ଟି ଧଳା ମୋହମବତୀ ଓ ୫୦ଟି ସବୁଜ ରଙ୍ଗର ମହମବତୀ ନିଅନ୍ତୁ ।

ପଟାକୁ ସଫା କରି ସେଠାରେ ଗୋଟିଏ ଧଳା ଓ ସବୁଜ ରଙ୍ଗର ମହମବତୀକୁ ମଲ୍ଲି ଫୁଲର ତେଲରେ ବୁଡାଇ ପଟା ଉପରେ ରଖିଦିଅନ୍ତୁ । ଏହି ଦୁଇ ମହମବତୀକୁ ଗୋଟିଏ ହିଁ ଦିଆସିଲିରେ ଜଳାନ୍ତୁ; ଏହି ଦୁଇ ମହମବତୀକୁ ୯ ଇଞ୍ଚ ଫାଙ୍କ ରହିବା ଆବଶ୍ୟକ ।

ମହମବତୀକୁ ଜଳେଇବା ସମୟରେ ଧ୍ୟାନ ଦେବେ ଯେପରି କି, ପଟାର ବାମ ପଟେ ସବୁଜ ମହମବତୀ ଓ ଡାହାଣ ପଟେ ଧଳା ରଙ୍ଗର ମହମବତୀ ରଖନ୍ତୁ । ପ୍ରଥମେ ସବୁଜ ରଙ୍ଗର ମହମବତୀକୁ ଜଳେଇବେ ଓ ପରେ ଧଳା ରଙ୍ଗର ମହମବତୀକୁ ଜଳେଇବେ । ଦୁଇ ମହମବତୀକୁ ଦେଖି ପ୍ରାର୍ଥନା କରନ୍ତୁ, ‘ହେ ଧନର ଦେବତା କୁବେର’ ମୋତେ ଧନର ଆବଶ୍ୟକ ଅଛି (ଯେଉଁ କାମପାଇଁ ଧନର ଆବଶ୍ୟକ ଅଛି ସେହି କାମର ନାମ) କହିବେ, ମୋତେ ନ୍ୟାୟରେ ଟଙ୍କା ଅର୍ଜନ କରିବା ଭଳି ସାହାଯ୍ୟ କରନ୍ତୁ । ପ୍ରାର୍ଥନା କରିବା ପରେ ସେହି ମହମବତୀକୁ ସେହିଭଳି ଛାଡ଼ିଦିଅନ୍ତୁ ଓ ନିଜ କାମ କରିବାକୁ ପ୍ରସ୍ତୁତ ହୁଅନ୍ତୁ ।

୫୦ ଦିନ ପର୍ଯ୍ୟନ୍ତ ଜଳନ୍ତୁ ମହାବତୀ :

ଯଦି ଦ୍ୱିତୀୟ ଦିନ ମହମବତୀ ପୁରା ଜଳିଗଲା, ତେବେ ସେହି ଜଳିଥିବା ମହାମକୁ ସେଠାରେ ହିଁ ରହିବାକୁ ଦିଅନ୍ତୁ । ଯଦି ମହମବତୀ ପୂର୍ଣରୂପେ ନ ଜଳିଥିଲେ ମଧ୍ୟ ତାହାକୁ ସେଠାରେ ହିଁ ରହିବାକୁ ଦିଅନ୍ତୁ । ଦ୍ୱିତୀୟ ମହମବତୀକୁ ପ୍ରଥମ ଦିନ ଭଳି ଜଳାନ୍ତୁ, ପ୍ରଥମ ଦିନ ଜଳେଇଥିବା ମହମବତୀ ପାଖରେ ଲଗେଇ ସେହି ମହମବତୀକୁ ଜଳେଇବେ ଓ ପ୍ରଥମ ଦିନ ଯେଉଁ ପ୍ରାର୍ଥନା କରିଲେ, ସେହି ପ୍ରାର୍ଥନା ପୁଣି କରନ୍ତୁ । ଆପଣଙ୍କୁ କହିବାକୁ ଚାହୁଁଛୁ କି, ଯେତେ ଅଧିକ ମହମବତୀ ଗୁଡ଼ିକ ପାଖକୁ ଆସିବାକୁ ଲାଗିବ ସେତେ ଶୀଘ୍ର ଧନ ପ୍ରାପ୍ତି ହେବାର ସମ୍ଭାବନା ବଢିଯିବ । ୫୦ ଦିନ ପର୍ଯ୍ୟନ୍ତ ନିରନ୍ତର ଏକ ସମୟରେ ମହମବତୀ ଜଳେଇବା ଦ୍ୱାରା ଧନ ପ୍ରାପ୍ତିର ଯୋଗ ବହୁତ ଭଲ ହେବ ।

ଆପଣଙ୍କୁ ଧନ ପ୍ରାପ୍ତି ହେବା ପରେ ସେହି ଜଳିଥିବା ମହମବତୀକୁ କୌଣସି ଧାର୍ମିକ ସ୍ଥାନରେ ବା ନଦୀରେ ବିସର୍ଜନ କରିଦିଅନ୍ତୁ । ଗୋଟିଏ କଥା ମନେ ରଖିବେ ଆପଣଙ୍କୁ ଧନ ପ୍ରାପ୍ତି ହେବା ପରେ ସେହି ଟଙ୍କାକୁ କୌଣସି ଭୁଲ କାମରେ ଖର୍ଚ୍ଚ କରିବେ ନାହିଁ କାରଣ ଏଭଳି କରିଲେ ଆପଣଙ୍କୁ ବହୁତ କ୍ଷତି ହୋଇପାରେ ।